ସ୍ପେଶାଲ

ଡ୍ୟାନ୍ସ ଶିଖିବା ପାଇଁ ଲଣ୍ଡନ ଯିବେ ରିକ୍ସାଚାଳକଙ୍କ ପୁଅ, ଯେଉଁଠି ଆଜି ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି କୌଣସି ଭାରତୀୟ

ଦିଲ୍ଲୀର ଜଣେ ରିକ୍ସାଚାଳକଙ୍କ ପୁଅ ଏପରି ଚମତ୍କାର କରି ଦଖିଛନ୍ତି, ଯାହା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ କରିପାରିନାହାନ୍ତି। ଆଉ ଏସବୁ କେବଳ ଏକ ଫିଲ୍ମ କାରଣରୁ ହୋଇପାରିଛି। ବିକାଶପୁରୀ ନିକଟ ବସେ ଚନ୍ଦ୍ର ବିହାରରେ ରହୁଥିବା କମଲ ୬ ବର୍ଷ ତଳେ ମୋବାଇଲ ଫୋନରେ ଏବିସିଡି (ଏନି ବଡି କ୍ୟାନ ଡ୍ୟାନ୍ସ) ଫିଲ୍ମ ଦେଖିବା ପରେ ସେହିଦିନ ଠାରୁ ଡ୍ୟାନ୍ସର ହେବାର ଇଛା ତାଙ୍କ ମନରେ ଜାଗ୍ରତ ହୋଇଥିଲା। ଆଉ ଆଜି ସେ ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି।

ସୂଚନା ମୁତାବକ କମଲଙ୍କ ପିତା ଜଣେ ରିକ୍ସା ଚାଳକ। କମଲଙ୍କୁ ଇଂଗ୍ଲିଶ ନ୍ୟାସନାଲ ବାଲେଟ୍‌ ସ୍କୁଲ ଲଣ୍ଡନରେ ଡ୍ୟାନ୍ସ ସିଖିବା ପାଇଁ ସ୍ଥାନ ପାଇଛନ୍ତି। ଏଠାରେ ଏକ ବର୍ଷ ପ୍ରଶିକ୍ଷଣ ହେବ। ଏହି ପ୍ରଶିକ୍ଷଣ ପୁରା କରିବା ପରେ ସେ ଜଣେ ପ୍ରଫେସନାଲ୍‌ ଡ୍ୟାନ୍ସର ହୋଇପାରିବେ। ସୂଚନା ଯୋଗ୍ୟ ଏହି ଡ୍ୟାନ୍ସ ସ୍କୁଲରେ ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଡ୍ୟାନ୍ସ ସିଖିବା ପାଇଁ ପହଞ୍ଚି ପାରିନାହାନ୍ତି।

ଗତ ୨୦୧୬ ମସିହାରେ କମଲ ବେଲେ ଡ୍ୟାନ୍ସ ଏକାଡେମୀ ବିଷୟରେ ଜାଣିବା ପାଇଁ ଆରମ୍ଭ କରିଥିଲେ। ଏହାପରେ ସେ ଇଂପରିୟଲ ଫର୍ଣ୍ଣାଡୋ ବେଲେ ସ୍କୁଲ ବିଷୟରେ ସୂଚନା ପାଇବା ପରେ ସିଧା ସ୍କୁଲରେ ଯାଇ ପହଞ୍ଚିଥିଲେ। ସେଠାରେ କମଲ ଅଡିଶନ ଦେଇଥିଲେ। ଏହାପରେ କମ୍ପାନୀର ଆର୍ଟିଷ୍ଟିକ୍‌ ଡାଇରେକ୍ଟର ଫର୍ଣ୍ଣାଡୋ ଅଗଲେରା କମଲଙ୍କ ଡ୍ୟାନ୍ସରେ ଖୁବ୍‌ ପ୍ରଭାବିତ ହୋଇଥିଲେ। ଏହାପରେ କମଲ ନିଜର ଆର୍ଥିକ ସ୍ଥିତି ବିଷୟରେ କହିଥିଲେ। ଏନେଇ ସ୍କୁଲ ପକ୍ଷରୁ ତାଙ୍କୁ ସ୍କଲାରସିପ୍‌ ଦିଆଯାଇଥିଲା। ଏହାପରେ କମଲଙ୍କ ପିତା କରନେଲ ସିଂହଙ୍କୁ ସ୍କୁଲକୁ ଡକାଯାଇ ତାଙ୍କ ପୁଅର ପ୍ରତିଭା ବିଷୟରେ ଜଣାଇବା ପରେ ସହମତି ନିଆଯାଇଥିଲା। ଏହାପରେ କମଲଙ୍କ ଡ୍ୟାନ୍ସର ହେବାର ଯାତ୍ରା ଆରମ୍ଭ ହୋଇଛି। ସେହିଭଳି ଋଷର ସେଂଟ ପିଟସବର୍ଗ ସ୍ଥିତ ଓ୍ଵାଗାନୋଓ୍ଵା ବେଲେ ଏକାଡେମୀକୁ ମଧ୍ୟ କମଲ ନିଜର ଡ୍ୟାନ୍ସ ଭିଡିଓ ପଠାଇଥିଲେ। ଏହାପରେ ସେଠାରେ ତାଙ୍କ ଭିଡିଓ ଦେଖି ପ୍ରଶିକ୍ଷଣ ପାଇଁ ଆମନ୍ତ୍ରଣ କରିବା ସହ ଖୁବ୍‌ ତାରିଫ୍‌ କରିଥିଲେ।

ସୂଚନା ମୁତାବକ କମଲ (୧୯ ସେପ୍ଟେମ୍ବର) ଅର୍ଥାତ ଆସନ୍ତାକାଲିପ୍ରଶିକ୍ଷଣ ପାଇଁ ଲଣ୍ଡନ ଯାଉଛନ୍ତି। ଏନେଇ ସେଠାରେ ତାଙ୍କର ଯାହା ଖର୍ଚ୍ଚ ହେବ ତାହା ସ୍କୁଲ ବହନ କରିବ। ନେଇ ସୂଚନା ମିଳିଛି। କମଲ ସେଠାରେ ୧୪ଦିନ କ୍ୱାରେଣ୍ଟାଇନରେ ରହିବା ପରେ ପ୍ରଶିକ୍ଷଣ ଆରମ୍ଭ କରିବେ। କେବଳ ଏତିକି ନୁହେଁ ଜଣେ ବିଖ୍ୟାତ ଡ୍ୟାନ୍ସର ହେବା ପାଇଁ ଲୋକମାନେ ଅନଲାଇନ୍‌ ଟଙ୍କା ଆଦାୟ କରି କମଲଙ୍କୁ ସାହାଯ୍ୟ କରିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

10 hours ago