ହୀରାରେ ତିଆରି ଗ୍ରହ : ବୈଜ୍ଞାନିକଙ୍କୁ ମିଳିଲା ଅଜଣା ଗ୍ରହର ସନ୍ଧାନ, କାର୍ବନରେ ତିଆରି ତାରକାକୁ ପରିକ୍ରମଣ କରୁଛି ଏହି ଗ୍ରହ

ଓ୍ଵାଂଶିଟନ : ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଗ୍ରହର ସନ୍ଦାନ ମିଳିଛି ଯାହା ସମ୍ପୂର୍ଣ୍ଣ ହୀରାରେ ତିଆରି । ଏହି ଗ୍ରହରେ ଜୀବନର ସମ୍ଭାବନା ନାହିଁ । ଏହି ଗ୍ରହ ପରିକ୍ରମଣ କରୁଥିବା ସୂର୍ଯ୍ୟ ବା ତାରକା କାର୍ବନରେ ପରିପୂର୍ଣ୍ଣ । ଯେଉଁଥିରେ କେବଳ ପାଣି ଓ ଗ୍ରାନାଇଟ୍ ରହିଥାଏ ।
ଯେଉଁ ତାରକାରେ କାର୍ବନ ଅନୁପାତ ଅଧିକ ରହିଥାଏ । ଏଭଳି ଗ୍ରହ ସେହି ତାରକାକୁ ପରିକ୍ରମଣ କରିଥାଏ । କାରଣ ଏହି ଗ୍ରହରେ ମଧ୍ୟ କାର୍ବନ ମାତ୍ରା ଅଧିକ ଥାଏ । ଏବଂ ଠିକ୍ ସମୟ ଆସିଲେ ଏଥିରେ ଥିବା କାର୍ବନ ହୀରାରେ ପରିବର୍ତ୍ତନ ହୋଇଥାଏ ।
ହୀରା ଗ୍ରହରେ ଜୀବନର ସମ୍ଭାବନା ନଥାଏ
ବାସ୍ତବରେ ଏପରି ଗ୍ରହରେ ଜୀବନର ସମ୍ଭାବନା ନଥାଏ । କାରଣ ଏଥିରେ କୈାଣସି ଭୁତତ୍ତ୍ୱ ଭିତ୍ତିକ କାର୍ଯ୍ୟକଳାପ ନଥାଏ । ଏଠାରେ ବାୟୁମଣ୍ଡଳ ବି ନଥାଏ । ଏହି ଗ୍ରହ କେବଳ ଆଗାମୀ ଦିନରେ ମହାକାଶ ସମ୍ପର୍କିତ ଅନ୍ୟ ଲକ୍ଷ୍ୟ ସାଧନ କରିବାରେ ସହାୟକ ହେବ । ଏହା ପୂର୍ବରୁ ୨୦୧୨ରେ ‘୫୫ କ୍ୟାନ୍ସିରି ଏ’ ନାମକ ଏକ ଗ୍ରହର ସନ୍ଧାନ ମିଳିଥିଲା ଯେଉଁଥିରେ ହୀରା ଓ ଗ୍ରାନାଇଟ୍ର ସନ୍ଧାନ ମିଳିଥିଲା ।
ଏପରି ତିଆରି କରାଯାଇଥିଲା ଗ୍ରହର ମଡେଲ୍
ଏହି ଥିଓରିକୁ ଟେଷ୍ଟ କରିବା ପାଇଁ ବୈଜ୍ଞାନିକମାନେ ସିଲିକେନ କାର୍ବାଇଡ୍ର ଏକ ସାମ୍ପୁଲ୍କୁ ପାଣି ଭିତରେ ଉଚ୍ଚ ପ୍ରେସର ଓ ଉତ୍ତାପ ମଧ୍ୟରେ ରଖାଯାଇଥିଲା । ପରେ ଏହି ସିଲିକନ୍ କାର୍ବାଇଡ୍ ହୀରା ଓ ସିଲିକାରେ ବଦଳି ଯାଇଥିଲା ।
ଏହି ଗବେଷଣାର ମୁଖ୍ୟ ଲେଖକ ଏରିଜୋନା ଷ୍ଟେଟ୍ ୟୁନିଭରସିଟିର ହେରିସନ୍ ଏଲେନ-ସଟର ନିଜର ଟିମ୍ ସହ ଏହି ଗ୍ରହର ଆଭ୍ୟନ୍ତରୀଣ ସଂରଚନାର ସାମ୍ପୁଲ ତିଆରି କରିଥିଲେ । ଏଥିରେ ହୀରା ଓ ଏନ୍ଭିଲ୍ ସେଲ୍ର ପ୍ରୟୋଗ କରାଯାଇଥିଲା । ଏହି ସେଲ୍ରେ ଦୁଇ ପ୍ରକାର ସିଙ୍ଗଲ କ୍ରିଷ୍ଟାଲ୍ ଡାଇମଣ୍ଡ ରହିଥାଏ ।