Below header

ଏବେ ସବୁଠି ପତ୍ତା ଲଗାଇ ପାରିବେ ଫ୍ରି Wi-Fi, ଏହି ୩ ତରିକା ଆପଣଙ୍କୁ କରିବ ସାହାଯ୍ୟ

ଏବେ ତ ଇଣ୍ଟରନେଟ ପ୍ୟାକର ଦାମ ସେତେ ବେଶି ଅଧିକ ନାହିଁ, କିନ୍ତୁ ମାଗଣା ଜିନିଷ କାହାକୁ ବା ପସନ୍ଦ ନୁହେଁ। ତେଣିକି ତାହା ଫ୍ରି ଓ୍ଵାଇ-ଫାଇ ହୋଇଥାଉ ନା କାହିଁକି। ଏମିତି ତ ରେଳ ଷ୍ଟେସନ ଏବଂ ସାର୍ବଜନିକ ସ୍ଥାନରେ ଫ୍ରି ଓ୍ଵାଇ-ଫାଇ ସେବା ମିଳୁଛି, କିନ୍ତୁ ଅନେକ ଥର ଏମିତି ହୋଇଥାଏ ଯେ ଆମେ ଏହିସବୁ ଯାଗା ଗୁଡିକରେ ନ ଥାଆନ୍ତି ଆଉ ଆମକୁ ଇଣ୍ଟୀନେଟର ବହୁତ ଦରକାର ରହିଛି। ଏମିତିରେ ଆପଣ କେମିତି ଜାଣିବେ ଫ୍ରି ଓ୍ଵାଇ-ଫାଇ କେଉଁଠି ଅଛି। ଏଥିପାଇଁ ଆଜି ଆମେ ଆପଣଙ୍କ ୩ଟି ତରିକା ଜଣାଇବୁ।

WeFi

wefiଓ୍ଵିଫି ଏକ ଏମିତି ଆପ୍‌ ଯାହା ଆପଣଙ୍କୁ ଆପଣଙ୍କ ଆଖପାଖରେ ଥିବା ଫ୍ରି ଓ୍ଵାଇ-ଫାଇ ବିଷୟରେ ପତ୍ତା ଲଗାଇପାରିବ। ଏହାର ସବୁଠାରୁ ଖାସ୍‌ କଥା ହେଉଛି ଏହି ଆପ୍‌ ଆପଣଙ୍କ ଫୋନରେ ଆପେ ଆପେ ଫ୍ରି ଓ୍ଵାଇ-ଫାଇ ସହିତ କନେକ୍ଟ ହୋଇଯିବ। ଏଥିପାଇଁ ଆପଣଙ୍କୁ ସର୍ଚ୍ଚ କରିବାର ଆବଶ୍ୟକ ପଡିବନାହିଁ। ଏହାକୁ ଆପଣ ପ୍ଲେ-ଷ୍ଟୋରରେ ଡାଉନଲୋଡ୍‌ କରିପାରିବେ।

Facebook

facebookଆପଣ ନିଜ ଫେସବୁକ ଆପରେ ମଧ୍ୟ ଫ୍ରି ଓ୍ଵାଇ-ଫାଇ ବିଷୟରେ ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଫେସବୁକ୍‌ ଆପର ରାଇଟ୍‌ ସାଇଡରେ ଦେଖାଯାଉଥିବା ତିନୋଟି ଡଟ୍‌ ଉପରେ କ୍ଲିକ କରିବାକୁ ହେବ। ଏବେ ତଳେ ସ୍କ୍ରଲ୍‌ କରିବା ପରେ ଫାଇଣ୍ଡ ର ଅପସନ୍‌ ଦେଖାଯିବ। ତାହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଫ୍ରି ଓ୍ଵାଇ-ଫାଇର ପୂରା ଲିଷ୍ଟ ଦେଖାଯିବ।

Instabridge

instaInstabridge ମଧ୍ୟ ଏକ ଆପ୍‌ ଅଟେ, ଯାହା ସାହାଯ୍ୟରେ ଆପଣ ପବ୍ଲିକ ଓ୍ଵା-ଫାଇ ସହ ଯୋଡି ପାରିବେ। ଏହି ଆପର ଖାସିୟତ୍‌ ହେଉଛି ଏହା ସବୁଠାରୁ ଫାଷ୍ଟ ନେଟଓ୍ଵାର୍କ ସହ କନେକ୍ଟ କରିଥାଏ। ଏହାଛଡା ଯଦି ନେଟଓ୍ଵାର୍କ ମିଳିନଥାଏ ତାହେଲେ ଏହି ଆପ୍‌ ଅଟୋ ମୋବାଇଲ୍‌ ନେଟଓ୍ଵାର୍କରେ ଆସିଯାଏ ଯେମିତି କନେକ୍ଟ କଣ୍ଟିନ୍ୟୁ ହୋଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.