ସ୍ପେଶାଲ

ହିମାଚଳର ପ୍ରଥମ ମହିଳା ଡଗ୍‌ ହ୍ୟାଣ୍ଡେଲର ହେଲେ ପ୍ରିୟା ଠାକୁର, ପ୍ରତିକୂଳ ପରିସ୍ଥିତିରେ ଯୋଗାଇବେ ସୁରକ୍ଷା

ପୁଣି ଥରେ ମହିଳା ପ୍ରମାଣିତ କରିଦେଇଛନ୍ତି ଯେ ସେମାନେ କାହାଠାରୁ କମ୍‌ ନୁହେଁ। ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ସକ୍ଷମ ଆଜିର ନାରୀ। ହିମାଚଳ ପ୍ରଦେଶର ପ୍ରଥମ ମହିଳା ଡଗ୍‌ ହ୍ୟାଣ୍ଡେଲର ବନିଛନ୍ତି ପ୍ରିୟା ଠାକୁର। ଭାରତୀୟ ତିବ୍ଦତ ସୀମା ପୋଲିସର ଜାତୀୟ ପ୍ରଶିକ୍ଷଣ ସୀମା କେନ୍ଦ୍ରରେ ହିମାଚଳ ପ୍ରଦେଶର ପ୍ରଥମ ମହିଳା ଡଗ୍‌ ହ୍ୟାଣ୍ଡେଲର ପ୍ରିୟା ଠାକୁର ଟ୍ରେନିଂ ନେଉଛନ୍ତି। ଖୁବ୍‌ଶୀଘ୍ର ପ୍ରିୟା ମହିଳା ଆଇଟିବିପି କେ-୯ ହ୍ୟାଣ୍ଡେଲର୍ସର ପ୍ରଥମ ବ୍ୟାଚ୍‌ରେ ସାମିଲ ହେବେ। ପ୍ରଥମ ଥର ପାଇଁ କୌଣସି ମହିଳା ଏଭଳି ଟ୍ରେନିଂ ନେଉଛନ୍ତି।

ଏହି ସେଣ୍ଟରରେ କୁକୁର, ଘୋଡ଼ା ଆଦି ଜୀବଜନ୍ତୁଙ୍କୁ ହ୍ୟାଣ୍ଡେଲ କରିବା ପାଇଁ ଟ୍ରେନିଂ ଦିଆଯାଏ। ଏବେ ଯାଏଁ ଅଧିକାରୀ ର‍୍ୟାଙ୍କରେ କିଛି ମହିଳା ଚିକିତ୍ସକଙ୍କୁ ଛାଡ଼ି ଦେଲେ ବାକି ସମସ୍ତ କୁକୁରଙ୍କ ସଞ୍ଚାଳନ ପୁରୁଷମାନେ କରୁଛନ୍ତି। ପ୍ରିୟା ଠାକୁର ଏଠାରେ ପ୍ରଥମ ମହିଳା ଭାବେ ଯୋଗ ଦେବେ।

ଏ ନେଇ ପ୍ରିୟା ଠାକୁର କହିଛନ୍ତି, ମହିଳାମାନେ ପ୍ରତିଟି କ୍ଷେତ୍ରରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି। ମୁଁ ଯେତେବେଳେ ହିମାଚଳ ପ୍ରଦେଶ ପୋଲିସ ବିଭାଗରେ ଯୋଗ ଦେଲି ସେତେବେଳେ ଡଗ୍‌ ସ୍କ୍ଵାର୍ଡ ବିଷୟରେ ଜାଣିଲି। ଏହି ବିଭାଗରେ କୌଣସି ମହିଳା ନାହାନ୍ତି ବୋଲି ସେତେବେଳେ ଜାଣିବାକୁ ପାଇଥିଲି। ମୋତେ କୁକୁର ଖୁବ୍‌ ଭଲ ଲାଗନ୍ତି। ଏଣୁ ଏଥିପାଇଁ ମୁଁ ହଁ ଭରିଥିଲି ବୋଲି କହିଛନ୍ତି ପ୍ରିୟା।

ପ୍ରିୟାଙ୍କ କହିବାନୁସାରେ, ତାଙ୍କ ପ୍ରଥମ ପୋଲିସ କୁକୁର ହେଉଛି ସଫ୍ଟି। ୯ ମାସର ଟ୍ରେନିଂ ଭିତରୁ ସେ ୩ ମାସ ପୂରା କରିସାରିଲେଣି। ଖୁବ୍‌ଶୀଘ୍ର ସେ ବିଭାଗରେ ଯୋଗ ଦେଇ ସେବା ଆରମ୍ଭ କରିବେ ବୋଲି କହିଛନ୍ତି ପ୍ରିୟା।

Also Read: ହାତ ରେଖାରୁ ଚିହ୍ନନ୍ତୁ ରୋଗ: ଜାଣନ୍ତୁ କେଉଁ ଚିହ୍ନ ଥିଲେ ହୁଏ କି ରୋଗ

WCW 11

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

3 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

12 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

47 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

54 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago