Categories: ଟେକ୍

OnePlus ୟୁଜରଙ୍କ ପାଇଁ କମ୍ପାନୀ ଆଣିଲା ନୂଆ ପ୍ଲାନ୍‌, ଭାଗ୍ୟଶାଳୀ ବିଜେତା ଜିତିପାରିବେ ୧ ଲକ୍ଷ ଟଙ୍କା!

ଚୀନ୍‌ ସ୍ମାର୍ଟଫୋନ୍‌ ମେକର ‘OnePlus’ ଭାରତରେ Red Cable Club ଆରମ୍ଭ କରିଛି। ଏହା ଏକ ରିଓ୍ଵାର୍ଡ ପ୍ରୋଗ୍ରାମ, ଯାହାକି OnePlus ୟୁଜର୍ସଙ୍କ ପାଇଁ ରହିଛି। ଏଥିରେ କମ୍ପାନୀ ୟୁଜରମାନଙ୍କୁ ରିଓ୍ଵାର୍ଡ ଦେବ ଏବଂ କେତେ ପ୍ରକାର ଅଫର୍‌ ଦିଆଯିବ। One Plus Red Cable Club ପାଇଁ One Plus ସ୍ମାର୍ଟଫୋନ୍‌କୁ ରେଜିଷ୍ଟର କରିବାକୁ ପଡ଼ିବ।

One Plus Red Cable Clubର ମେମ୍ବର ହେବା ପାଇଁ ଆପଣଙ୍କ One Plus ସ୍ମାର୍ଟଫୋନ୍‌ରେ ଲାଟେଷ୍ଟ Oxygen OS ରହିବା ଜରୁରୀ। ଅପ୍‌ଡେଟ୍‌ କରିବା ପରେ ଆପଣଙ୍କୁ ଏହି ଅପ୍‌ଶନ ମିଳିବ। କହି ରଖୁଛୁ କି, OnePlus 3 କିମ୍ବା OnePlus 5 ସିରିଜ୍‌ର ସ୍ମାର୍ଟଫୋନ୍‌ଗୁଡ଼ିକ OnePlus କମ୍ୟୁନିଟି ଆପ୍‌ ଜରିଆରେ ରେଜିଷ୍ଟର କରିପାରିବେ। OnePlus One, OnePlus 2 ଏବଂ OnePlus X ୟୁଜରମାନେ OnePlus Care ଆପ୍‌ ଡାଉନ୍‌ଲୋଡ କରି ରେଜିଷ୍ଟର କରିପାରିବେ। OnePlus Community ଆପ୍‌କୁ ଯାଇ କମ୍ୟୁନିଟି ଉପରେ ଟ୍ୟାପ୍‌ କରିବାକୁ ହେବ। ଏଠାରେ ପ୍ରୋଫାଇଲ୍‌ରେ ଆପଣଙ୍କୁ Red Cable Clubର ଅପ୍‌ଶନ ମିଳିବ।

ଗୁଗୁଲ ଆପ୍‌ ଷ୍ଟୋର୍‌ରୁ ଆପଣ OnePlus Community ଆପ୍‌ ଡାଉନ୍‌ଲୋଡ କରି ଆପଣ IMEI ନମ୍ବର ଦେବେ। ଏହାପରେ ଲଗ୍‌ ଇନ୍‌ କରିବେ।
Red Cable Jackpotର ଭ୍ୟାଲିଡିଟି ୩୧ ଡିସେମ୍ବର ପଯ୍ୟର୍ନ୍ତ ରହିବ। ଏଥିରେ ଭାଗ୍ୟଶାଳୀ ବିଜେତା ୧ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ଗିଫ୍ଟ ବକ୍ସ ଜିତିପାରିବେ। ଏହାଛଡ଼ା Bullet Wireless Earphones 2 ଉପରେ ୫୦% ପଯ୍ୟର୍ନ୍ତ ରିହାତି ମିଳିପାରିବ। ଏହି ଅଫର୍‌ରେ ୧ ବର୍ଷ ପାଇଁ ଗ୍ରାହକମାନଙ୍କୁ ୫୦ଜିବି ଫ୍ରି କ୍ଲାଉଡ୍‌ ଷ୍ଟୋରେଜ୍‌ ମଧ୍ୟ ଦିଆଯାଇପାରିବ।

ଅକ୍ଟୋବରରେ କମ୍ପାନୀ OnePlus Care Benefits ପ୍ରୋଗ୍ରାମ ଲଞ୍ଚ୍‌ କରିଥିଲା। ଏଥିରେ କମ୍ପାନୀ OnePlus 6T ୟୁଜରଙ୍କୁ ୧ ବର୍ଷ ପଯ୍ୟର୍ନ୍ତ ଏକ୍ସଣ୍ଟେଡେଡ୍‌ ଓ୍ଵାରେଣ୍ଟି ଦେଉଛି। ତେବେ ଏଥିରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି ଏବଂ ଏବେ OnePlus 7T ଓ OnePlus 7 ୟୁଜରଙ୍କୁ ମଧ୍ୟ ଏକ୍ସଷ୍ଟ୍ରା ଓ୍ଵାରେଣ୍ଟି ଦିଆଯିବ।

ଏହି ପ୍ରୋଗ୍ରାମରେ ପୁରୁଣା OnePlus ସ୍ମାର୍ଟଫୋନ୍‌ ୟୁଜରଙ୍କୁ ୫୦% ରିହାତି ଏବଂ ଲେବର ଫ୍ରି ବ୍ୟାଟେରୀ ରିପ୍ଲେସ୍‌ମେଣ୍ଟର ଅଫର୍‌ ଦିଆଯିବ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago