ରାଜ୍ୟ

ମା’ ଦେଉଥିଲା ପ୍ଳାନ୍, ପୁଅ କରୁଥିଲା ଚୋରି

ଉଦଳା(କେନ୍ୟୁଜ): ମା’ ଟଙ୍କା ଆଣିବାକୁ କହୁଥିଲା, ଆଉ ପୁଅ ଚୋରି କରି ଆଣି ଟଙ୍କା ଦେଉଥିଲା । ମା’ କରୁଥିଲା ପ୍ଳାନ୍ ଆଉ ତାର ସଫଳ ରୂପ ଦେଉଥିଲା ପୁଅ । ହେଲେ ଏଥର କିନ୍ତୁ ଫେଲ୍ ମାରିଲା ଚାଲାକି । ଶେଷର ପୋଲିସ୍ ହାବୁଡରେ ଧରା ପଡିଗଲେ ଉଭୟ ମାଆ ଏବଂ ପୁଅ । ଏବେ ଉଭୟ ଧରା ପଡିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ଖୋଲିଛି ମାଆ ପୁଅଙ୍କ ସବୁ କାରନାମାର ଗୁମର । ଏହି ଘଟଣା ଶୁଣିକି ଚକିତ ଲାଗୁଥିଲେ ବି ଏକଦମ୍ ସତ ।

ସୂଚନା ମୁତାବକ, କପ୍ତିପଦା ଥାନା ଖପରାପାଳ ଗ୍ରାମରେ ଥିବା ଏକ ଦୋକାନରୁ ମାର୍ଚ୍ଚ ୩୧ ତାରିଖ ରାତିରେ ୩ ଲକ୍ଷ ୭୦ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଲୁଟେରାମାନେ ଦୋକାନରେ ଥିବା ଏକ ଟଙ୍କା ବାକ୍ସକୁ ନେଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ସ୍ଥାନୀୟ ସୋନ ନଈ ନିକଟରୁ ଚୋରି ହୋଇଥିବା ବାକ୍ସ ପାଇଥିଲେ ସୁଦ୍ଧା ଟଙ୍କା ପାଇ ନ ଥିଲା ।

ତେବେ ତଦନ୍ତ ପରେ ଶେଷରେ ଉକ୍ତ ଗ୍ରାମର ମାଆ ବାରି ହେମ୍ବ୍ରମ୍ ଏବଂ ପୁଅ ମହନ୍ତ ହେମ୍ବ୍ରମକୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି । ଗିରଫ ହେବା ପରେ ସାମ୍ନାକୁ ଆସିଛି ପୁରା ଘଟଣା । ମହନ୍ତ ହେମ୍ବ୍ରମକୁ ଟଙ୍କା ଆଣିବା ନିମନ୍ତେ କହିଥିଲା ମାଆ ବାରି ହେମ୍ବ୍ରମ୍ । ଟଙ୍କା ଆଣିବା ପାଇଁ ପୁଅ ମହନ୍ତ ହେମ୍ବ୍ରମ ଘର ଠାରୁ ୫ଶହ ମିଟର ଦୂରରେ ଥିବା ଏକ ଦୋକାନକୁ ରାତିରେ ଯାଇ ସେଠାରୁ ଟଙ୍କା ବାକ୍ସ ଚୋରି କରି ଆଣିଥିଲା ।

ଚୋରି କରିଥିବା ଟଙ୍କା ବାକ୍ସରେ ୩ ଲକ୍ଷ ୭୦ ହଜାର ଟଙ୍କା ରହିଥିବା ବେଳେ ସେହି ଟଙ୍କାରୁ ୩୫ ହଜାର ଟଙ୍କା ଦେଇ ମହନ୍ତ ଏକ ମୋବାଇଲ କିଣିବା ପରେ ବାକି ତକ ଟଙ୍କା ମାଆ ବାରିକୁ ଦେଇ ଦେଇଥିଲା । ବାରି ସେହି ଟଙ୍କାରୁ କିଛି ତାଙ୍କ ଭାଇକୁ ଦେଇଥିବା ବେଳେ ବାକି ତକ ଟଙ୍କା ପାଖରେ ରଖିଥିଲେ ।

ହେଲେ ଖବର ପାଇ ପୋଲିସ୍ ଚଢାଉ କରିବା ପରେ ମାଆ ଓ ପୁଅ ନିକଟରୁ ୮୮ ହଜାର ୫ଶହ ଟଙ୍କା ଜବତ କରିବା ସହିତ କିଣା ଯାଇଥିବା ମୋବାଇଲକୁ ମଧ୍ୟ ଜବତ କରିଛି । ଏବଂ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

କି ଯୁଗ ହେଲା, କାନ ଉଠିବା ଦିନରୁ ଏମିତି ଘଟଣା ଶୁଣିନଥିବେ କେହି । ଟଙ୍କା ଆଣିବାକୁ ମାଆ କହୁଥିଲା । ଆଉ ମା’ର କଥା ଶୁଣିବା ମାତ୍ରକେ ପୁଅ ମାଡି ଯାଉଥିବା ଚୋରି କରିବାକୁ । ଆଉ ଚୋରି କରି ଟଙ୍କା ଆଣି ଧରାଇ ଦେଉଥିଲା ମାଆକୁ । ଏସବୁ ଘଟଣାର ପର୍ଦ୍ଦାଫାଶ ପରେ ଏବେ ବନ୍ଧା ହୋଇଛନ୍ତି ଏହି ମା’ପୁଅ ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago