ସ୍ପେଶାଲ

ରାବଣର ଲଙ୍କାକୁ ଯିବା ପାଇଁ ଲାଗିଥିଲା ଲିଫ୍ଟ, ବିଶ୍ୱାସ ନହେଲେ ବ ସତ

ରାବଣ ନିଜ ଖରାପ କାର୍ଯ୍ୟ, ଅହଂକାର ଏବଂ ଜ୍ଞାନ ଯୋଗୁ ପୁରାଣ କାଳରୁ ଖୁବ ପରିଚିତ । ଆପଣ ମାନେ ସୁନାର ଲଙ୍କା ବିଷୟରେ ମଧ୍ୟ ନିଶ୍ଚୟ ଶୁଣିଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଏବେ ରାବଣର ସୁବର୍ଣ୍ଣ ଲଙ୍କା କେଉଁଠାରେ ଏବଂ କିପରି ଅଛି? ଆସନ୍ତୁ ଜାଣିବା ସୁନାର ଲଙ୍କା ବିଷୟରେ…

କୁହାଯାଏ ଯେ, ବର୍ତ୍ତମାନର ଶ୍ରୀଲଙ୍କାର ସିଗିରିୟା ନାମକ ଏକ ଅଞ୍ଚଳରେ ଦଶନନାଙ୍କ ରାଜ ମହଲ ଲଙ୍କା ରହିଛି । ଏହା ଏକ ନିଆରା ସ୍ଥାନରେ ଅବସ୍ଥିତ । ରାବଣର ସାମ୍ରାଜ୍ୟ ମଧ୍ୟ ଶ୍ରୀଲଙ୍କା, ବଦୁଲ୍ଲା, ଅନୁରାଧାପୁରା, କେଣ୍ଡି , ପୋଲୋନୁରୱା ଏବଂ ନୁରୱା ଏଲିୟା ପର୍ଯ୍ୟନ୍ତ ବିସ୍ତାର ହୋଇଥିବାର ବିଶ୍ୱାସ କରାଯାଏ । କୁହାଯାଏ ଯେ, ଏହି ମହଲ କୁବେରଙ୍କ ଦ୍ୱାରା ନିର୍ମିତ ହୋଇଥିଲା ।

ସିଗିରିୟା ପାହାଡ ଶୀର୍ଷରେ ଏକ ପୁରୁଣା ମହଲର ଅବଶେଷ ରହିଛି । ଯାହା ଦୁର୍ଗ, ବଗିଚା, ପୋଖରୀ, କେନାଲରେ ଘେରି ହୋଇରହିଛି । ଶୁଣାଯାଏ ରାବଣ ଏଠାରେ କିଛି ଦିନ ପାଇଁ ମାତା ସୀତାଙ୍କୁ ରଖିଥିଲା । ଏହି ମହଲ ଏତେ ଉଚ୍ଚତାରେ ଥାଇ ମଧ୍ୟ ଏଠାରେ ପାଣିର ବିଶେଷ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ରାଣୀମାନଙ୍କ ପାଇଁ ଏଠାରେ ବଗିଚା ମଧ୍ୟ ରହିଥିଲା ।

ଏହି ମହଲକୁ ଯିବା ପାଇଁ ପ୍ରାୟ ୧୦୦୦ ସିଡ଼ି ଥିଲା । ସେଥିପାଇଁ ରାବଣ ଓ ତାଙ୍କ ବନ୍ଧୁ ପରିଜନଙ୍କ ପାଇଁ ଏଠାରେ ଲିଫ୍ଟ ଲଗାଯାଇଥିଲା । ସ୍ଥାନୀୟ ମିଡିଆ ଅନୁସାରେ, ରାଗେଲା ଜଙ୍ଗଲର ପ୍ରାୟ ୮ ହଜାର ଫୁଟ ଉପରେ ରାବଣର ଶବ ରଖାଯାଇଛି । ଲୋକଙ୍କ କହିବା ଅନୁଯାୟୀ ରାବଣର ଶବକୁ ମମି ରୂପରେ ରଖାଯାଇଛି । ଶବ ଉପରେ ଏକ ନିଆରା ଲେପ ଲଗାଯାଇଛି, ଯାହା ଦ୍ୱାରା ଶବ କେବେ ଖରାପ ହେବ ନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ଏହାର କୌଣସି ପ୍ରମାଣ ମିଳିନାହିଁ ।

KNews Bureau

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

7 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

7 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

8 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

10 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

11 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

12 hours ago