ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ: ଅଗ୍ନିଶମ ଡିଜି

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନ ନିକଟ ପେଟ୍ରୋଲ ପମ୍ପ ଅଞ୍ଚଳ ବିପଦମୁକ୍ତ। ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି। IOCL ସେଫ୍ଟି ଟିମ୍‌ ପେଟ୍ରୋଲ ଟାଙ୍କିରେ ଥିବା LPG ଟ୍ୟାଙ୍କରରୁ ଗ୍ୟାସ ବାହାର କରାଯାଇଛି। ଏହାସହିତ ଗ୍ୟାସ ଟ୍ୟାଙ୍କରକୁ ନେଇ ରହିଥିବା ବିସ୍ଫୋରଣ ଆଶଙ୍କା ମଧ୍ୟ ଟଳିଯାଇଛି।

tankଅନ୍ୟପଟେ ବିସ୍ଫୋରଣରେ ମୃତାହାତକୁ ନେଇ ରାଜଧାନୀରେ ଚର୍ଚ୍ଚା । ପାଖରେ ପଡିଥିବା ମାଂସ ଓ ହାଡ କାହାର ବୋଲି ପ୍ରଶ୍ନ ଉଠିଛି । ଏସସିବିରେ ଚିିକିତ୍ସିତ ହେଉଥିବା ଦୁଇ ଗୁରୁତରଙ୍କ କୌଣସି ଅଙ୍ଗ ଛିଡିନାହିଁ । ତେଣୁ ଏସବୁ କାହାର ତାକୁ ନେଇ ଆଲୋଚନା ହେଉଛି । ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରୀ ସୁରକ୍ଷିତ ଅଛନ୍ତି ତ ? ତାକୁ ନେଇ ପ୍ରଶ୍ନ ଉଠିଛି ।

petrolଗତକାଲି ରାଜଭବନ ନିକଟରେ ଭୟଙ୍କର ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନିଆଁରେ ପୋଡ଼ି ହୋଇ ଅନେକ ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇଜଣ ଗୁରୁତର ଏସସିବିରେ ଚିକିତ୍ସିତ ହେଉଛନ୍ତି । ଜଣଙ୍କ ଆଖି ନଷ୍ଟ ହୋଇଯାଇଥିବା ବେଳେ ଉଭୟଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି । ଜଣେ ୬୦ ପ୍ରତିଶତ ପୋଡି ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.