ଜାଣନ୍ତିକି ଆଲୋଭେରାର ଅତ୍ୟଧିକ ସେବନ ଶରୀର ପାଇଁ ଲାଭ ନୁହେଁ କ୍ଷତି ଆଣି ଦେଇପାରେ

ସାଧାରଣତଃ ଘି କୁଆଁରୀ ସ୍ୱାସ୍ଥ୍ୟ ପାଇଁ ଖୁବ ଲଭଦାୟୀ ହୋଇଥାଏ । ଶରୀର ଠାରୁ ଆରମ୍ଭ କରି ତ୍ୱଚା ପର୍ଯ୍ୟନ୍ତ ସବୁଥି ପାଇଁ ଆମେ ସାଧାରଣତଃ ଆଲୋଭେରା ବା ଘି କୁଆଁରୀର ବ୍ୟବହାର କରିଥାଉ । କିନ୍ତୁ ଏହାର ଅତ୍ୟଧିକ ଉପଯୋଗ ଲାଭ ଆଣିବା ବଦଳରେ କ୍ଷତି ପହଞ୍ଚାଇ ଥାଏ । ଏଥିରେ ଅନେକ ଔଷଧୀୟ ଗୁଣ ଥିଲେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ମାତ୍ରାରେ ଏହାର ବ୍ୟବହାର ଶରୀର ପାଇଁ ହିତକାରୀ ହୋଇଥାଏ । କିନ୍ତୁ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରିବା ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ଦେଖାଦେଇପାରେ । ଆଜି ଆମେ ଆପଣଙ୍କୁ ଘି କୁଆଁରୀର ଅତ୍ୟଧିକ ସେବନର ନେଗେଟିଭ ଇଫେକ୍ଟ ବିଷୟରେ କହିବାକୁ ଯାଉଛୁ ।

ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଜି ପାରେ:

ଘି କୁଆଁରୀର ଅତ୍ୟଧିକ ସେବନ ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଯାଇପାରେ । ଏହା ସହ ଶରୀରର ପୋଟାସିୟମ ଲେବଲ ବି ବିଗିଡି ଯାଇପାରେ ।

ସ୍କିନ ସମ୍ବନ୍ଧୀୟ ସମସ୍ୟା ଦେଖାଦିଏ:

ତ୍ୱଚା ପାଇଁ ଏଲୋଭେରା ଜେଲ ମୋୖହଷଧି ସଦୃଶ ହୋଇଥାଏ । କିନ୍ତୁ ଏହାର ଅତ୍ୟଧିକ ପ୍ରୟୋଗ ଆପଣଙ୍କ ସ୍କିନକୁ ବିଗାଡି ଦେଇପାରେ ।

aloevera  – ଡାଇବେଟିସ ରୋଗୀଙ୍କ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ ଏଲୋଭେରା ଜୁସ:

ପେଟ ଥଣ୍ଡା ରଖିବା, ଶରୀରର ଅନ୍ୟ ସମସ୍ୟା ପାଇଁ ଏବେ ସକାଳୁ ଖାଲି ପେଟରେ ଘି କୁଆଁରୀ ରସ ବା ଜୁସ ପିଇବାକୁ ପରାମର୍ଶ ଦିଆଯାଉଛି । କିନ୍ତୁ ମଧୁମେହ ରୋଗୀ ମାନେ ଏହି ଜୁସର ପ୍ରୟୋଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ । ନଚେତ ଲାଭ ବଦଳରେ ଶରୀରକୁ କ୍ଷତି ପହଞ୍ଚାଇ ଥାଏ ଏହି ଜୁସ ।

ଲିଭର ଜନିତ ସମସ୍ୟା ଦେଖାଦିଏ:

ଏଲୋଭେରାର ଅତ୍ୟଧିକ ବ୍ୟବହାର କାରଣରୁ ଯକୃତ ପରି ସମସ୍ୟା ଦେଖାଦେଇପାରେ । ଏହି ରୋଗୀ ମାନେ ବି ବିନା ଡାକ୍ତରଙ୍କ ପରାମର୍ଶରେ ଏହାର ଜୁସ ପିଇବା ଉଚିତ ନୁହେଁ । ସୁସ୍ଥ ଓ ଫିଟ ରହିବା ପାଇଁ ଏହାର ପ୍ରୟୋଗ ନିର୍ଦ୍ଦିଷ୍ଟ ମାତ୍ରାରେ କରନ୍ତୁ ।

Leave A Reply

Your email address will not be published.