ସ୍ପେଶାଲ

ହୀରାରେ ତିଆରି ଗ୍ରହ : ବୈଜ୍ଞାନିକଙ୍କୁ ମିଳିଲା ଅଜଣା ଗ୍ରହର ସନ୍ଧାନ, କାର୍ବନରେ ତିଆରି ତାରକାକୁ ପରିକ୍ରମଣ କରୁଛି ଏହି ଗ୍ରହ

ଓ୍ଵାଂଶିଟନ : ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଗ୍ରହର ସନ୍ଦାନ ମିଳିଛି ଯାହା ସମ୍ପୂର୍ଣ୍ଣ ହୀରାରେ ତିଆରି । ଏହି ଗ୍ରହରେ ଜୀବନର ସମ୍ଭାବନା ନାହିଁ । ଏହି ଗ୍ରହ ପରିକ୍ରମଣ କରୁଥିବା ସୂର୍ଯ୍ୟ ବା ତାରକା କାର୍ବନରେ ପରିପୂର୍ଣ୍ଣ । ଯେଉଁଥିରେ କେବଳ ପାଣି ଓ ଗ୍ରାନାଇଟ୍‌ ରହିଥାଏ ।

ଯେଉଁ ତାରକାରେ କାର୍ବନ ଅନୁପାତ ଅଧିକ ରହିଥାଏ । ଏଭଳି ଗ୍ରହ ସେହି ତାରକାକୁ ପରିକ୍ରମଣ କରିଥାଏ । କାରଣ ଏହି ଗ୍ରହରେ ମଧ୍ୟ କାର୍ବନ ମାତ୍ରା ଅଧିକ ଥାଏ । ଏବଂ ଠିକ୍‌ ସମୟ ଆସିଲେ ଏଥିରେ ଥିବା କାର୍ବନ ହୀରାରେ  ପରିବର୍ତ୍ତନ ହୋଇଥାଏ ।

ହୀରା ଗ୍ରହରେ ଜୀବନର ସମ୍ଭାବନା ନଥାଏ

ବାସ୍ତବରେ ଏପରି ଗ୍ରହରେ ଜୀବନର ସମ୍ଭାବନା ନଥାଏ । କାରଣ ଏଥିରେ କୈାଣସି ଭୁତତ୍ତ୍ୱ ଭିତ୍ତିକ କାର୍ଯ୍ୟକଳାପ ନଥାଏ । ଏଠାରେ ବାୟୁମଣ୍ଡଳ ବି ନଥାଏ । ଏହି ଗ୍ରହ କେବଳ ଆଗାମୀ ଦିନରେ ମହାକାଶ ସମ୍ପର୍କିତ ଅନ୍ୟ ଲକ୍ଷ୍ୟ ସାଧନ କରିବାରେ ସହାୟକ ହେବ । ଏହା ପୂର୍ବରୁ ୨୦୧୨ରେ ‘୫୫ କ୍ୟାନ୍‌ସିରି ଏ’ ନାମକ ଏକ ଗ୍ରହର ସନ୍ଧାନ ମିଳିଥିଲା ଯେଉଁଥିରେ ହୀରା ଓ ଗ୍ରାନାଇଟ୍‌ର ସନ୍ଧାନ ମିଳିଥିଲା ।

ଏପରି ତିଆରି କରାଯାଇଥିଲା ଗ୍ରହର ମଡେଲ୍‌

ଏହି ଥିଓରିକୁ ଟେଷ୍ଟ କରିବା ପାଇଁ ବୈଜ୍ଞାନିକମାନେ ସିଲିକେନ କାର୍ବାଇଡ୍‌ର ଏକ ସାମ୍ପୁଲ୍‌କୁ ପାଣି ଭିତରେ ଉଚ୍ଚ ପ୍ରେସର ଓ ଉତ୍ତାପ ମଧ୍ୟରେ ରଖାଯାଇଥିଲା । ପରେ ଏହି ସିଲିକନ୍‌ କାର୍ବାଇଡ୍‌ ହୀରା ଓ ସିଲିକାରେ ବଦଳି ଯାଇଥିଲା ।

ଏହି ଗବେଷଣାର ମୁଖ୍ୟ ଲେଖକ ଏରିଜୋନା ଷ୍ଟେଟ୍‌ ୟୁନିଭରସିଟିର ହେରିସନ୍‌ ଏଲେନ-ସଟର ନିଜର ଟିମ୍‌ ସହ ଏହି ଗ୍ରହର ଆଭ୍ୟନ୍ତରୀଣ ସଂରଚନାର ସାମ୍ପୁଲ ତିଆରି କରିଥିଲେ । ଏଥିରେ ହୀରା ଓ ଏନ୍‌ଭିଲ୍‌ ସେଲ୍‌ର ପ୍ରୟୋଗ କରାଯାଇଥିଲା । ଏହି ସେଲ୍‌ରେ ଦୁଇ ପ୍ରକାର ସିଙ୍ଗଲ କ୍ରିଷ୍ଟାଲ୍‌ ଡାଇମଣ୍ଡ ରହିଥାଏ ।

Niharanjan

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

6 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

16 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

50 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

58 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago