ସ୍ପେଶାଲ

ମହାବଳିପୁରମ୍‌ର ଏହି ସ୍ଥାନରେ ଭଗବାନ ନରସିଂହ କରିଥିଲେ ହିରଣ୍ୟକଶ୍ୟପଙ୍କ ବଦ୍ଧ, ଜାଣନ୍ତୁ ଏହି ମନ୍ଦିରର ମାହାତ୍ମ୍ୟ

ଆପଣମାନେ ଭଗବାନ ନରସିଂହ , ହିରଣ୍ୟକଶ୍ୟପଙ୍କଠୁ ଆରମ୍ଭ କରି ଭକ୍ତ ପ୍ରହଲ୍ଲାଦଙ୍କ କଥା ଅନେକ ବାର ଶୁଣିଥିବେ। ଭକ୍ତ ପ୍ରହଲ୍ଲାଦଙ୍କୁ ବଞ୍ଚାଇବା ପାଇଁ ଭଗବାନ ବିଷ୍ଣୁ ନରସିଂହର ଅବତାର ନେଇ ହିରଣ୍ୟକଶ୍ୟପଙ୍କ ବଦ୍ଧ କରିଥିଲେ। ତେବେ ଏହା ସମ୍ପର୍କରେ ଆମେ ପୁରାଣରେ ତ ଅନେକ ବାର ଶୁଣିଛେ। ତେବେ ଭାରତରେ ଏହି ସ୍ଥାନ କେଉଁଠି ରହିଛି ତାହା ସମ୍ପର୍କରେ ହୁଏତ ସମସ୍ତେ ଜାଣିନଥିବେ।

ଆଜି ଆମେ ଆପଣଙ୍କୁ କହିବୁ ଭାରତର କେଉଁ ସ୍ଥାନରେ ପ୍ରଭୁ ନରସିଂହ ହିରଣ୍ୟକଶ୍ୟପଙ୍କୁ ବଦ୍ଧ କରିଥିଲେ। ଦର୍ଶକବନ୍ଧୁ ଭାରତରେ ଏମିତି ଅନେକ ସ୍ଥାନ ରହିିଛି ଯାହା ପୌରାଣିକ ମାନ୍ୟତା ଉପରେ ଆଧାରିତ । ଏହିସବୁ ସ୍ଥାନ ସହ ଆମ ପୁରାଣର ଅନେକ କଥା ଯୋଡ଼ି ହୋଇରହିଛି। ଆଜି ଆମେ ଯେଉଁ ସ୍ଥାନ ସମ୍ପର୍କରେ କହିବୁ ତାହା ହେଉଛି ମହାବଳିପୁରମରେ ଅବସ୍ଥିତ ସୋର ମନ୍ଦିର। ଏହା ଦକ୍ଷିଣ ଭାରତର ସବୁଠୁ ପ୍ରାଚୀନ ମନ୍ଦିର। ଯାହାକି ଦ୍ରାବିଡ ବାସ୍ତୁକଳାରେ ତିଆରି ହୋଇଛି।

pc: film facilitation office

ଏହି ସ୍ଥାନରେ ଭଗବାନ ନରସିଂହ ହିରଣ୍ୟକଶ୍ୟପଙ୍କ ବଦ୍ଧ କରିଥିଲେ। ସ୍ଥାନୀୟ ଲୋକ ଏହାକୁ ପାଞ୍ଚ ରଥ ମନ୍ଦିର ନାମରେ ନାମିତ କରିଛନ୍ତି। ଏଠାରେ ସମୁଦ୍ରର ଭୟଙ୍କର ଶବ୍ଦ ଶୁଭିଥାଏ , ତେଣୁ ଏହାର ନାମ ସୋର ମନ୍ଦିର ରଖାଯାଇଛି। ପଥର କାଟି ଏହି ମନ୍ଦିରକୁ ତିଆରି କରାଯାଇଥିବାର ଶୁଣିବାକୁ ମିଳିଥାଏ। ଏମିତିକି ଏହି ମନ୍ଦିରକୁ ୟୁନେସ୍କୋ ଦ୍ୱାରା ବିଶ୍ୱ ସ୍ତରରେ ମାନ୍ୟତା ପାଇଛି। କୁହାଯାଏ ଯେ ମନ୍ଦିରର କିଛି ଭାଗ ଏବେବି ଅଧୁରା ହୋଇପଡ଼ିଛି। ଏହି ମନ୍ଦିରକୁ ରାଜା ମହେନ୍ଦ୍ରବର୍ମନ ପ୍ରଥମ ତାଙ୍କ ରାଜୁତି ସମୟରେ ତିଆରି କରିଥିଲେ। ଗ୍ରାନାଇଟି ଦ୍ୱାରା ପ୍ରସ୍ତୁତ ଏହି ମନ୍ଦିର ୧୩ଶହ ଶତାବ୍ଦୀ ରେ ଆସିଥିବା ଭୟଙ୍କର ଝଡ଼ରେ ମଧ୍ୟ ସୁରକ୍ଷିତ ଥିଲା।

ଏହି ମନ୍ଦିର ଭିତରେ ପୁଣି ୩ଟି ମନ୍ଦିର ତିଆରି ହୋଇଛି। ମଧ୍ୟଭାଗରେ ଭଗବାନ ବିଷ୍ଣୁଙ୍କ ମନ୍ଦିର ଥିବା ବେଳେ ଦୁଇପାର୍ଶ୍ୱରେ ପ୍ରଭୁ ଭୋଳାନାଥଙ୍କୁ ପ୍ରତିଷ୍ଠା କରାଯାଇଛି। ପୌରାଣିକ ମାନ୍ୟତା ଅନୁଯାୟୀ ଏହି ମନ୍ଦିରର ସମ୍ପର୍କ ହିରଣ୍ୟକଶ୍ୟପ ଓ ଭକ୍ତ ପ୍ରହଲ୍ଲାଦଙ୍କ ସହ ରହିଛି। ବିଶ୍ୱାସ ରହିଛି ଯେ ଭଗବାନ ନରସିଂହ ଏଠାରେ ହିରଣ୍ୟକଶ୍ୟପଙ୍କ ବଦ୍ଧ କରିଥିଲେ।

ଏହି ମନ୍ଦିରର ମୁଖ୍ୟ ଆକର୍ଷଣ ହେଉଛି ୫ ପାଣ୍ଡବ ରଥ। ଏଥିରେ ୪ଟି ରଥ ପାଣ୍ଡବଙ୍କ ନାମରେ ଥିବା ବେଳେ ଅନ୍ୟ ଗୋଟିଏ ଦ୍ରୌପଦୀଙ୍କ ନାମରେ ରହିଛି। ଏହି ମନ୍ଦିରର ସାମ୍ନାରେ ପାଚେରି ତିଆରି କରଯାଇଛି। ସମୁଦ୍ରର ଢ଼େଉରୁ ବଞ୍ଚାଇବା ପାଇଁ ଏହାକୁ ତିଆରି କରାଯାଇଛି।

D Sonali

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

5 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

19 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

55 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

57 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

1 hour ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago