ରାଜ୍ୟ

ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଆକର୍ଷଣ ବାଦୁଡ଼ି ଦ୍ୱୀପ, ଗଲେ ଆଉ ଫେରିବାକୁ ମନ ହେବନି

ସମ୍ବଲପୁର(କେନ୍ଯୁଜ୍): ବେଟ ଆଇଲାଣ୍ଡ ବା ବାଦୁଡ଼ି ଦ୍ୱୀପ।  ପ୍ରକୃତରେ ଏଭଳି ଏକ ଦ୍ୱୀପ ରହିଛି ହୀରାକୁଦ ଜଳଭଣ୍ଡାରରେ। ଏହି ଦ୍ୱୀପଟି ଡ଼େବ୍ରିଗଡ ସେଂଚୁରୀରୁ ଜଳଭଣ୍ଡାର ରାସ୍ତାରେ ଦୁଇ କିଲୋମିଟର ହେବ। ଏଠାକୁ ଆସିବାକୁ ହେଲେ ଜଳଭଣ୍ଡାରରେ ଏକ ବୋଟ ସାହାଯ୍ୟରେ ଯିବାକୁ ପଡ଼ିଥାଏ। ଏହି ବାଦୁଡ଼ି ଦ୍ୱୀପରେ କିଛି ମାଛ ମରାଳି ମଧ୍ୟ ରହିଥାନ୍ତି। ପଯ୍ୟର୍ଟକମାନେ ଏଠାକୁ ଆସିଲେ ସେମାନଙ୍କୁ ଏଠିକାର ଲୋକେ ଜଳଭଣ୍ଡାରରୁ ଧରିଥିବା ମାଛକୁ ପତ୍ରରେ ପୋଡ଼ି ଖାଇବାକୁ ଦେଇଥାନ୍ତି। ଆଇଲାଣ୍ଡରେ ଥିବା ପ୍ରତ୍ୟେକ ଗଛରେ ଝୁଲି ରହିଛନ୍ତି ବାଦୁଡ଼ି। ଏହି ବାଦୁଡ଼ି ଗୁଡ଼ିକ ସାଧାରଣ ବାଦୁଡ଼ିଠାରୁ ଆକାରରେ ବଡ଼ ବଡ଼। ଏମାନେ କେବଳ ଜଙ୍ଗଲି ଫଳ ଖାଇ ରହିଥାନ୍ତି। ଏବେ ସମ୍ବଲପୁର ହୀରାକୁଦ ୱାଇଲ୍ଡ ଲାଇଫ ଡ଼ିଭିଜନ ପକ୍ଷରୁ ଏହି ଆଇଲାଣ୍ଡର ବିକାଶ କାଯ୍ୟର୍ ଆରମ୍ଭ ହୋଇଛି। ଏଠାକୁ କିପରି ପଯ୍ୟର୍ଟକ ମାନେ ଆସିବେ ସେନେଇ ବନବିଭାଗ କାଯ୍ୟର୍ ଆରମ୍ଭ କରିଛି।

ଯେଉଁମାନେ ଡ଼େବ୍ରିଗଡ ସେଂଚୁରି ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ଏଠାକୁ ବନବିଭାଗ ବୁଲାଇବାକୁ ଆଣୁଛି। ଚତୁଃର୍ଦିଗ ପାଣି ଆଉ ପାଣି। ମଝିରେ ଏହି ଆଇଲାଣ୍ଡ ଓ ପୁରା ଘଂଚ ଜଙ୍ଗଲ। ପଯ୍ୟର୍ଟକଙ୍କ ପାଇଁ ବାଦୁଡ଼ି ଦେଖାଇବା ପାଇଁ କିଛି ଗାଇଡ଼ ମଧ୍ୟ ନିଯୁକ୍ତ ହୋଇଛନ୍ତି। ଜଙ୍ଗଲ ବିଭାଗ ପଯ୍ୟର୍ଟକଙ୍କ ପାଇଁ ସ୍ଥାନେ ସ୍ଥାନେ ବାଉଁସର ଛୋଟ ଛୋଟ ୱାଚ ଟାୱାର ନିର୍ମାଣ କରିଛନ୍ତି। ପଯ୍ୟର୍ଟକ ମାନେ ତାରି ଉପରେ ଛିଡ଼ା ହୋଇ ବାଦୁଡ଼ି ଦେଖିପାରିବେ। ଏଠାକୁ ପଯ୍ୟର୍ଟକ ମାନେ ମଧ୍ୟ ଆସି ବେସ ଖୁସି ହୋଇଛନ୍ତି। ଏଭଳି ବାଦୁଡ଼ି ଦେଖିବା ବିରଳ ବୋଲି କହିଛନ୍ତି।

 

Sonalisa

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

3 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

19 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

52 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

54 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago