Below header

ଆହୁରି ଶକ୍ତ ହେବ ବିଜେଡି, ବର୍ଷକରେ ସାମିଲ ହେବେ ୨୫ ଲକ୍ଷ ସଭ୍ୟ

କେନ୍ୟୁଜ୍(ବ୍ୟୁରୋ): ବର୍ଷକରେ ସାମିଲ ହେବେ ୨୫ ଲକ୍ଷ ସଭ୍ୟ । ପଞ୍ଚାୟତ ଓ ୱାର୍ଡସ୍ତରୀୟ କମିଟି ଗଠନ ହେବ । ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଏହି ନିଷ୍ପତ୍ତି ହୋଇଛି। ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ଗୃହୀତ ହୋଇଛି। ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ । ତା ପୂର୍ବରୁ ଦଳର ସଙ୍ଗଠନକୁ ଅଧିକ ମଜଭୁତ୍‌ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏପରିକି ନବୀନଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ସଙ୍କଳ୍ପ ନିଆଗଲା ।

ଏହାସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୫୦ ହଜାରରୁ ଅଧିକ ୟୁନିଟ୍‌ ରକ୍ତ ସଂଗ୍ରହ କରାଯିବ । ଏହି ବୈଠକରେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଯୁବ ଓ ଛାତ୍ର ବ୍ୟାପାର ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ସଭାପତି ବିଧାୟକ ବ୍ୟୋମକେଶ ରାୟ, ସଙ୍ଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ଥିଲେ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂରେ ବୈଠକରେ ସାମିଲ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.