ସ୍ପେଶାଲ

ରାତ୍ରି ପୂଜା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ଭୋଗିବାକୁ ପଡିଥାଏ ଅନେକ ସମସ୍ୟା

ହିନ୍ଦୁ ଧର୍ମରେ ସକାଳ ଏବଂ ରାତ୍ରି ପୂଜା କରିବାର ଅନେକ ବିଧାନ ରହିଛି। ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ପୂଜା ସମୟରେ ମଧ୍ୟ ଆମମାନଙ୍କୁ କିଛଇ କଥା ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ। କାରଣ ସନ୍ଧ୍ୟା ପୂଜା ସମୟରେ ଆମ ଦ୍ୱାରା ଜଣାତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହୋଇଯାଇଥାଏ। ସେହି ଭୁଲ କାରଣରୁ ଆମକୁ ପୂଜାରେ ଲାଭ ମଧ୍ୟ ମିଳିନଥାଏ। ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ପୂଜା ସମୟରେ କେଉଁ କେଉଁ କଥା ଧ୍ୟାନ ରଖିବା ଜରୁରୀ।

ଶାସ୍ତ୍ର ଅନୁଯାୟୀ ରାତ୍ରି ପୂଜା ସମୟରେ ଶଙ୍ଖ ବଜାଇବା ଅନୁଚିତ। ମାନ୍ୟତା ରହିଛି ରାତି ସମୟରେ ପୂଜା କରିବା ଦ୍ୱାରା ଦେବୀ-ଦେବତାଙ୍କ ନିଦ୍ରାରେ ବାଧା ଉପୁଜିଥାଏ। ବାସ୍ତବରେ ସୂର୍ଯ୍ୟାସ୍ତ ପରେ ଦେବୀ-ଦେବତା ଶୟନକୁ ଯାଇଥାନ୍ତି । ଏହିକାରଣରୁ ଶଙ୍ଖ ବଜାଇବା ଦ୍ୱାରା ଭଗବାନଙ୍କ ନିଦ୍ରା ଭଙ୍ଗ ହୋଇଥାଏ। ଏଥିସହ ଶଙ୍ଖ ଧ୍ୱନି ଯୋଗୁ ବାତାବରଣରେ ଥିବା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବିଶ୍ରାମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି କାରଣରୁ ଶଙ୍ଖ ବଜାଇବା ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ। ଏହି କାରଣରୁ ରାତ୍ରି ପୂଜାରେ ପୂର୍ଣ୍ଣ ଲାଭ ଚାହୁଁଥିଲେ ଭୁଲରେ ବି ରାତିରେ ଶଙ୍ଖର ପ୍ରୟୋଗ କରନ୍ତୁ ନାହିଁ।

ସେହିଭଳି ଶଙ୍ଖ ସମାନ ଘଣ୍ଟି ମଧ୍ୟ ରାତ୍ରି ପୂଜାରେ ବଜାଇବା ଅନୁଚିତ। ଘଣ୍ଟିର ଶଦ୍ଦ ମଧ୍ୟ ଦେବୀ-ଦେବତାଙ୍କ ନିଦ୍ରାରେ ବିଘ୍ନ ସୃଷ୍ଟି କରିଥାଏ। ଏହିକାରଣରୁ ସୂର୍ଯ୍ୟାସ୍ତ ପରେ ଘଣ୍ଟିର ପ୍ରୟୋଗ ନକରିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଶାସ୍ତ୍ରାନୁଯାୟୀ, ରାତ୍ରିରେ ପଞ୍ଚ ଦେବଙ୍କ ପୂଜା କରିବା ଅନୁଚିତ। ପଞ୍ଚଦେବଙ୍କ ମଧ୍ୟରେ ସୂର୍ଯ୍ୟଦେବ, ଭଗବାନ ଗଣେଶ, ଦେବୀ ଦୁର୍ଗା, ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ରହିଥାନ୍ତି। କୁହାଯାଇଥାଏ ସୂର୍ଯ୍ୟାସ୍ତ ପରେ ପଞ୍ଚଦେବଙ୍କ ପୂଜା କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବାରେ।

ସେହିଭଳି ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ସ୍ପର୍ଶ କରିବା ଏବଂ ତୋଳିବାରେ ମଧ୍ୟ ବାରଣ କରାଯାଇଥାଏ। କାରଣ ଏହି ସମୟରେ ତୁଳସୀ ଦେବୀ ଲୀଳା କରିବା ପାଇଁ ଯାଇଥାନ୍ତି। ଏଥିସହ ସୂର୍ଯ୍ୟାସ୍ତ ପରେ ତୁଳସୀଙ୍କୁ ସ୍ପର୍ଶ କରିବା ଦ୍ୱାରା ଧନର ସଙ୍କଟ ଦେଖାଯାଇଥାଏ ଏବଂ ନକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ।

ଏସବୁ ବ୍ୟତୀତ ରାତ୍ରିରେ ପୂଜା କରିବା ସମୟରେ ଉତ୍ତର ଦିଗକୁ ମୁହଁ କରିବା ଉଚିତ। ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ଦିଗକୁ ମୁହଁ କରି ପୂଜା କରିବା ଦ୍ୱାରା ଧନ-ଧାନ୍ୟ ସହ ସୁଖ-ସଂପ୍ରତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏହି ଦିଗ ସ୍ଥିରତାର ସୂଚକ ହୋିଥିବାରୁ ଏଠାରେ କୁବେରଙ୍କ ଦୃଷ୍ଟି ପଡିଥାଏ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

17 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

32 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

42 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

53 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago