ସ୍ପେଶାଲ

ପରିବେଶକୁ ଆବର୍ଜନାମୁକ୍ତ ରଖିବା ପାଇଁ ଯୁବତୀଙ୍କ ଭିନ୍ନ ପ୍ରୟାସ, ଖରାପ ଟାୟାରରୁ ତିଆରି କରୁଛନ୍ତି ଜୋତା-ଚପଲ

ବର୍ତ୍ତମାନର ଯୁବପିଢ଼ି ପରିବେଶର ସୁରକ୍ଷା କରିବାରେ ଲାଗିପଡ଼ିଛନ୍ତି। ପରିବେଶକୁ ଆବର୍ଜନା ଓ ପ୍ଲାଷ୍ଟିକ୍‌ମୁକ୍ତ ରଖିବାକୁ ବର୍ତ୍ତମାନର ଯୁବକଯୁବତୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। କିଏ ନଦୀ ସଫା କରୁଛି, ତ ଆଉ କିଏ ବୃକ୍ଷରୋପଣ। ସେହିପରି ଆଉ କିଛି ଲୋକ ପ୍ଲାଷ୍ଟିକ୍‌ର ଆବର୍ଜନାକୁ ପରିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି। ସେଭଳି ଜଣେ ଉଚ୍ଚ ଚିନ୍ତାଧାରା ସମ୍ପନ୍ନ ଯୁବତୀ ହେଉଛନ୍ତି ପୁନେର ପୂଜା ବଦାମିକର। ପୂଜା ମଧ୍ୟ ପରିବେଶକୁ ଆବର୍ଜନାମୁକ୍ତ ରଖିବା ଦିଗରେ ଲାଗିପଡ଼ିଛନ୍ତି।

ପୁଣେର ଏହି ଉଦ୍ୟୋଗପତି ପୁରୁଣା ଟାୟାରରୁ ଜୋତା ତିଆରି କରିବା ଆରମ୍ଭ କରିଛନ୍ତି। ପୂଜା କହିଛନ୍ତି, ପ୍ରତିବର୍ଷ ପ୍ରାୟ ଏକ ବିଲିୟନ୍‌ ଅର୍ଥାତ୍‌ ୧୦୦ କୋଟି ପୁରୁଣା ଖରାପ ଟାୟାର ବାହାରୁଛି। ମୁଁ ଏହା ଉପରେ କାମ ଆରମ୍ଭ କରିଛି। ସ୍ଥାନୀୟ ମୋଚିଙ୍କ ସହାୟତାରେ ଏହି କାମ ଆରମ୍ଭ କରିଛି ଓ ଦୁଇଟି ପ୍ରୋଟୋଟାଇପ୍‌ ତିଆରି କରିଛି। ଏହା ସାହାଯ୍ୟରେ ସେ ଖରାପ ଟାୟାରରୁ ଜୋତା ତିଆରି କରିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପୂଜା।

ମହାରାଷ୍ଟ୍ରର ପୁଣେରେ ରହୁଥିବା ପୂଜା ଏହି କାମକୁ ପ୍ରାୟ ୨ ବର୍ଷ ହେଲା ଆରମ୍ଭ କରିଛନ୍ତି। ପୂଜାଙ୍କର ଏହି ଫୁଟେଓ୍ଵୟାର ବ୍ରାଣ୍ଡର ନାଁ ରହିଛି ‘ନିମିଟଲ’। ଜୋତା ତିଆରି କରିବା ସହ ସେ ଲୋକଙ୍କୁ ପରିବେଶ ସୁରକ୍ଷା କରିବା ଦିଗରେ ମଧ୍ୟ ସଚେତନ କରୁଛନ୍ତି। ପୂଜାଙ୍କର ଏହି କାମ ଯୋଗୁ କେବଳ ଲୋକଙ୍କୁ ଜୋତା ଚପଲ ମିଳୁନି, ବରଂ ସହରରେ ବଢ଼ୁଥିବା ପ୍ରଦୂଷଣରୁ ମଧ୍ୟ ମୁକ୍ତି ମିଳୁଛି।

WCW 11

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

5 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

18 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

21 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

41 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago