ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା, ଚିକିତ୍ସାଧିନ ଅବସ୍ଥାରେ ଜଣେ ମୃତ

ଭୁବନେଶ୍ବର: ବିସ୍ଫୋରଣରେ ମୃତାହାତକୁ ନେଇ ରାଜଧାନୀରେ ଚର୍ଚ୍ଚା ଚାଲିଥିବାବେଳେ, ଏହାରି ଭିତରେ ଜଣଙ୍କର ମୃତ୍ଯୁ ହୋଇଥିବା ନେଇ ଖବର ଆସି ପହଞ୍ଚିଛି । ମୃତକଙ୍କ ଜଣଙ୍କ ଗଞ୍ଜାମ ଜତଲ୍ଲାର ସତ୍ଯ ନାୟକ। ମିଳିଥିବା ଖବର ମୁତାବକ ଗତକାଲି ଘଟଣାପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତୀ କରାଯାଇଥିଲା । ପାଖାପାଖି ତାଙ୍କ ଶରୀରର ୬୦ ଭାଗ ପୋଡି ହୋଇଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ଯୁ ହୋଇଥିବା ନେଇ ଏସିବିର ଜରୁରୀ କାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।

petrol pump newଅନ୍ଯପଟେ ଘଟଣାସ୍ଥଳରେ ପାଖରେ ପଡିଥିବା ମାଂସ ଓ ହାଡ କାହାର ବୋଲି ପ୍ରଶ୍ନ ଉଠିଛି । ଏସସିବିରେ ଚିିକିତ୍ସିତ ହେଉଥିବା ଦୁଇ ଗୁରୁତରଙ୍କ କୌଣସି ଅଙ୍ଗ ଛିଡିନଥିବାବେଳେ, ଏସବୁ କାହାର ଅଂଶ ତାକୁ ନେଇ ଆଲୋଚନା ହେଉଛି । ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ସୁରକ୍ଷିତ ଅଛନ୍ତି ତ ? ତାକୁ ନେଇ ପ୍ରଶ୍ନ ଉଠିଛି । ସେପଟେ ଦୁର୍ଘଟଣା ପରେ ନିଖୋଜ ଅଛନ୍ତି ସୀମାଞ୍ଚଳ ପରିଡା। ସେ କୋଲକତାରେ IOCLରେ କାମ କରୁଥିଲେ। ଗତକାଲି ଭୁବନେଶ୍ୱର ଆସିତିଲେ କାମ କରିବାକୁ। ତେବେ ବିସ୍ଫୋରଣ ଘଟଣା ପରେ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ସେପଟେ ପୋଲିସକୁ ସୀମା଼ଞ୍ଚଳଙ୍କ ପର୍ସ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.