ୟୁଜ ହୋଇଥିବା କଣ୍ଡୋମକୁ ଧୋଇ ଶୁଖାଇ ବିକୁଛି ଏହି କମ୍ପାନୀ, ରେଡ ପରେ ଫ୍ୟାକ୍ଟ୍ରି ସିଲ

ପ୍ରୋଟେକ୍ସନ ବିଷୟରେ ସମସ୍ତେ ଭାବିଥାନ୍ତି କିନ୍ତୁ ନିକଟରେ ଭିଏତନାମରୁ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏମିତି ଘଟଣା ଶୁଣିଲା ପରେ ଆପଣ ପ୍ରୋଟେକ୍ସନ ବିଷୟରେ ଆହୁରି ଅଧିକ ଚିନ୍ତିତ ହୋଇପଡିବେ । ପ୍ରକୃତରେ ଭିଏତନାମର ଏକ ଫ୍ୟାକ୍ଟ୍ରିରେ ବ୍ୟବହାର କରାଯାଇଥିବା କଣ୍ଡୋମକୁ ପୁଣିଥରେ ଧୋଇ ସଫା କରି ତାକୁ ପ୍ୟାକ କରାଯାଉଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଶନିବାର ଦିନ ପୋଲିସ ଏହି ଫ୍ୟାକ୍ଟି ଉପରେ ରେଡ କରିଥିଲା । ଏଠାରୁ ସେମାନେ ପ୍ରାୟ 3,25,000 ୟୁଜ ହୋଇଥିବା କଣ୍ଡୋମ ଜବତ କରିଥିଲେ ଏବଂ ଶେଷରେ ଏହି ଫ୍ୟାକ୍ଟ୍ରିକୁ ସିଲ କରିଦେଇଥିଲେ । ସୂଚନା ଅନୁଯାୟୀ ରାସ୍ତାରେ ପଡିଥିବା କଣ୍ଡୋମକୁ ଏମାନେ ଗୋଟାଇ ଆଣି ଧୋଇ ଶୁଖାଇ ପୁଣିଥରେ ପ୍ୟାକ କରୁଥିଲେ । ତାପରେ ଏହାକୁ ବଜାରରେ ବିକ୍ରି କରିଦେଉଥିଲେ ।

ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏଠାରେ କହି ରଖିବୁ ଯେ କଣ୍ଡୋମ କେବଳ ସିଂଗିଲ ୟୁଜ ପାଇଁ ପ୍ରସ୍ତୁତ କରାଯାଇଥାଏ । ଦ୍ଵିତୀୟ ଥର ଏହାକୁ ବ୍ୟବହାର କରିବା ଦ୍ୱାରା ଇନଫେକ୍ସନ ହେବାର ସମ୍ଭାବନା ରହିଥାଏ । ଲୋକଙ୍କ ଭାବନା ସହିତ ଖେଳୁଥିବା ଯୋଗୁଁ ଏହା ଫ୍ୟାକ୍ଟ୍ରି ମାଲିକଙ୍କୁ ବହୁତ ମାହାଙ୍ଗା ପଡିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.