ସ୍ପେଶାଲ

ମଝି ରାସ୍ତାରେ ନେଉଳକୁ ଆକ୍ରମଣ କଲା ସାପ, ଭୟରେ ରାସ୍ତାରେ ଅଟକି ରହିଲେ ଲୋକେ ଦେଖନ୍ତୁ

ଚାଲୁ ଚାଲୁ ଲୋକେ ଅଟକି ଯାଇଛନ୍ତି, ବାଇକ୍‌ ଓ କାର ଓ ଅନ୍ୟାନ୍ୟ ଗାଡି ମଧ୍ୟ ଅଟକିଛି। ଯେମିତି ଲାଗୁଛି ଟ୍ରାଫିକ ଜାମ ହୋଇଯାଇଛି କିମ୍ବା ଆଗରେ ନିହାତି ଭାବରେ କିଛି ଘଟଣା ଘଟୁଛି। ହଁ ଆଜ୍ଞା ଏଠି ଏତେ ଭିଡ ଲାଗିଛି ସାପ ଏବଂ ନେଉଳ ପାଇଁ। କାହିଁକିନା ରାସ୍ତା ଉପରେ ଚାଲିଛି ସାପ ନେଉଳର ଘମାଘୋଟ ଲଢ଼େଇ।

ଆମେ ସମସ୍ତେ ଜାଣିଛନ୍ତି, ଏକ ଲୋକ କଥା ରହିଛି ‘ଅହି ନକୁଳ ସମ୍ପର୍କ’। ଅର୍ଥାତ ଯେତେ ବି ବିଷଧର ସାପ ହେଉ, ସେ ନେଉଳକୁ ଡରେ କାରଣ ପାରମ୍ପରିକ ଯୁଗରୁ ରହିଆସିଛି ସାପର ଶତୃ ହେଉଛି ନେଉଳ। ଯେତେ ବିଷାକ୍ତ ଆଉ ଶକ୍ତିଶାଳୀ ସାପ ହେଉ ହୋଇଥାଉ ନା କାହିଁକି ନେଉଳ ପାଖରେ ହାରିଯାଏ। ଆମେ ଏସବୁ କହିବାର କାରଣ ହେଉଛି ଏବେ ସୋସିଆଲ ମିଡିଆରେ ସାପ ଓ ନେଉଳର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

ଭିଡିଓରେ ଆପଣ ଦେଖିପାରୁଥିବେ ପ୍ରଥମେ ସାପ ନେଉଳକୁ ଆକ୍ରମଣ କରୁଛି। ଆଉ ପାଲଟା ଜବାବରେ ନେଉଳ ମଧ୍ୟ ତାକୁ ଆକ୍ରମଣ କରିବା ଆରମ୍ଭ କରିଦେଉଛି। ପ୍ରଥମେ ନେଉଳଟି ସାପର ଲାଞ୍ଜକୁ ଆକ୍ରମଣ କରୁଛି। ଆଉ ତାପରେ ମୁହଁରେ ଜାବଡି ଧରୁଛି। ଆଉ ଏହାପରେ ସାପଟି ଲଢ଼େଇକୁ ଛାଡି ଜୀବନ ବଞ୍ଚାଇବା ପାଇଁ ଚାଲିଯିବାକୁ ଚେଷ୍ଟା କରୁଛି। କିନ୍ତୁ ନେଉଳଟି ତାକୁ ଛାଡିବା ଅବସ୍ଥାରେ ଥିଲେ ତ! ଯେମିତି ହିଁ ସାପ ଦୌଡି ପଳାଇ ଯିବାକୁ ଚେଷ୍ଟା କରୁଛି ନେଉଳଟି ସାପ ପଛରେ ଦୌଡି ଯାଇ ତାକୁ ନିଜ ମୁହଁରେ ବଢ଼ିଆ ଟେକିନିରେ ଦବାଇ ଧରି ଚାଲି ଯାଉଛି। ଆଉ ପ୍ରମାଣିତ ହୋଇଯାଉଛି ସସ୍କୃତରେ ଥିବା ସେହି ଶ୍ଳୋକଟି ‘ସର୍ପାତ ନକୁଳାତ ବିଭେତି’।

ଏହି ଭିଡିଓଟିକୁ ଆଇଏଏଫ ଅଫିସର ଡାକ୍ତର ଖୟୁମ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ପରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି।

Pritiparna

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

36 seconds ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

16 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

25 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

34 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

50 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago