ସ୍ପେଶାଲ

ସାଲାଡ ବିକି ଲକ୍ଷଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା, ମାତ୍ର ୩ ହଜାର ଟଙ୍କାରେ ଆରମ୍ଭ କରିଥିଲେ କାମ

ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଗଲେ ଆମେ କିଛି ଖାଉ ନଖାଉ ସାଲାଡ ନିଶ୍ଚିତ ଖାଇଥାଉ। ଆଜିର ସମୟରେ ସମସ୍ତେ ଫିଟ୍‌ ରହିବା ପାଇଁ ଆପଣାଉଛନ୍ତି ଅନେକ ଉପାୟ। ନିଜ ଶରୀରକୁ ଫିଟ୍‌ ରଖିବା ପାଇଁ କିଏ ଯୋଗ, ବ୍ୟାୟମ କରୁଛି ତ ଆଉ କିଏ ଜିମରେ ଝାଳ ବୁହାଉଛି। ଏସବୁ ବ୍ୟତୀତ ଫିଟ୍‌ନେସ୍‌ ରହିବା ପାଇଁ ସମସ୍ତେ ପ୍ରାୟ ସାଲାଡ ଖାଇଥାନ୍ତି। ସାଲାଡ ଖାଇବା ଦ୍ବାରା ଶରୀରେ ସୁସ୍ଥ ରହିଥାଏ। ଅନେକ ଲୋକ ବିଭିନ୍ନ ପ୍ରକାର ସାଲାଡ ନିଜ ଡାଏଟରେ ମଧ୍ୟ ସାମିଲ କରିଛନ୍ତି। ଏନେଇ ବିଭିନ୍ନ ସ୍ବାସ୍ଥ୍ୟ ବିଶେଷଜ୍ଞ ମାନେ ମତ ରଖିଛନ୍ତି। ସାଲାଡ ଦେହକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଆଜିର ସମୟରେ ସାଲାଡର ଡିମାଣ୍ଡ ଅଧିକ ରହିଛି। ଏପରିକି ସାଲାଡ ବିକ୍ରି କରି ଜଣେ ମହିଳା ବଡ଼ ବ୍ୟବସାୟ ଠିଆ କରି ପାରିଛନ୍ତି।

ଏହି ମହିଳା ଜଣକ ହେଉଛନ୍ତିପୁନେର ମେଘା ବାଫନା। ସେ ଭିନ୍ନ ଭିନ୍ନ ପ୍ରକାରର ସାଲାଡ କରି ଲୋକଙ୍କ ପାଖରେ ପହଁଞ୍ଚେଇବାକୁ ମନ ବଳେଇଥିଲେ। ଆଉ ସାରା ଦୁନିଆକୁ ଶିଖାଇଲେ ଯେ ସାଲାଡ ବିକ୍ରି କରି ମଧ୍ୟ ବହୁତ ଟଙ୍କା ରୋଜଗାର କରାଯାଇ ପାରିବ।

ମେଘା ୨୦୧୭ ମସିହାରେ ଏହି ସାଲାଡ ବ୍ୟବସାୟ ଆରମ୍ଭ କରିଥିଲେ। ଘରେ ସାଲାଡ ବନାଇ ସେ ହ୍ବାଟସ୍ଆପରେ ଅନ୍ୟ ମାନଙ୍କୁ ଫଟୋ ପଠାଉଥିଲେ। ପରେ ତାଙ୍କୁ ଅର୍ଡର ମିଳିବା ଆରମ୍ଭ ହୋଇଗଲା। ପ୍ରଥମ ଦିନରେ ହିଁ ତାଙ୍କୁ ୫ଟି ଅର୍ଡର ମିଳିଥିଲା। ଧିରେ ଧିରେ ଲୋକଙ୍କୁ ମେଘାଙ୍କ ଦ୍ବାରା ପ୍ରସ୍ତୁତ ସାଲାଡ ପସନ୍ଦ ଆସିବାକୁ ଲାଗିଲା। ଫଳରେ ଅର୍ଡର ସଂଖ୍ୟା ବଢ଼ି ଚାଲିଲା।

ବର୍ତ୍ତମାନ ସମୟରେ ମେଘା ଜଣେ ସଫଳ ମହିଳା ବ୍ୟବସାୟୀ। ସେ ପ୍ରଥମେ ୩ହଜାର ଟଙ୍କାରେ ଏହି ବ୍ୟବସାୟ ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ଏହି ସାଲାଡ ବ୍ୟବସାୟରୁ ୨୨ ଲକ୍ଷ ଟଙ୍କା ରୋଜଗାର କରି ସାରିଲେଣି। ହେଲେ ଏହା ଏତେ ସହଜ ନଥିଲା। ଏଥିପାଇଁ ମେଘାଙ୍କୁ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ପ୍ରତ୍ୟହ ୪ ଟା ୩୦ରେ ଉଠି ନିଜେ ସାଲାଡ ପ୍ରସ୍ତୁତି କରୁଥିଲେ। କେତେଥର କାମରେ ବିଭ୍ରାଟ ହୋଇଥିଲା। ହେଲେ ନିରନ୍ତର କାର୍ଯ୍ୟ ଜାରି ରଖିବାରୁ ତାଙ୍କ ବ୍ୟବସାୟ ଏବେ ପ୍ରତିଷ୍ଠିତ ହୋଇ ପାରିଛି।

ଲକ୍‌ଡାଉନ୍‌ ପୂର୍ବରୁ ମେଘାଙ୍କ ପାଖେ ପାଖାପାଖି ୨୦୦ ଗ୍ରାହକ ଥିଲେ। ଯାହା ଫଳରେ ସେ ମାସକୁ ୭୫ ହଜାରରୁ ୧ ଲକ୍ଷ ପର୍ଯ୍ୟନ୍ତ ବେପାର କରୁଥିଲେ। ବିଗତ ୨ରୁ ୩ ବର୍ଷ ମଧ୍ୟରେ ପାଖାପାଖି ୨୨ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ମେଘା।

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

9 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

28 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

36 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

53 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago