ସ୍ପେଶାଲ

ରାଜସ୍ଥାନରେ ରହିଛି ଶାଶୁ ବୋହୂ ମନ୍ଦିର, ଜଡ଼ିତ ଅଛି ଅନେକ ରୋଚକ କାହାଣୀ

ଭାରତ ଏକ ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ସାରା ବିଶ୍ୱରେ ପ୍ରସିଦ୍ଧ। ଭାରତରେ ମନ୍ଦିରକୁ ନେଇ ଅନେକ କଥା ଶୁଣାଯାଏ। କେମିତି ମନ୍ଦିର ସ୍ଥାପନ କରାଯାଇଥିଲା, କିଏ ମନ୍ଦିର ନିର୍ମାଣ କରିଥିଲେ ତାକୁ ନେଇ ଅନେକ କାହାଣୀ ଥାଏ। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବା ସହିତ ଶ୍ରଦ୍ଧାଳୁ ମନ୍ତ୍ରମୁଗ୍ଧ ହୋଇଯାଆନ୍ତି। ଏଥିପାଇଁ ଦେଶ ବିଦେଶରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଭାରତକୁ ଛୁଟି ଆସିଥାନ୍ତି। ଏଥିପାଇଁ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସି ଭାରତୀୟ ମନ୍ଦିର ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଭାରତରେ ସାଧାରଣତଃ ହିନ୍ଦୁମାନେ ବସବାସ କରୁଛନ୍ତି । କୁହଯାଏ ହିନ୍ଦୁମାନେ ହେଉଛନ୍ତି ଅଧିକ ଇଶ୍ୱର ବିଶ୍ୱାସୀ । ସେଥିପାଇଁ ତ’ ଭାରତରେ ଅନେକ ମନ୍ଦିର ରହିଛି । ଆଉ ଏହି ମନ୍ଦିରକୁ ସବୁଠାରୁ ପବିତ୍ର ବୋଲି ବିଶ୍ୱାସ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଏପରି ଏକ ମନ୍ଦିର ଯାହାର ନାମ ଶାଶୁ ବୋହୂ ମନ୍ଦିର ।

ରାଜସ୍ଥାନର ଉଦୟପୁର ଠାରୁ ଦୂରରେ ଥିବା ନାଗଦହ ଗ୍ରାମରେ ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଏକ ମନ୍ଦିର ରହିଛି। ଏହି ମନ୍ଦିର ସହ ଜଡ଼ିତ ମାନ୍ୟତା ଅନୁଯାୟୀ, ପ୍ରାଚୀନ କାଳରେ କଚ୍ଛବାହା ବଂଶର ରାଜା ମହିପାଳଙ୍କ ଶାସନ ଥିଲା। ତାଙ୍କ ପତ୍ନୀ ଭଗବାନ ବିଷ୍ଣୁଙ୍କ ଭକ୍ତ ଥିଲେ। ତାଙ୍କ ପୂଜାର୍ଚ୍ଚନା ପାଇଁ ରାଜା ଏକ ମନ୍ଦିରର ନିର୍ମାଣ କରାଇଥିଲେ। ସମୟର ଅଗ୍ରଗତି କ୍ରମେ ରାଣୀଙ୍କର ପୁତ୍ରର ବିବାହ ହେଲା। ଏହାପରେ ତାଙ୍କ ବୋହୂ ପ୍ରଭୁ ଶିବଙ୍କର ପୂଜାର୍ଚ୍ଚନା କରୁଥିବା କାରଣରୁ ତାଙ୍କ ପାଇଁ ମଧ୍ୟ ଏକ ମନ୍ଦିର ନିର୍ମାଣ କରାଗଲା। କାଳକ୍ରମେ ଏହି ଦୁଇଟି ମନ୍ଦିର ଶାଶୁ-ବୋହୂ ମନ୍ଦିର ନାମରେ ପରିଚିତ ହେଲା। ମନ୍ଦିରର ପରିସରରେ ଭଗବାନ ବିଷ୍ଣୁଙ୍କର ୩୨ ମିଟର ଉଚ୍ଚା ଓ ୨୨ ମିଟର ଚଉଡ଼ା ବିଶିଷ୍ଟ ପ୍ରତିମା ସ୍ଥାପିତ ହୋଇଛି।

ଏହି ମନ୍ଦିରରେ ବିଷ୍ଣୁଙ୍କ ବ୍ୟତୀତ ବ୍ରହ୍ମା, ଶିବ, ରାମ, କୃଷ୍ଣ, ବଳରାମଙ୍କ ପ୍ରତିମା ମଧ୍ୟ ସ୍ଥାପିତ ଅଛି । ପ୍ରବେଶ ପଥରେ ମା ସରସ୍ୱତୀଙ୍କ ଏକ ପ୍ରତିମା ରହିଛି | ଏହା ରାଜସ୍ଥାନର ଅତି ପ୍ରାଚୀନ ମନ୍ଦିର ମଧ୍ୟରୁ ଅନ୍ୟତମ | ଭିତର ଓ ବାହାରେ ମନ୍ଦିରର କାନ୍ଥରେ ଅସଂଖ୍ୟ ମୂର୍ତ୍ତି ନିର୍ମାଣ କରାଯାଇଛି। ଏହି ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅନେକ କାମଶାସ୍ତ୍ର ସହିତ ମଧ୍ୟ ଜଡିତ | ମନ୍ଦିରର କାରୁକାର୍ଯ୍ୟ ଓ ସୁନ୍ଦରତା ଦେଖିବା ପାଇଁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଏହାସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟ ମନକୁ ଏକ ସ୍ୱତନ୍ତ୍ର ଶାନ୍ତି ପ୍ରଦାନ କରିଥାଏ। ଲୋକେ ଏଠାକୁ ଆସି ଭ୍ରମଣର ଏକ ସ୍ୱତନ୍ତ୍ର ମଜା ନେଇଥାଆନ୍ତି।

Barsha

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago