ସ୍ପେଶାଲ

ଧୂମପାନ ଅଭ୍ୟାସ ଛଡ଼ାଇବା ପାଇଁ ରାମବାଣ ଏହି ଜିନିଷ, ରିସର୍ଚ୍ଚରେ ହେଲା ଖୁଲାସା

ଆମେ ସମସ୍ତେ ଜାଣୁ ସ୍ୱାସ୍ଥ୍ୟ ପାଇଁ ଧୂମପାନ କେତେ ଖରାପ, ତଥାପି ଏହାର ନିଶା ତ୍ୟାଗ କରିବା ଲୋକଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇଥାଏ । ତେବେ ନିକଟରେ ଧୂମପାନ ତ୍ୟାଗ ପାଇଁ ଏକ ଏଭଳି ଉପାୟ ସାମ୍ନାକୁ ଆସିଛି ଯାହା ଧୂମପାନ ଅଭ୍ୟାସ ଛଡାଇବା ପାଇଁ ରାମବାଣ ସଦୃଶ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ…

ସ୍ୱାସ୍ଥ୍ୟ ପାଇଁ ସିଗାରେଟ୍ ବହୁତ କ୍ଷତିକାରକ । ଏଥିରେ ଅନେକ କ୍ଷତିକାରକ ଉପାଦାନ ରହିଛି ଯାହା କ୍ୟାନ୍ସର ଭଳି ରୋଗ ସୃଷ୍ଟି କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ସିଗାରେଟ୍ ଜଳିଯାଏ, ସେଥିରୁ ୭ ହଜାରରୁ ଅଧିକ ରାସାୟନିକ ପଦାର୍ଥ ସୃଷ୍ଟି ହୁଏ । ଏହା ବ୍ୟତୀତ ସିଗାରେଟ୍ ଧୂଆଁରେ ଏସିଟୋନ୍ ଥାଏ, ଯାହା ନେଲପଲିସ୍ ରିମୁଭରରେ ମିଳିଥାଏ । କାର୍ବନ ମନୋକ୍ସାଇଡ୍ ଯାହା କାର୍ ଧୂଆଁରେ ବାହାରିଥାଏ । ଏମାନଙ୍କ ବ୍ୟତୀତ ତମାଖୁ ଧୂଆଁରେ ନିକୋଟିନ୍ ମଧ୍ୟ ଥାଏ । ଯାହା କୀଟନାଶକ ଭାବରେ ବ୍ୟବହୃତ ହୁଏ ।

ଏହି ସବୁ କେମିକାଲସ ଆପଣ ଅନୁମାନ କରିପାରୁଥିବେ ଯେ ସିଗାରେଟ ଆମ ସ୍ୱାସ୍ଥ୍ୟ ପାଇଁ କେତେ ହାନିକାରକ । ଏହି ସମୟରେ, ନିକଟରେ ଦାବି କରାଯାଇଛି ଯେ ଧୂମପାନ ଛାଡିବାରେ ଲେବର୍ନମ୍ ଗଛରୁ ସାଇଟିସିନ୍ ଖୁବ ପ୍ରଭାବଶାଳୀ ହୋଇପାରେ । ସେଣ୍ଟ୍ରୋ ନ୍ୟାସନାଲ୍ ଇଣ୍ଟକ୍ସିକାସିଅନ୍, ବୁଏନୋସ୍ ଆଇରେସ୍, ଆର୍ଜେଣ୍ଟିନା ଅନୁସନ୍ଧାନକାରୀଙ୍କ ଦ୍ୱାରା ଏହି ଦାବି କରାଯାଇଛି । ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ଏହା ଅନ୍ୟ ପ୍ଲେସିବୋ ଅପେକ୍ଷା ଅଧିକ ପ୍ରଭାବଶାଳୀ ହୋଇପାରେ ।

ଏହି ପରୀକ୍ଷା ପାଇଁ, ଗବେଷକମାନେ ଧୂମପାନ କରୁଥିବା ୬୦୦୦ ଲୋକଙ୍କୁ ଅନ୍ତର୍ଭୁକ୍ତ କରିଛନ୍ତି । ସମସ୍ତ ଲୋକଙ୍କ ଉପରେ ସାଇଟାଇସିନ୍ ଏବଂ ପ୍ଲେସେବୋ ସହିତ ତୁଳନା କରୁଥିବା ୮ ଟି ପରୀକ୍ଷା କରାଯାଇଛି । ଏହି ସମୟ ମଧ୍ୟରେ ଦେଖାଗଲା ଯେ ସାଇଟାଇନ୍ ଅନ୍ୟମାନଙ୍କ ତୁଳନାରେ ଦୁଇଗୁଣ ଦ୍ରୁତ ଗତିରେ କାମ କରେ । ଏହି ଅଧ୍ୟୟନ ଏକ ଜର୍ଣ୍ଣାଲ ଏଡିସନରେ ପବ୍ଲିସ ହୋଇଛି । ଯେଉଁଥିରେ ଏହା ବିଷୟରେ ପ୍ରକାଶ ପାଇଛି ।

Srujanika Panda

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago