ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକଙ୍କ ସହିତ ଏମିତି ଲଗାଇଲେ ଠୁମକା, ଭାଇରାଲ ହେଉଛି ଥ୍ରୋବ୍ୟାକ୍‌ ଭିଡିଓ

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସଙ୍କ ଯୋଡି ଲୋକଙ୍କର ପସନ୍ଦର ଯୋଡି ମଧ୍ୟରୁ ଗୋଟିଏ। ପ୍ରାୟ ସମୟରେ ଉଭୟେ ପତି ପତ୍ନି ନିଜ ଫଟୋ ଏବଂ ଭିଡିଓ ପାଇଁ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ଏବେ ତାଙ୍କର ଏକ ଥ୍ରୋବ୍ୟାକ୍‌ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ନିକ ଜୋନାସଙ୍କ ଜନ୍ମଦିନରେ ପ୍ରିୟଙ୍କା ବହୁତ ଜବରଦସ୍ତ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି। ଏହିସବୁ ଭିତରେ ପ୍ରିୟଙ୍କା ଏବଂ ନିକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରେ ଉଭୟେ ସାଥିରେ ଠୁମକା ଲଗାଉଥିବାର ଦେଖିବାକୁ ମିଳିଥିଲା। ଦୁହିଁଙ୍କର ଏହି ଭିଡିଓ ପୁରୁଣା ହେଲେ ବି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସୁଛି।

ଭିଡିଓରେ ନିଜ ପୂରା ମସ୍ତି ମୁଡରେ ଭାଙ୍ଗଡା ଏବଂ ଠୁମକା ଲଗାଉଥିବାର ନଜର ଆସୁଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ସହିତ ତାଳ ଦେଇ ଠୁମକା ଲଗାଉଛନ୍ତି। ଭିଡିଓରେ ପ୍ରିୟଙ୍କା ହଳଦିଆ ରଙ୍ଗର ଡ୍ରେସରେ ଦେଖାଯାଉଥିବାବେଳେ ନିକ ବ୍ଲାକ ସୁଟରେ ନଜର ଆସୁଛନ୍ତି। ଦୁହିଁଙ୍କର ଅନ୍ଦାଜକ ଲୋକଙ୍କୁ ଖୁବ୍‌ ପସନ୍ଦ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.