Categories: ସ୍ପେଶାଲ

ଜାଣନ୍ତୁ ଆରତୀରେ କାହିଁକି କୁହାଯାଏ କର୍ପୁରଗୌରଂ. . . ମନ୍ତ୍ର ?

କୌଣସି ବି ମନ୍ଦିର ହେଉ କିମ୍ବା ଘରେ ପୂଜା କରୁଥିଲେ କିଛି ମନ୍ତ୍ର ଜପ କରାଯାଇଥାଏ। ସମସ୍ତ ଦେବା ଦେବୀଙ୍କ ମନ୍ତ୍ର ଅଲଗା ଅଲଗା ଅଟେ। କିନ୍ତୁ ଯେତେବେଳେ ବି କୌଣସି ଠାକୁରଙ୍କୁ ଆରତୀ କରାଯାଏ ସେତେବେଳେ ଏହି ମନ୍ତ୍ର ନିଶ୍ଚୟ କରାଯାଇଥାଏ।

कर्पूरगौरं करुणावतारं संसारसारं भुजगेन्द्रहारम्।
सदा बसन्तं हृदयारबिन्दे भबं भवानीसहितं नमामि।।

ଏହି ମନ୍ତ୍ର ଦ୍ୱାରା ଶିବଙ୍କର ସ୍ତୁତି କରାଯାଇଥାଏ। ଏହାର ଅର୍ଥ ଆସନ୍ତୁ ଜାଣିବା । କର୍ପୁରଗୌରଂ- କର୍ପୁର ଭଳି ଗୌର ବର୍ଣ୍ଣ ତାଙ୍କର । କରୁଣାବତାରଂ-କରୁଣାର ଅବତାର ବା ଦୟାବନ୍ତ। ସଂସାରସାରଂ-ସମ୍ପୂର୍ଣ୍ଣ ସୃଷ୍ଟିର ଯିଏ ସାର ବା ପ୍ରମୁଖ ଅଟନ୍ତି। ଭୁଜଗେନ୍ଦ୍ର ହାରମ୍-ଏହାର ଅର୍ଥ ଯିଏ ସାପକୁ ହାର ରୂପରେ ଧାରଣ କରନ୍ତି। ସଦା ବସନ୍ତଂ ହୃଦୟାରବିନ୍ଦେ, ଭବଂ ଭାବନୀ ସହିତଂ ନମାମି – ଏହାର ଅର୍ଥ ହେଉଛି ଯିଏ ପ୍ରଭୁ ମହାଦେବ ଏବଂ ମାତା ପାର୍ବତୀ ସବୁବେଳେ ମୋ ହୃଦୟରେ ବାସ କରନ୍ତୁ । ତାଙ୍କୁ ମୋର ପ୍ରଣାମ।

ଏହି ମନ୍ତ୍ର କାହିଁକି ଜପ କରାଯାଏ?

ସବୁ ଦେବା ଦେବୀଙ୍କୁ ପୂଜା କରିବା ବେଳେ କର୍ପୁରଗୌରଂ କରୁଣାବତାରଂ…. ମନ୍ତ୍ର କାହିଁକି ବୋଲାଯାଇଥାଏ। ଏହା ପଛରେ ବହୁତ ଗଭୀର ଅର୍ଥ ଲୁଚି ରହିଛି। ଭଗବାନ ଶିବଙ୍କର ଏହି ସ୍ତୁତି ଶିବ-ପାର୍ବତୀ ବିବାହ ସମୟରେ ବିଷ୍ଣୁଙ୍କ ଦ୍ୱାରା ଗାନ କରାଯାଇଥିବା କୁହାଯାଏ। ଶିବ ଶ୍ମସାନବାସୀ ଅଟନ୍ତି, ତାଙ୍କର ସ୍ୱରୂପ ବହୁତ ଭୟଙ୍କର ଏବଂ ଅଘୋରୀ ଅଟେ। କିନ୍ତୁ ଏହି ସ୍ତୁତି ହିଁ ଜଣାଇଥାଏ ଯେ ତାଙ୍କର ସ୍ୱରୂପ ଅତ୍ୟନ୍ତ ଦିବ୍ୟ ଅଟେ। ଶିବଙ୍କୁ ସୃଷ୍ଟିର ଅଧିପତି ବୋଲି କୁହାଯାଏ। ସେ ମୃତ୍ୟୁଲୋକର ଦେବତା ଅଟନ୍ତି। ତାଙ୍କୁ ପଶୁପତିନାଥ ମଧ୍ୟ କୁହାଯାଏ। ପଶୁପତିର ଅର୍ଥ ସଂସାରରେ ମଣିଷ ସମେତ ଯେତେ ବି ଜୀବ ଅଛନ୍ତି ସମସ୍ତଙ୍କର ସେ ହେଉଛନ୍ତି ଅଧିପତି। ଏହି ମନ୍ତ୍ର ଏଥିପାଇଁ ଗାନ କରାଯାଏ କାରଣ ଯିଏ ଏହି ସମସ୍ତ ସଂସାରର ଅଧିପତି ସିଏ ଆମ ମନରେ ବାସ କରନ୍ତି। ଶିବ ଶ୍ମଶାନବାସୀ ଅଟନ୍ତି, ଯିଏ ମୃତ୍ୟୁର ଭୟକୁ ଦୂର କରନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago