Below header

ଆଜି ଯେଉଁମାନଙ୍କର ଜନ୍ମଦିନ, ଜାଣନ୍ତୁ ବର୍ଷ ୨୦୨୧ ଆପଣଙ୍କ ପାଇଁ କେମିତି ରହିବ

ଆଜି ଅକ୍ଟୋବର ୮ ତାରିଖ। ଯଦି ଆଜି ଆପଣଙ୍କର କିମ୍ବା ଆପଣଙ୍କର କୌଣସି ବନ୍ଧୁ ପରିଜନଙ୍କ ଜନ୍ମଦିନ ତେବେ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆଜିର ତାରିଖରେ ଯେଉଁମାନେ ଜନ୍ମ ହୋଇଛନ୍ତି, ଆସନ୍ତୁ ଜାଣିବା ୨୦୨୧ ଆପଣଙ୍କ ପାଇଁ କେମିତି ରହିବ…

୮ ଅକ୍ଟୋବରରେ ଜନ୍ମିତ ବ୍ୟକ୍ତିଙ୍କ ମୂଳାଙ୍କ ୮ ହୋଇଥାଏ। ଏମାନେ ଅନ୍ୟମାନଙ୍କ ସହ ଅଧିକ ମିଳାମିଶା କରିବାକୁ ପସନ୍ଦ କରନ୍ତି ନାହିଁ। ମାତ୍ର ଏମାନେ ପରକୁ ସାହାଯ୍ୟ କରିବାରେ ବିଶ୍ୱାସ କରିଥାନ୍ତି। ୮ ମୂଳାଙ୍କ ଥିବା ବ୍ୟକ୍ତି ଖୁବ୍‌ ପରିଶ୍ରମୀ ହୋଇଥାନ୍ତି। ଏମାନେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥାନ୍ତି। ମାତ୍ର ଏମାନଙ୍କୁ ଡେରିରେ ସଫଳତା ମିଳେ। ଏଣୁ ଜୀବନରେ ଅଧିକାଂଶ ସମୟ ଏମାନେ ହତାଶ ହୋଇଥାନ୍ତି। ପରିସ୍ଥିତି ଅନୁକୂଳ ନଥିଲେ ବେଳେ ବେଳେ ଏମାନେ ଯେଉଁଠାରୁ ଯାତ୍ରା ଆରମ୍ଭ କରିଥାନ୍ତି ସେଇଠି ଆସି ପହଞ୍ଚିଯାଇଥାନ୍ତି।

october-8

ଅକ୍ଟୋବରରେ ବ୍ୟାପାରରେ ନେଣଦେଣ ମାମଲାରେ ସତର୍କତା ଅବଳମ୍ବନ କରନ୍ତୁ। ନଭେମ୍ବରରେ କୌଣସି ମହିଳା ବନ୍ଧୁ କିମ୍ବା ସହକର୍ମୀଙ୍କ ଯୋଗୁ ବିପଦରେ ପଡ଼ିପାରନ୍ତି। ଡିସେମ୍ବରରେ ଯାତ୍ରା ଯୋଗ ରହିଛି। ଆୟର ଅନ୍ୟ ବାଟ ଫିଟିବ। ୨୦୨୧ ମଧ୍ୟ ଆପଣଙ୍କ ପାଇଁ ବେଶ୍‌ ଉତ୍ସାହଜନକ ରହିବ। ଆସନ୍ତାବର୍ଷ ଆପଣଙ୍କୁ ସରକାରୀ କାମ ମିଳିପାରେ। ଧାର୍ମିକ ଯାତ୍ରା କରିପାରନ୍ତି। ମାତ୍ର ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ମାତାପିତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବର୍ଷଟି ମୋଟ ଉପରେ ଆପଣଙ୍କ ପାଇଁ ଭଲ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.