ଆଇପିଏଲ ଆରମ୍ଭରୁ କୋହଲିଙ୍କୁ ଡବଲ ଝଟ୍‌କା, ଜରିମାନା ଲାଗିଲା ଆଉ ମ୍ୟାଚ ବି ଗଲା

ୟୁଏଇରେ ଚାଲିଛି କ୍ରିକେଟ ମହାକୁମ୍ଭ ଆଇପିଏଲ୍‌ ୨୦୨୦ ସିଜନ ୧୩। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କୁ ଆଇପିଏଲରେ ଆରମ୍ଭରୁ ଡବଲ ଝଟକା ଲାଗିଛି। ଗୁରୁବାର ଆରସିବି ନିଜ ବିଫଳତା ପାଇଁ ପଞ୍ଜାବଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏବେ ବିରାଟଙ୍କ ଉପରେ ଜରିମାନା ଲାଗିଛି।

କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚରେ ସ୍ଲୋ ବୋଲିଂ ପାଇଁ ବିରାଟଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି। ଏହି ମୁକାବିଲାରେ ବାଙ୍ଗାଲୋର ୯୭ ରନରେ ପରାସ୍ତ ହୋଇଛି। କୋହଲି ପଞ୍ଜାବ ବିପକ୍ଷ ମ୍ୟାଚରେ ଫିଲ୍ଡିଂ ଓ ବ୍ୟାଟିଂରେ ଫେଲ୍ ମାରିଥିଲେ।

ଆଇପିଏଲର ବିଜ୍ଞପ୍ତି ଅନୁସାରେ, ସର୍ବନିମ୍ନ ଧିମା ଓଭର ସମ୍ବନ୍ଧିତ ଆଚାର ସଂହିତା ଅନୁସାରେ ବାଙ୍ଗାଲୋର ନିୟମ ଉଲଙ୍ଘନ କରିଛି । କୋହଲିଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି। ଏହି ମ୍ୟାଚରେ ବିରାଟ କୋହଲିଙ୍କ ବାଙ୍ଗାଲୋରକୁ ପଞ୍ଜାବ ପରାସ୍ତ କରିଛି । ଏହି ମ୍ୟାଚର୍ ହିରୋ ଥିଲେ କେଏଲ ରାହୁଲ । ରାହୁଲ ୬୯ ବଲରେ ୧୩୨ ରନ କରି ଅପରାଜିତ ରହିଥିଲେ।