Categories: ସ୍ପେଶାଲ

ପ୍ରଦୂଷଣ କମାଇବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ହର୍ବାଲ ସାନିଟାରୀ ପ୍ୟାଡ୍‌, ଉଭୟ ମହିଳା ଓ ପୃଥିବୀ ପାଇଁ ଲାଭକାରୀ

ପରିବେଶ ପ୍ରଦୂଷଣ ପାଇଁ ସବୁଠାରୁ ଅଧିକ ଦାୟୀ ହେଉଛି ବାୟୋ ମେଡିକାଲ ୱେଷ୍ଟ ବା ମେଡିକାଲ ସାମଗ୍ରୀର ଅବଶେଷ। ଏଥିରୁ ରକ୍ଷା ପାଇବା ଏକ ପ୍ରକାରର ଅସମ୍ଭବ କହିଲେ ଚଳେ। ସାରା ପୃଥିବୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି କରିବାରେ ସାନିଟାରୀ ପ୍ୟାଡ୍‌ ମଧ୍ୟ ଦାୟୀ। ବ୍ୟବହାର କରିସାରି ଫିଙ୍ଗିବା ପରେ ବର୍ଷ ବର୍ଷ ଯାଏଁ ଏହା ମାଟିରେ ମିଶିପାରିନଥାଏ। ଫଳରେ ଧୀରେ ଧୀରେ ପ୍ରଦଷଣର ମାତ୍ରା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ ଏବେ ହର୍ବାଲ ସାନିଟାରୀ ପ୍ୟାଡ୍‌ ତିଆରି କରିଛନ୍ତି। ଏହାକୁ ବ୍ୟବହାର କରିବା ପରେ ସହଜରେ ଡିସ୍‌ପୋଜ୍‌ କରାଯାଇପାରିବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ଏହି ହର୍ବାଲ ସାନିଟାରୀ ପ୍ୟାଡ୍‌ ୩ ରୁ ୫ ମାସ ମଧ୍ୟରେ ମାଟିରେ ମିଶିଯାଇପାରିବ। ସାଧାରଣ ପ୍ୟାଡ୍‌ ପଲିମରରେ ପ୍ରସ୍ତୁତ କରାଯାଉଥିବା ବେଳେ ଏହି ହର୍ବାଲ ପ୍ୟାଡ୍‌ ଫ୍ଲୋରିସ୍‌ରେ ତିଆରି। ଫ୍ଲୋରିସ୍‌କୁ ପ୍ରସ୍ତୁତ କରିବା ପାଇଁ ବାଉଁଶ ଫ୍ୟାବ୍ରିକ୍‌, ଲିମ୍ବ, ବାଉଁଶ ତୁଳା, କଦଳୀ ଆଦି ବ୍ୟବହାର କରାଯାଇଛି। ଏଗୁଡ଼ିକୁ ବ୍ୟବହାର କରାଯାଇଥିବାରୁ ସାନିଟାରୀ ପ୍ୟାଡ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ ଗୁଣ ରହିଛି। ଫଳରେ ଥରେ ବ୍ୟବହାର କରି ଫିଙ୍ଗିଦେଲା ପରେ ଏହା ସହଜରେ ମାଟିରେ ମିଶିଯାଇପାରିବ।

ଡାକ୍ତରଙ୍କ କହିବାନୁସାରେ ସାଧାରଣ ପ୍ୟାଡ୍‌ ବ୍ୟବହାର କରିବା ଦ୍ୱାରା ତ୍ୱଚାରେ କୁଣ୍ଡିଆ ଭଳି ସମସ୍ୟା ଦେଖାଯାଇଥାଏ। କିନ୍ତୁ ଏହି ହର୍ବାଲ ଇକୋ ଫ୍ରେଣ୍ଡଲି ପ୍ୟାଡ୍‌ ବ୍ୟବହାର କରିବା ଦ୍ୱାରା ତ୍ୱଚା ଉପରେ କୌଣସି କୁପ୍ରଭାବ ପଡ଼େ ନାହିଁ। ଫଳରେ ମହିଳାଙ୍କ ସ୍ୱାସ୍ଥ୍ୟ ସମେତ ପରିବେଶର ମଧ୍ୟ କୌଣସି କ୍ଷତି ଘଟିନଥାଏ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago