ମନୋରଂଜନ

ବିବେକ ଓବେରୟଙ୍କ ଡ୍ରଗ୍‌ସ ଲିଙ୍କ୍‌: ଶ୍ୱଶୁର ଘରେ ଚଢ଼ଉ କଲା ସିସିବି, ଶଳା ଅଣ୍ଡରଗ୍ରାଉଣ୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଏବେ ଡ୍ରଗ୍ସ ମାମଲା ବେଶ୍‌ ଚର୍ଚ୍ଚାରେ ରହିଛି। ଡ୍ରଗ୍‌ କେସ୍‌ରେ ଗତ କିଛି ଦିନ ତଳେ କିଛି ଲୋକଙ୍କୁ ପୋଲିସ ଗିରଫ କରିଛନ୍ତି। ତେବେ ନିକଟରେ ସେଣ୍ଟ୍ରାଲ କ୍ରାଇମ୍‌ ବ୍ୟୁରୋ ସିସିବି ପୋଲିସ ବଲିଉଡ୍‌ ଅଭିନେତା ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲ୍‌ବାଙ୍କ ଘରର ସର୍ଚ୍ଚ ଓ୍ଵାରେଣ୍ଟ ଜାରି କରିଛନ୍ତି। ଏହା ପରେ କର୍ଣ୍ଣାଟକର ପୂର୍ବ ମନ୍ତ୍ରୀ ଜୀବରାଜ ଅଲ୍‌ବାଙ୍କ ଘରରେ ଚଢ଼ଉ କରିଛି ପୋଲିସ।

ପୋଲିସ ଆଦିତ୍ୟଙ୍କୁ ଖୋଜୁଥିବା ବେଳେ ଏବେ ତାଙ୍କ ବିଷୟରେ କୌଣସି ସୂଚନା ମିଳିପାରିନାହିଁ। ରିପୋର୍ଟ ମୁତାବକ ଏହି କେସ୍‌ରେ ଆଦିତ୍ୟଙ୍କ ନାଁ ସାମ୍ନାକୁ ଆସିବା ପରେ ସେ ଲୁଚି ଯାଇଛନ୍ତି ଓ ଲଗାତାର ସ୍ଥାନ ବଦଳାଉଛନ୍ତି। ସେ ନିଜ ଫୋନ୍‌ ବି ବନ୍ଦ କରି ଦେଇଛନ୍ତି।

ସୂଚନା ମୁତାବକ ଆଦିତ୍ୟ ଅଲ୍‌ବାଙ୍କ ଡ୍ରଗ୍ସ ମାମଲାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଚିହ୍ନା ପରିଚୟ ଥିଲା। ସେହିପରି କୋଟ୍ଟନ୍‌ପେଟ୍‌ର ପୋଲିସ ଷ୍ଟେସନ୍‌ରେ ରୁଜୁ ହୋଇଥିବା ଡ୍ରଗ୍‌ କେସ୍‌ରେ ଆଦିତ୍ୟଙ୍କ ନାଁ ବି ରହିଛି। କେବଳ ଏତିକି ନୁହେଁ ଆଦିତ୍ୟ କେତେକ ଡ୍ରଗ୍ସ ପାର୍ଟିରେ ବି ସାମିଲ ହୋଇଛନ୍ତି। ଏଣୁ କୌଣସି ମୁହୂର୍ତ୍ତରେ ବି ସେ ବନ୍ଧା ହେବା ଆଶଙ୍କା ପ୍ରକାଶ ପାଇଛି। ଏହା ପୂର୍ବରୁ କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲରାନୀ ବି ଗିରଫ ହୋଇଛନ୍ତି।

WCW 11

Recent Posts

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

5 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

23 mins ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

29 mins ago

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

35 mins ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

43 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

1 hour ago