Categories: ସ୍ପେଶାଲ

ମଙ୍ଗଳ ଗ୍ରହରେ ମାନବ ଜାତି ତିଷ୍ଠି ରହିବା ପାଇଁ ଏବେ ବୈଜ୍ଞାନିକଙ୍କ ପାଖରେ ସହଜ ଉପାୟ!

ମାନବ ଜାତି ଅଲଗା ଗ୍ରହରେ ନିଜ ଜୀବନକୁ କିପରି ବଞ୍ଚାଇ ରଖିବ ଏନେଇ ଯେତେ ସମ୍ଭବ ସେତେ ଚେଷ୍ଟା କରାଯାଉଛି । ବୈଜ୍ଞାନିକମାନେ ଏହି କ୍ରମରେ ମଙ୍ଗଳ ଗ୍ରହରେ କିପରି ଜୀବନକୁ ବଞ୍ଚାଇ ରଖିହେବ ସେ ନେଇ ଲଗାତାର ପରୀକ୍ଷା ନୀରିକ୍ଷା ଜାରି ରଖିଛନ୍ତି। ସମ୍ଭାବନା କରାଯାଉଛି କି, ଯଦି ସେଠାରେ ଅକ୍ସିଜେନ୍‌ ଏବଂ ଭୋଜନର କୌଣସି ବ୍ୟବସ୍ଥା କରାଯାଇପାରିବ ତେବେ ସେଠାରେ ମାନବ ଜୀବନ ତିଷ୍ଠି ରହିବାରେ କୌଣସି ଅସୁବିଧା ନାହିଁ ।

ଫ୍ଳୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ନିକଟରେ ଏକ ପରୀକ୍ଷା କରିଥିଲେ । ସୂଚନା ଅନୁଯାୟୀ ମଙ୍ଗଳ ଗ୍ରହରେ ସୂର୍ଯ୍ୟ କିରଣ,ବରଫ ଏବଂ କାର୍ବନ ଡାଇଅକ୍ସସାଇଡ୍‌ ରହିଥିବା ନେଇ ସନ୍ଧାନ ମିଳିଛି । ଯଦି ଏହା ସତ ତେବେ ଏହି ଜିନିଷ ରୁ ଅକ୍ସିଜେନ୍‌ ପ୍ରସ୍ତୁତ କରିବା ଅତି ସହଜ ହେବ। ଅନ୍ୟପଟେ ଖାଦ୍ୟ କଥା କହିଲେ, ଫ୍ଳୋରିଡା ବିଶ୍ୱବଦ୍ୟାଳୟର ବୈଜ୍ଞାନିକ ମାନେ କହିଛନ୍ତି କି, ମଙ୍ଗଳ ଗ୍ରହରେ ବଞ୍ଚିରହିବା ପାଇଁ କୀଟ ମାନଙ୍କୁ ସ୍ରୋତ କରିବା ଭଲ ସାବ୍ୟସ୍ତ ହୋଇପାରିବ ।

ବୈଜ୍ଞାନିକ ମାନଙ୍କ ମୁତାବକ, ଛଅଟି ଗୋଡ ଥିବା ଛୋଟ କୀଟ ମାନଙ୍କୁ ଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ । ଏହି ବୈଜ୍ଞାନିକ ମାନେ ସ୍ପେସ୍‌ଏକ୍ସ ଏଲନ୍‌ ମସ୍କ( SpaceX’s Elon Musk)ଙ୍କ ଦସ୍ତାବିଜକୁ ଧ୍ୟାନରେ ରଖି ପରୀକ୍ଷା କରିଥିଲେ । ଏହି ଦସ୍ତାବିଜ୍‌ ମୁତାବକ ମଣିଷମାନଙ୍କର ଏମିତି ଏକ ବସ୍ତି କରାଯାଇପାରିବ ଯେଉଁଥିରେ ୧୦ଲକ୍ଷ ଲୋକ ରହିପାରିବେ । କେବଳ ଏଲନ୍‌ ମକ୍ସଙ୍କ କମ୍ପାନୀ ହି ମଙ୍ଗଳ ଗ୍ରହରେ ମାନବ ବସ୍ତି ଗଠନ କରିବା ନେଇ ଆଗରେ ରହିଛି ।

ଏହାସହ ପଢନ୍ତୁ:

ଦେଶର ସବୁଠାରୁ ବଡ ରାବଣ, ନିର୍ମାଣ ପାଇଁ ୪୦ କାରିଗରଙ୍କୁ ଲାଗିଲା ୬ମାସ ସମୟ

ଏମିତି ଅନେକ କମ୍ପାନୀ ରହିଛି ଯେଉଁମାନେ ଏଥିରେ ନିବେଶ କରୁଛନ୍ତି ଏବଂ ଆଗକୁ ମଙ୍ଗଳ ଗ୍ରହରେ ମାନବ ସଭ୍ୟତାକୁ ବିକସିତ କରିବାକୁ ଚାହୁଁଛନ୍ତି । ମଙ୍ଗଳ ଗ୍ରହରେ ସୂର୍ଯ୍ୟ କିରଣ ଠିକ୍‌ ଭାବେ ପଡୁନଥିବାରୁ ସେଠାରେ ପରିବା ଚାଷ କରିବା ଟିକେ କଷ୍ଟକର ହୋଇପାରେ । ଏମିତିରେ ପରୀକ୍ଷାକର୍ତ୍ତା ମାନେ ଏପରି ରାସ୍ତା ବାହାର କରିଛନ୍ତି ଯେଉଁଥିରେ କି ମାଟି ଏବଂ ଡେଏରୀ ର ଜିନିଷକୁ ଲ୍ୟାବରେ ପ୍ରସ୍ତୁତ କରି ମଙ୍ଗଳ ଗ୍ରହରେ ତିଷ୍ଠି ହେବ ।

Sonalisa

Recent Posts

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

4 mins ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

9 mins ago

କମିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଆଜିର ଦାମ

ଆଜି ସୁନା ଦର ଟିକେ ହ୍ରାସ ପାଇଛି । ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ…

33 mins ago

ଫ୍ଲାଏଓଭର ଉପରୁ ଖସିଲା ତୀର୍ଥ ଯାତ୍ରୀ ବୋଲେରୋ, ୨ ମୃତ

ସମ୍ବଲପୁର : ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ। ନିର୍ମାଣାଧୀନ ଫ୍ଲାଏଓଭର ଉପରୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି । ଘଟଣାସ୍ଥଳରେ ୨…

53 mins ago

ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା, ତାଣ୍ଡବ କଲା କାଳବୈଶାଖୀ

ଭୁବନେଶ୍ୱର  : ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟୁଇନ ସିଟିରେ ଢାଳିଲା ବର୍ଷା। ତାଣ୍ଡବ କଲା…

1 hour ago

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

11 hours ago