Below header

ଯାଜପୁର: ଜେନାପୁର ପୋଲିସ ଦ୍ୱାରା ନକଲି ନୋଟ୍ ଜବତ, ଜଣେ ଗିରଫ

ଯାଜପୁର (କେନ୍ୟୁଜ) : ଜେନାପୁର ପୋଲିସ ଦ୍ୱାରା ନକଲି ନୋଟ୍ ଜବତ । ଏହି ଥାନା ଘାସିବର ଛକରୁ ୨ଟି ୫ଶହ ଟଙ୍କିଆ ଜାଲ ନୋଟ୍ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଂଚଳର ଚୈତନ୍ୟ ମଲିକଙ୍କ ପୁଅ ବିକାଶ ।  ବିକାଶ ଘାସିବର ଛକ ଠାରେ ଥିବା ଏକ ପାନ ଦୋକାନରୁ କିଛି ଜିନିଷ କିଣି ଦୋକାନୀଙ୍କୁ ୫ଶହ ଟଙ୍କା ବଢାଇଥିଲେ । ପରେ ଆଉ ଏକ ୫ଶହ ଟଙ୍କା ଚେଞ୍ଜ କରିବାକୁ ଦୋକାନୀକୁ କହିଥିଲେ । ଏତେ ଟଙ୍କା ଚେଞ୍ଜ ନଥିବା ଦୋକାନୀ ଜଣକ କହିବାରୁ ବିକାଶ ହଡବଡେଇ ଯାଇଥିଲେ। ଯାହାକୁ ନେଇ ଦୋକାନୀ ଜଣକ ସନ୍ଦେହ ପ୍ରକଟ କରିଥିଲେ ।

ଦୁଇ ଗୋଟି ୫ଶହ ଟଙ୍କା ନୋଟକୁ ଯାଞ୍ଚ କରିବା ପରେ ଉକ୍ତ ୫ଶହ ଟଙ୍କା ନୋଟ ଦୁଇଟି ଜାଲ ବୋଲି ଜଣାପଡଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ଜାଣିବା ପରେ ବିକାଶକୁ କାବୁ କରିଥିଲେ । ପରେ ଜେନାପୁର ଥାନାକୁ ଏ ସଂପର୍କରେ ଖବର ଦେଇଥିଲେ ।

ଖବର ପାଇ ପୋଲସି ସେଠାରେ ପହଁଚି ବିକାଶକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏନେଇ ଏକ ମାମଲା ରୁଜୁ କରିବା ସହ ବିକାଶକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଆଶିଷ କୁମାର ସାହୁ ସୂଚନା ଦେଇଛନ୍ତି । ତେବେ ବିକାଶ ପାଖରେ ଏହି ନକଲି ନୋଟ କେଉଁଠୁ ଆସିଲା ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.