ସ୍ପେଶାଲ

୧୦ ବର୍ଷର ବିସ୍ମୟ ବାଳକ ସଙ୍ଗମ ଲାବଲା, ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଖିପାରୁଛନ୍ତି ସବୁକିଛି

ରାୟଗଡା: ରାୟଗଡା ସହରର ଗାୟତ୍ରୀ ନଗର ଦ୍ବିତୀୟ ଲେନର ୧୦ ବର୍ଷର ବାଳକ ସଙ୍ଗମ । କୋରନା ମହାମାରୀ ସମୟରେ ଗଣିତ ପାଠ ନେଇ ୧୦ ଦିନିଆ କୋର୍ଷ କରୁଥିଲେ ସଙ୍ଗମ ଲାବଲା । ହେଲେ ଦିନେ ବାପା ମାଁଙ୍କୁ ସେ ଆଖିରେ ପଟି ବାନ୍ଧି ସବୁ ଦେଖିପାରୁଥିବା ବିଷୟ କହିଥିଲେ । ପ୍ରଥମେ ବାପା ମାଁ ନିଜ କୁନି ପୁଅଟିର କଥାକୁ ବିଶ୍ବାସ କରିନଥିଲେ । ପରେ ସେମାନେ ପରୀକ୍ଷାମୂଳକ ଭାବେ ଆଖିରେ ପଟି ବାନ୍ଧି ଯାହାଦେଖିଲେ ସେଥିରେ ସେମାନେ ଆର୍ଶର୍ଯ୍ୟ ହୋଇଗଲେ । ଆଖିରେ ଅନ୍ଧ ପୁଟୁଳି ବାନ୍ଧି ର୍ନିଦ୍ବନ୍ଦରେ ପୁଅ ସବୁ ପଢିପାରୁଛି ଦେଖି ସେମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । ସଙ୍ଗମ ଲାବଲା ରାୟଗଡା ସହରର ସେଞ୍ଚୁରିଆନ ପବ୍ଳିକ ସ୍କୁଲରେ ୪ର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ବିଭିନ୍ନ ସମୟରେ ୟୁଟ୍ୟୁବରେ ଗ୍ରହ ନକ୍ଷତ୍ର ବିଷୟରେ ଦେଖିବାକୁ ଭଲ ପାଆନ୍ତି । ଯେକୌଣସି ଜିନିଷକୁ ହାତରେ ଅଣ୍ଡାଳି, କପାଳରେ ଘସି ,ଶୁଙ୍ଘି ତାକୁ ବାରି ପାରୁଛନ୍ତି ।ଏହା କୌଣସି ଦୈବିକ ଶକ୍ତି ବୋଲି ପରିବାର ଲକେ ବିବେଚନା କରୁଥିବାବେଳେ , ସଙ୍ଗମ ଲାବଲାଙ୍କର ଏହି ବିସ୍ମୟ ପ୍ରତିଭା ଏବେ ରାୟଗଡା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାୟଗଡାରୁ ଅମୂଲ୍ୟ ରତ୍ନ ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

Sonalisa

Recent Posts

ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର: ପାଇପରେ ଆସୁନି ପାଣି, ଟ୍ୟାଙ୍କର ଉପରେ ଭରସା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପାଣି ପାଇଁ ହାହାକାର । ଅଧିକାଂଶ ସ୍ଥାନରେ ଜଳ ସଂକଟର ବିକଳ ଚିତ୍ର । ପାଇପରେ…

6 mins ago

ଆଜି ଶେଷ ରଜ: ପିଠା, ମିଠାରେ ବାସୁଛି ପ୍ରତିଟି ଘର

କେନ୍ୟୁଜ: ଗାଁ ଦାଣ୍ଡରେ ରଜର ମହମହ ବାସ୍ନା । ଆଜି ଶେଷ ରଜ । ୩ ଦିନିଆ ରଜ ଉତ୍ସବର…

15 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

8 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

9 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

10 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

11 hours ago