PC: TV9 Telugu
ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଫଳ ଖାଇବାକୁ ବହୁତ ଭଲପାଆନ୍ତି। ଅଧିକାଂଶ ଲୋକ ଅଙ୍ଗୁର ଖାଇବାକୁ ଭଲ ପାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତ ହେଉଥିବା ୱାଇନକୁ ମଧ୍ୟ ପିଇବାକୁ ଭଲ ପାଆନ୍ତି। ଅଙ୍ଗୁର ଚାଷ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ରାଜ୍ଯରେ ବେଶି ଚାଷ କରାଯାଏ। କିନ୍ତୁ କେବେ ଆପଣ ଦୁନିଆର ସବୁଠାରୁ ପୁରୁଣା ଅଙ୍ଗୁର ଗଛ ବିଷୟରେ ଜାଣିଛନ୍ତି କି ?
ଦୁନିଆର ସବୁଠୁ ପୁରୁଣା ଅଙ୍ଗୁର ଗଛ। ଯାହାର ବୟସ ୫୦୦ ବର୍ଷରୁ ମଧ୍ୟ ଅଧିକ। ଶୁଣି ନିଶ୍ଚିତ ଆଶ୍ଚର୍ଯ୍ଯ ହେଉଥିବେ କିନ୍ତୁ ଏହା ସତ। ଏହି ଗଛ ବିଶ୍ବ ଯୁଦ୍ଧ ଠାରୁ ଆରମ୍ଭ କରି ଅନେକ ମହତ୍ତ୍ବପୂର୍ଣ୍ଣ ଘଟଣା ଠାରୁ ମଧ୍ୟ ପୁରୁଣା। ସେଣ୍ଟ୍ରାଲ ୟୁରୋପରେ ଏକ ଦେଶ ରହିଛି, ଯାହାର ନାମ ସ୍ଲୋଭେନିଆ। ଏହି ଦେଶର ମାରିବୋ ସହରରେ ରହିଛି ଦୁନିଆର ସବୁଠୁ ପୁରୁଣା ଅଙ୍ଗୁର ଗଛ।
କୁହାଯାଏ ଏହି ଅଙ୍ଗୁର ଗଛ ୧୫୭୦ ମସିହା ଠାରୁ ରହିଛି ଆଉ ଏଥିରେ ଆଜି ମଧ୍ୟ ଅଙ୍ଗୁର ଫଳୁଛି। ‘ ଦ ଓଲ୍ଡ ୱାଇନ ହାଉସ’ ନାମରେ ଏଠାରେ ଥିବା ଘର ଚାରିପଟେ ଏହି ଅଙ୍ଗୁର ଗଛ ମାଡିଛି। ବର୍ଷକୁ ଏଥିରୁ ୩୫ରୁ ୫୫ କେଜି ଓଜନର ଅଙ୍ଗୁର ଉତ୍ପାଦନ କରାଯାଏ। ଆଉ ଏଥିରୁ ବହୁତ ଭଲ ୱାଇନ ପ୍ରସ୍ତୁତ କରାଯାଏ। ଯେଉଁଥିରୁ ବର୍ଷକୁ ୧୦୦ ବୋତଲ ୱାଇନ ମିଳିଥାଏ।
ସୂଚନାଯୋଗ୍ଯ, ଏହି ଅଙ୍ଗୁର ଗଛକୁ ନେଇ ଅନେକ ଝଗଡା ମଧ୍ୟ ହୋଇଛି। ଏହା ଆଖପାଖରେ ଥିବା ଅଙ୍ଗୁର ଗଛରେ ନିଆଁ ଲାଗି ସାରିଛି ଏବଂ ପୋକ ମଧ୍ୟ ନଷ୍ଟ କରିଦେଲଣି। କିନ୍ତୁ ଏହି ଗଛ ଆଜିପର୍ଯ୍ଯନ୍ତ ମଧ୍ୟ ବିଲକୁଲ ସୁରକ୍ଷିତ ରହିଛି। ଏହି ଗଛ ଅଙ୍ଗୁରୁରୁ ପ୍ରସ୍ତୁତ ୱାଇନକୁ ଦଲାଇ ଲାମା, ବିଲ୍ କ୍ଲିଣ୍ଟନ, ପପ ଜନ୍ ପୋଲ ଦ୍ବିତୀୟ ଏବଂ ଅଭିନେତା ବ୍ରାଡ ପିଟଙ୍କୁ ଉପହାର ଭାବେ ଦିଆଯାଇଛି।
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…