୧୦ ବର୍ଷର ବିସ୍ମୟ ବାଳକ ସଙ୍ଗମ ଲାବଲା, ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଖିପାରୁଛନ୍ତି ସବୁକିଛି

ରାୟଗଡା: ରାୟଗଡା ସହରର ଗାୟତ୍ରୀ ନଗର ଦ୍ବିତୀୟ ଲେନର ୧୦ ବର୍ଷର ବାଳକ ସଙ୍ଗମ । କୋରନା ମହାମାରୀ ସମୟରେ ଗଣିତ ପାଠ ନେଇ ୧୦ ଦିନିଆ କୋର୍ଷ କରୁଥିଲେ ସଙ୍ଗମ ଲାବଲା । ହେଲେ ଦିନେ ବାପା ମାଁଙ୍କୁ ସେ ଆଖିରେ ପଟି ବାନ୍ଧି ସବୁ ଦେଖିପାରୁଥିବା ବିଷୟ କହିଥିଲେ । ପ୍ରଥମେ ବାପା ମାଁ ନିଜ କୁନି ପୁଅଟିର କଥାକୁ ବିଶ୍ବାସ କରିନଥିଲେ । ପରେ ସେମାନେ ପରୀକ୍ଷାମୂଳକ ଭାବେ ଆଖିରେ ପଟି ବାନ୍ଧି ଯାହାଦେଖିଲେ ସେଥିରେ ସେମାନେ ଆର୍ଶର୍ଯ୍ୟ ହୋଇଗଲେ । ଆଖିରେ ଅନ୍ଧ ପୁଟୁଳି ବାନ୍ଧି ର୍ନିଦ୍ବନ୍ଦରେ ପୁଅ ସବୁ ପଢିପାରୁଛି ଦେଖି ସେମାନେ ନିଜର ଖୁସି ବ୍ୟକ୍ତ କରିଛନ୍ତି । sangamସଙ୍ଗମ ଲାବଲା ରାୟଗଡା ସହରର ସେଞ୍ଚୁରିଆନ ପବ୍ଳିକ ସ୍କୁଲରେ ୪ର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି । ବିଭିନ୍ନ ସମୟରେ ୟୁଟ୍ୟୁବରେ ଗ୍ରହ ନକ୍ଷତ୍ର ବିଷୟରେ ଦେଖିବାକୁ ଭଲ ପାଆନ୍ତି । ଯେକୌଣସି ଜିନିଷକୁ ହାତରେ ଅଣ୍ଡାଳି, କପାଳରେ ଘସି ,ଶୁଙ୍ଘି ତାକୁ ବାରି ପାରୁଛନ୍ତି ।ଏହା କୌଣସି ଦୈବିକ ଶକ୍ତି ବୋଲି ପରିବାର ଲକେ ବିବେଚନା କରୁଥିବାବେଳେ , ସଙ୍ଗମ ଲାବଲାଙ୍କର ଏହି ବିସ୍ମୟ ପ୍ରତିଭା ଏବେ ରାୟଗଡା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାୟଗଡାରୁ ଅମୂଲ୍ୟ ରତ୍ନ ସାହୁଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.