ତାମିଲ ନାଡ଼ୁ ରାଜଧାନୀ ଚେନ୍ନାଇର ଏକ ୬ ବର୍ଷର ଝିଅ ନାଁରେ ହୋଇଛି ଏକ ବିରଳ ବିଶ୍ୱ ରେକର୍ଡ । ମାତ୍ର ୫୮ମିନିଟ ଭିତରେ ୪୬ଟି ଆଇଟମ ପ୍ରସ୍ତୁତ କରି “ୟୁନିକୋ ବୁକ ଅଫ ବିଶ୍ବ ରେକର୍ଡ”ରେ ସ୍ଥାନ ପାଇଛନ୍ତି । ନିଜର ଏହି ବିରଳ ରେକର୍ଡକୁ ନେଇ ଖୁବ ଖୁସି ଓ ଗର୍ବିତ ଥିବା କହିଛି ଏହି କୁନି ଝିଅ ଏସଏନ ଲକ୍ଷ୍ମୀ ସାଈଶ୍ୱରୀ । ଛୋଟ ବେଳରୁ ମା’ଙ୍କୁ ରୋଷେଇ କରୁଥିବା ଦେଖି ରନ୍ଧା ପ୍ରତି ତାଙ୍କ ଆଗ୍ରହ ବଢିଥିଲା | କିନ୍ତୁ ସମୟ ଅଭାବ ହେତୁ ସେପ୍ରତି ଏତେଟା ଧ୍ୟାନ ଦେଇ ପାରିନଥିଲେ ।
କରୋନା କାରଣରୁ ଜାରି ହୋଇଥିବା ଲକଡାଉନ ସମୟରେ ଲକ୍ଷ୍ମୀ, ମା’ ଏନ କଲାଈମଙ୍ଗଲଙ୍କ ଠାରୁ ଧୀରେ ଧୀରେ ରନ୍ଧା ଶିଖିଥିଲେ । ତାମିଲ ନାଡ଼ୁର ପାରମ୍ପରିକ ଖାଦ୍ୟ ଗୁଡିକୁ ମାଙ୍କ ଠାରୁ ଶିଖି ନିଜ ହାତରେ ରାନ୍ଧିବା ଆରମ୍ଭ କରିଥିଲେ । ଧୀରେ ଧୀରେ ଏପ୍ରତି ତାଙ୍କ ଆଗ୍ରହ ଦିନ କୁ ଦିନ ବଢି ବଢି ଯାଇଥିଲା ଯେ ଦିନର ଅଧିକାଂଶ ସମୟ ଲକ୍ଷ୍ମୀ ରୋଷେଇ ଘରେ ହିଁ ବିତାଉଥିଲେ । କୁନି ଝିଅର ନିଷ୍ଠା ଓ ଆଗ୍ରହ ଦେଖି ଏହାକୁ ନେଇ ଏକ ବିରଳ ବିଶ୍ୱ ରେକର୍ଡ କରିବାକୁ ତାଙ୍କ ବାପା ପରାମର୍ଶ ଦେଇଥିଲେ ।
ବାପାଙ୍କ ଠାରୁ ଉତ୍ସାହ ପାଇ ଏକ ବିଶ୍ୱ ରେକର୍ଡ କରିବେ ବୋଲି ମନେ ମନେ ସ୍ଥିର କରିଥିଲେ ଲକ୍ଷ୍ମୀ । ଶେଷରେ ନିଜ ଚେଷ୍ଟା, ଉଦ୍ୟମରେ ଚଳିତ ସପ୍ତାହ ଘଣ୍ଟାକରୁ ବି କମ ସମୟ ଭିତରେ 46ଟି ଖାଦ୍ୟ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ତାଲିକାରେ ନିଜ ନାଁ ସାମିଲ କରିପାରିଛନ୍ତି । ସୂଚନା ଦେବା ଯୋଗ୍ୟ କି, କେରଳର 10 ବର୍ଷୀୟା ସାନଭୀ ନାମକ ଏକ ଝିଅ ଏକା ସାଥିରେ 30ଟି ଖାଦ୍ୟ ରାନ୍ଧି ନିଜ ନାଁରେ ରେକର୍ଡ କରିଥିଲେ ।
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…
ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…
ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…
ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…