ରାତ୍ରି ପୂଜା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ୫ଟି ଭୁଲ, ଭୋଗିବାକୁ ପଡିଥାଏ ଅନେକ ସମସ୍ୟା

ହିନ୍ଦୁ ଧର୍ମରେ ସକାଳ ଏବଂ ରାତ୍ରି ପୂଜା କରିବାର ଅନେକ ବିଧାନ ରହିଛି। ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ପୂଜା ସମୟରେ ମଧ୍ୟ ଆମମାନଙ୍କୁ କିଛଇ କଥା ଉପରେ ଧ୍ୟାନ ରଖିବା ନିହାତି ଆବଶ୍ୟକ। କାରଣ ସନ୍ଧ୍ୟା ପୂଜା ସମୟରେ ଆମ ଦ୍ୱାରା ଜଣାତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହୋଇଯାଇଥାଏ। ସେହି ଭୁଲ କାରଣରୁ ଆମକୁ ପୂଜାରେ ଲାଭ ମଧ୍ୟ ମିଳିନଥାଏ। ତେବେ ଆସନ୍ତୁ ଜାଣିବା ସନ୍ଧ୍ୟା ପୂଜା ସମୟରେ କେଉଁ କେଉଁ କଥା ଧ୍ୟାନ ରଖିବା ଜରୁରୀ।

sankha -ଶାସ୍ତ୍ର ଅନୁଯାୟୀ ରାତ୍ରି ପୂଜା ସମୟରେ ଶଙ୍ଖ ବଜାଇବା ଅନୁଚିତ। ମାନ୍ୟତା ରହିଛି ରାତି ସମୟରେ ପୂଜା କରିବା ଦ୍ୱାରା ଦେବୀ-ଦେବତାଙ୍କ ନିଦ୍ରାରେ ବାଧା ଉପୁଜିଥାଏ। ବାସ୍ତବରେ ସୂର୍ଯ୍ୟାସ୍ତ ପରେ ଦେବୀ-ଦେବତା ଶୟନକୁ ଯାଇଥାନ୍ତି । ଏହିକାରଣରୁ ଶଙ୍ଖ ବଜାଇବା ଦ୍ୱାରା ଭଗବାନଙ୍କ ନିଦ୍ରା ଭଙ୍ଗ ହୋଇଥାଏ। ଏଥିସହ ଶଙ୍ଖ ଧ୍ୱନି ଯୋଗୁ ବାତାବରଣରେ ଥିବା ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବିଶ୍ରାମ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି କାରଣରୁ ଶଙ୍ଖ ବଜାଇବା ଲାଭ ପରିବର୍ତ୍ତେ କ୍ଷତି ହୋଇଥାଏ। ଏହି କାରଣରୁ ରାତ୍ରି ପୂଜାରେ ପୂର୍ଣ୍ଣ ଲାଭ ଚାହୁଁଥିଲେ ଭୁଲରେ ବି ରାତିରେ ଶଙ୍ଖର ପ୍ରୟୋଗ କରନ୍ତୁ ନାହିଁ।

bellସେହିଭଳି ଶଙ୍ଖ ସମାନ ଘଣ୍ଟି ମଧ୍ୟ ରାତ୍ରି ପୂଜାରେ ବଜାଇବା ଅନୁଚିତ। ଘଣ୍ଟିର ଶଦ୍ଦ ମଧ୍ୟ ଦେବୀ-ଦେବତାଙ୍କ ନିଦ୍ରାରେ ବିଘ୍ନ ସୃଷ୍ଟି କରିଥାଏ। ଏହିକାରଣରୁ ସୂର୍ଯ୍ୟାସ୍ତ ପରେ ଘଣ୍ଟିର ପ୍ରୟୋଗ ନକରିବା ପାଇଁ ଶାସ୍ତ୍ରରେ ଉଲ୍ଲେଖ ରହିଛି।
ଶାସ୍ତ୍ରାନୁଯାୟୀ, ରାତ୍ରିରେ ପଞ୍ଚ ଦେବଙ୍କ ପୂଜା କରିବା ଅନୁଚିତ। ପଞ୍ଚଦେବଙ୍କ ମଧ୍ୟରେ ସୂର୍ଯ୍ୟଦେବ, ଭଗବାନ ଗଣେଶ, ଦେବୀ ଦୁର୍ଗା, ଭଗବାନ ଶିବ ଏବଂ ଭଗବାନ ବିଷ୍ଣୁ ରହିଥାନ୍ତି। କୁହାଯାଇଥାଏ ସୂର୍ଯ୍ୟାସ୍ତ ପରେ ପଞ୍ଚଦେବଙ୍କ ପୂଜା କରିବା ଦ୍ୱାରା ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବାରେ।

tulsi-pujaସେହିଭଳି ସୂର୍ଯ୍ୟାସ୍ତ ପରେ ତୁଳସୀ ପତ୍ର ସ୍ପର୍ଶ କରିବା ଏବଂ ତୋଳିବାରେ ମଧ୍ୟ ବାରଣ କରାଯାଇଥାଏ। କାରଣ ଏହି ସମୟରେ ତୁଳସୀ ଦେବୀ ଲୀଳା କରିବା ପାଇଁ ଯାଇଥାନ୍ତି। ଏଥିସହ ସୂର୍ଯ୍ୟାସ୍ତ ପରେ ତୁଳସୀଙ୍କୁ ସ୍ପର୍ଶ କରିବା ଦ୍ୱାରା ଧନର ସଙ୍କଟ ଦେଖାଯାଇଥାଏ ଏବଂ ନକାରାତ୍ମକ ପ୍ରଭାବ ମଧ୍ୟ ପଡିଥାଏ।

ଏସବୁ ବ୍ୟତୀତ ରାତ୍ରିରେ ପୂଜା କରିବା ସମୟରେ ଉତ୍ତର ଦିଗକୁ ମୁହଁ କରିବା ଉଚିତ। ଏପରି କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହି ଦିଗକୁ ମୁହଁ କରି ପୂଜା କରିବା ଦ୍ୱାରା ଧନ-ଧାନ୍ୟ ସହ ସୁଖ-ସଂପ୍ରତ୍ତି ମଧ୍ୟ ବୃଦ୍ଧି ପାଇଥାଏ। ଏହି ଦିଗ ସ୍ଥିରତାର ସୂଚକ ହୋିଥିବାରୁ ଏଠାରେ କୁବେରଙ୍କ ଦୃଷ୍ଟି ପଡିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.