ଆଜିଠାରୁ ବର୍ଷିବ, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ପୂର୍ବ ଉତ୍ତରପ୍ରଦେଶ ଏବଂ  ବିହାର ଉପରେ ସୃଷ୍ଟି ହୋଇଥିବା  ଲଘୁଚାପ କ୍ଷେତ୍ର ବର୍ତ୍ତମାନ ବିହାର ପୂର୍ବରେ ରହିଛି ।  ସମୁଦ୍ର ପତ୍ତନଠାରୁ ଏହା  ୫.୯ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର ହୋଇରହିଛି । ଏହା ସମ୍ଭବତ ଆଗାମୀ ୨୪ ଘଣ୍ଟା ମଧ୍ୟରେ  ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ  ଉତ୍ତର ଆଭ୍ୟନ୍ତରୀଣ ଓଡିଶା ଜିଲ୍ଲାମାନଙ୍କର ଅନେକ ସ୍ଥାନରେ ହାଲୁକା ଏବଂ ମଧ୍ୟମ ଧରଣର ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ଏହି ଲଘୁଚାପକୁ  ଦୃଷ୍ଟିରେ ରଖି ଆଜି ଦିନ ୧.୩୦ ଠାରୁ ଆସନ୍ତା କାଲି ସକାଳ ୮.୩୦ ପର୍ଯ୍ୟନ୍ତ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉପକୂଳ ଓଡିଶା, ଆଭ୍ୟାନ୍ତରୀଣ  ଓଡିଶା ଓ ଉତ୍ତର ଓଡିଶାର ଅନେକ ସ୍ଥାନରେ ମଧ୍ୟମରୁ ପ୍ରବଳ ଧରଣର ବର୍ଷା ହେବ ବୋଲି  ପାଣିପାଗ ବିଭାଗ ସୂଚନା ଦେଇଛି। ବିଶେଷକରି ମ‌ାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଆଦି ୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ଏହା ବ୍ୟତିତ ବାଲେଶ୍ବର,ଭଦ୍ରକ,କଟକ,ଜଗତସିଂହପୁର,ଯାଜପୁର,କେନ୍ଦ୍ରାପଡା,ଗଜପତି,ଗଞ୍ଜାମ, ଖୋର୍ଦ୍ଧା,ପୁରୀ ନୟାଗଡ,କନ୍ଧମାଳ, କଳାହାଣ୍ଡି,ଅନୁଗୁଳ,ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାମାନଙ୍କରେ  ସ୍ଥାନେ ସ୍ଥାନେ ବର୍ଷା ସହ ଘଡଘଡି ସହ ବର୍ଷା ହେବ  ବୋଲି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ବୁଲେଟିନ ଜାରି କରି କହିଛି। ଏହି  ସବୁ ଜିଲ୍ଲାମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ମାଲକାନଗିରି,କୋରାପୁଟ,ରାୟଗଡା,ଗଜପତି,କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।