ମଙ୍ଗଳ ଗ୍ରହରେ ମାନବ ଜାତି ତିଷ୍ଠି ରହିବା ପାଇଁ ଏବେ ବୈଜ୍ଞାନିକଙ୍କ ପାଖରେ ସହଜ ଉପାୟ!

ମାନବ ଜାତି ଅଲଗା ଗ୍ରହରେ ନିଜ ଜୀବନକୁ କିପରି ବଞ୍ଚାଇ ରଖିବ ଏନେଇ ଯେତେ ସମ୍ଭବ ସେତେ ଚେଷ୍ଟା କରାଯାଉଛି । ବୈଜ୍ଞାନିକମାନେ ଏହି କ୍ରମରେ ମଙ୍ଗଳ ଗ୍ରହରେ କିପରି ଜୀବନକୁ ବଞ୍ଚାଇ ରଖିହେବ ସେ ନେଇ ଲଗାତାର ପରୀକ୍ଷା ନୀରିକ୍ଷା ଜାରି ରଖିଛନ୍ତି। ସମ୍ଭାବନା କରାଯାଉଛି କି, ଯଦି ସେଠାରେ ଅକ୍ସିଜେନ୍‌ ଏବଂ ଭୋଜନର କୌଣସି ବ୍ୟବସ୍ଥା କରାଯାଇପାରିବ ତେବେ ସେଠାରେ ମାନବ ଜୀବନ ତିଷ୍ଠି ରହିବାରେ କୌଣସି ଅସୁବିଧା ନାହିଁ ।

ଫ୍ଳୋରିଡା ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ମାନେ ନିକଟରେ ଏକ ପରୀକ୍ଷା କରିଥିଲେ । ସୂଚନା ଅନୁଯାୟୀ ମଙ୍ଗଳ ଗ୍ରହରେ ସୂର୍ଯ୍ୟ କିରଣ,ବରଫ ଏବଂ କାର୍ବନ ଡାଇଅକ୍ସସାଇଡ୍‌ ରହିଥିବା ନେଇ ସନ୍ଧାନ ମିଳିଛି । ଯଦି ଏହା ସତ ତେବେ ଏହି ଜିନିଷ ରୁ ଅକ୍ସିଜେନ୍‌ ପ୍ରସ୍ତୁତ କରିବା ଅତି ସହଜ ହେବ। ଅନ୍ୟପଟେ ଖାଦ୍ୟ କଥା କହିଲେ, ଫ୍ଳୋରିଡା ବିଶ୍ୱବଦ୍ୟାଳୟର ବୈଜ୍ଞାନିକ ମାନେ କହିଛନ୍ତି କି, ମଙ୍ଗଳ ଗ୍ରହରେ ବଞ୍ଚିରହିବା ପାଇଁ କୀଟ ମାନଙ୍କୁ ସ୍ରୋତ କରିବା ଭଲ ସାବ୍ୟସ୍ତ ହୋଇପାରିବ ।

mangalବୈଜ୍ଞାନିକ ମାନଙ୍କ ମୁତାବକ, ଛଅଟି ଗୋଡ ଥିବା ଛୋଟ କୀଟ ମାନଙ୍କୁ ଖାଦ୍ୟ ରୂପେ ବ୍ୟବହାର କରାଯାଇପାରିବ । ଏହି ବୈଜ୍ଞାନିକ ମାନେ ସ୍ପେସ୍‌ଏକ୍ସ ଏଲନ୍‌ ମସ୍କ( SpaceX’s Elon Musk)ଙ୍କ ଦସ୍ତାବିଜକୁ ଧ୍ୟାନରେ ରଖି ପରୀକ୍ଷା କରିଥିଲେ । ଏହି ଦସ୍ତାବିଜ୍‌ ମୁତାବକ ମଣିଷମାନଙ୍କର ଏମିତି ଏକ ବସ୍ତି କରାଯାଇପାରିବ ଯେଉଁଥିରେ ୧୦ଲକ୍ଷ ଲୋକ ରହିପାରିବେ । କେବଳ ଏଲନ୍‌ ମକ୍ସଙ୍କ କମ୍ପାନୀ ହି ମଙ୍ଗଳ ଗ୍ରହରେ ମାନବ ବସ୍ତି ଗଠନ କରିବା ନେଇ ଆଗରେ ରହିଛି ।

ଏହାସହ ପଢନ୍ତୁ:

ଦେଶର ସବୁଠାରୁ ବଡ ରାବଣ, ନିର୍ମାଣ ପାଇଁ ୪୦ କାରିଗରଙ୍କୁ ଲାଗିଲା ୬ମାସ ସମୟ

ଏମିତି ଅନେକ କମ୍ପାନୀ ରହିଛି ଯେଉଁମାନେ ଏଥିରେ ନିବେଶ କରୁଛନ୍ତି ଏବଂ ଆଗକୁ ମଙ୍ଗଳ ଗ୍ରହରେ ମାନବ ସଭ୍ୟତାକୁ ବିକସିତ କରିବାକୁ ଚାହୁଁଛନ୍ତି । ମଙ୍ଗଳ ଗ୍ରହରେ ସୂର୍ଯ୍ୟ କିରଣ ଠିକ୍‌ ଭାବେ ପଡୁନଥିବାରୁ ସେଠାରେ ପରିବା ଚାଷ କରିବା ଟିକେ କଷ୍ଟକର ହୋଇପାରେ । ଏମିତିରେ ପରୀକ୍ଷାକର୍ତ୍ତା ମାନେ ଏପରି ରାସ୍ତା ବାହାର କରିଛନ୍ତି ଯେଉଁଥିରେ କି ମାଟି ଏବଂ ଡେଏରୀ ର ଜିନିଷକୁ ଲ୍ୟାବରେ ପ୍ରସ୍ତୁତ କରି ମଙ୍ଗଳ ଗ୍ରହରେ ତିଷ୍ଠି ହେବ ।