ସ୍ପେଶାଲ

କଳିଯୁଗର କଷ୍ଣ ଓ ସୁଦାମା, କିଡନୀ ନଥିବା ନୃସିଂହଙ୍କ ପାଇଁ ସମର୍ପିତ ଧନଞ୍ଜୟଙ୍କ ପ୍ରାଣ

କଳିଯୁଗର କୃଷ୍ଣ ଓ ସୁଦାମା । ବନ୍ଧୁଙ୍କ ପାଇଁ ସମର୍ପିତ ତାଙ୍କ ପ୍ରାଣ । ଜଣେ ବନ୍ଧୁ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଘର୍ଷ କରୁଛି । ଅନ୍ୟ ଜଣେ ତାକୁ ଭଲ କରିବା ପାଇଁ ଜୀବନକୁ ବାଜି ଲଗାଇଛି । ଏଭଳି ନିଚ୍ଛକ ବନ୍ଧୁତ୍ୱର କାହାଣୀ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଛତିଆ ଅଂଚଳରେ । ବର୍ଷେ କିମ୍ବା ଦୁଇବର୍ଷ ନୁହେଁ ଦୀର୍ଘ ୯ ବର୍ଷ ଧରି ରୋଗାଗ୍ରସ୍ତ ବନ୍ଧୁର ସେବା କରୁଛନ୍ତି ଅନ୍ୟ ଜଣେ ବନ୍ଧୁ।

ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଛତିଆ ନିକଟ ଚମ୍ପାପୁର ଗାଁର ନୃସିଂହ ଚରଣ ରାଉତ । ନୃସିଂହ ଆଜକୁ ୯ବର୍ଷ ହେଲା କିଡନୀ ରୋଗରେ ଆକ୍ରାନ୍ତ । ନୃସିଂହଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ନିଜେ ବଂଚିବା ସହ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଏହି ସମୟରେ ବନ୍ଧୁର ହାତ ଛାଡି ନାହାନ୍ତି ବନ୍ଧୁ । ସ୍ଥାନୀୟ ସପନପୁର ଗ୍ରାମର ଧନଂଜୟ ସ୍ୱାଇଁ ନୃସିଂହଙ୍କ ବାଲ୍ୟ ବନ୍ଧୁ । ଉଭୟ ସାଙ୍ଗ ହୋଇ ପାଠ ପଢୁଥିଲେ ଓ ଖେଳୁଥିଲେ । ହେଲେ ଭାଗ୍ୟର ବିଡମ୍ବନା । ନୃସିଂହଙ୍କ ଠାରେ ଏହି ରୋଗ ଦେଖା ହେବ ଦିନ ଠାରୁ ଧନଂଜୟ ସହାୟତା କରିବା ସହ ତାଙ୍କର ସେବା କରି ଆସୁଛନ୍ତି । ସ୍କୁଲ ବେଳର ବନ୍ଧୁ ପାଇଁ ନିଜ ଜୀବନଜୀବିକାକୁ ବାଜି ଲଗାଉଛନ୍ତି ଧନଂଜୟ ।

ଏବେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଉଛନ୍ତି ଧନଂଜୟ । ସପ୍ତାହରେ ଦୁଇ ଥର ଡାଏଲାସିସ କରାଯାଉଛି । ଔଷଧ ସହ ଯାହା ସବୁ ଖର୍ଚ୍ଚ ହେଉଛି ତାକୁ ଧନଂଜୟ ବହନ କରୁଛନ୍ତି । କେବଳ ସେତିକି ନୁହେଁ ନୃସିଂହଙ୍କ ବୁଢୀ ମା, ପତ୍ନୀ ଓ କଲେଜ ପଢୁଆ ଝିଅର ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । କିଡନୀ ପ୍ରତ୍ୟାରୋପଣ ପାଇଁ ସେ ଚେଷ୍ଟା କରୁଥିଲେ ମଧ୍ୟ ଉପଯୁକ୍ତ ଗ୍ରୁପର କିଡନୀ ମିଳି ପାରୁନଥିବାରୁ ପ୍ରତ୍ୟାରୋପଣ ହୋଇ ପାରୁନାହିଁ । ଏ କ୍ଷେତ୍ରରେ ତାଙ୍କୁ କୈାଣସି ସରକାରୀ ସହାୟତା ନମିଳିବା ଦୁଃଖ ଓ ପରିତାପର ବିଷୟ । ନୃସିଂହଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ପରିବାର ଲୋକଙ୍କ ସମେତ ଧନଂଜୟ ଓ ସ୍ଥାନୀୟ ଗ୍ରାମବାସୀ ନିବେଦନ କରିଛନ୍ତି ।

ଯାଜପୁରରୁ ଅବିନେଶ୍ୱର ଶତପଥୀଙ୍କ ରିପୋର୍ଟ (କେ ନ୍ୟୁଜ)

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

15 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

18 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

22 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

35 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

52 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago