କୁନି ଝିଅର କମାଲ, ମାତ୍ର ୫୮ ମିନିଟ ଭିତରେ ତିଆରି କଲେ ୪୬ ପ୍ରକାରର ଖାଦ୍ୟ

ତାମିଲ ନାଡ଼ୁ ରାଜଧାନୀ ଚେନ୍ନାଇର ଏକ ୬ ବର୍ଷର ଝିଅ ନାଁରେ ହୋଇଛି ଏକ ବିରଳ ବିଶ୍ୱ ରେକର୍ଡ ମାତ୍ର ୫୮ମିନିଟ ଭିତରେ ୪୬ଟି ଆଇଟମ ପ୍ରସ୍ତୁତ କରି “ୟୁନିକୋ ବୁକ ଅଫ ବିଶ୍ବ ରେକର୍ଡ”ରେ ସ୍ଥାନ ପାଇଛନ୍ତି ନିଜର ଏହି ବିରଳ ରେକର୍ଡକୁ ନେଇ ଖୁବ ଖୁସି ଓ ଗର୍ବିତ ଥିବା କହିଛି ଏହି କୁନି ଝିଅ ଏସଏନ ଲକ୍ଷ୍ମୀ ସାଈଶ୍ୱରୀ ଛୋଟ ବେଳରୁ ମା’ଙ୍କୁ ରୋଷେଇ କରୁଥିବା ଦେଖି ରନ୍ଧା ପ୍ରତି ତାଙ୍କ ଆଗ୍ରହ ବଢିଥିଲା | କିନ୍ତୁ ସମୟ ଅଭାବ ହେତୁ ସେପ୍ରତି ଏତେଟା ଧ୍ୟାନ ଦେଇ ପାରିନଥିଲେ

କରୋନା କାରଣରୁ ଜାରି ହୋଇଥିବା ଲକଡାଉନ ସମୟରେ ଲକ୍ଷ୍ମୀ, ମା’ ଏନ କଲାଈମଙ୍ଗଲଙ୍କ ଠାରୁ ଧୀରେ ଧୀରେ ରନ୍ଧା ଶିଖିଥିଲେ ତାମିଲ ନାଡ଼ୁର ପାରମ୍ପରିକ ଖାଦ୍ୟ ଗୁଡିକୁ ମାଙ୍କ ଠାରୁ ଶିଖି ନିଜ ହାତରେ ରାନ୍ଧିବା ଆରମ୍ଭ କରିଥିଲେ ଧୀରେ ଧୀରେ ଏପ୍ରତି ତାଙ୍କ ଆଗ୍ରହ ଦିନ କୁ ଦିନ ବଢି ବଢି ଯାଇଥିଲା ଯେ ଦିନର ଅଧିକାଂଶ ସମୟ ଲକ୍ଷ୍ମୀ ରୋଷେଇ ଘରେ ହିଁ ବିତାଉଥିଲେ   କୁନି ଝିଅର ନିଷ୍ଠା ଓ ଆଗ୍ରହ ଦେଖି ଏହାକୁ ନେଇ ଏକ ବିରଳ ବିଶ୍ୱ ରେକର୍ଡ କରିବାକୁ ତାଙ୍କ ବାପା ପରାମର୍ଶ ଦେଇଥିଲେ

ବାପାଙ୍କ ଠାରୁ ଉତ୍ସାହ ପାଇ ଏକ ବିଶ୍ୱ ରେକର୍ଡ କରିବେ ବୋଲି ମନେ ମନେ ସ୍ଥିର କରିଥିଲେ ଲକ୍ଷ୍ମୀ ଶେଷରେ ନିଜ ଚେଷ୍ଟା, ଉଦ୍ୟମରେ ଚଳିତ ସପ୍ତାହ ଘଣ୍ଟାକରୁ ବି କମ ସମୟ ଭିତରେ 46ଟି ଖାଦ୍ୟ ପ୍ରସ୍ତୁତ କରି ବିଶ୍ୱ ରେକର୍ଡ ତାଲିକାରେ ନିଜ ନାଁ ସାମିଲ କରିପାରିଛନ୍ତି  ସୂଚନା ଦେବା ଯୋଗ୍ୟ କି, କେରଳର 10 ବର୍ଷୀୟା ସାନଭୀ ନାମକ ଏକ ଝିଅ ଏକା ସାଥିରେ 30ଟି ଖାଦ୍ୟ ରାନ୍ଧି ନିଜ ନାଁରେ ରେକର୍ଡ କରିଥିଲେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.