ମଝି ରାସ୍ତାରେ ନେଉଳକୁ ଆକ୍ରମଣ କଲା ସାପ, ଭୟରେ ରାସ୍ତାରେ ଅଟକି ରହିଲେ ଲୋକେ ଦେଖନ୍ତୁ

ଚାଲୁ ଚାଲୁ ଲୋକେ ଅଟକି ଯାଇଛନ୍ତି, ବାଇକ୍‌ ଓ କାର ଓ ଅନ୍ୟାନ୍ୟ ଗାଡି ମଧ୍ୟ ଅଟକିଛି। ଯେମିତି ଲାଗୁଛି ଟ୍ରାଫିକ ଜାମ ହୋଇଯାଇଛି କିମ୍ବା ଆଗରେ ନିହାତି ଭାବରେ କିଛି ଘଟଣା ଘଟୁଛି। ହଁ ଆଜ୍ଞା ଏଠି ଏତେ ଭିଡ ଲାଗିଛି ସାପ ଏବଂ ନେଉଳ ପାଇଁ। କାହିଁକିନା ରାସ୍ତା ଉପରେ ଚାଲିଛି ସାପ ନେଉଳର ଘମାଘୋଟ ଲଢ଼େଇ।

ଆମେ ସମସ୍ତେ ଜାଣିଛନ୍ତି, ଏକ ଲୋକ କଥା ରହିଛି ‘ଅହି ନକୁଳ ସମ୍ପର୍କ’। ଅର୍ଥାତ ଯେତେ ବି ବିଷଧର ସାପ ହେଉ, ସେ ନେଉଳକୁ ଡରେ କାରଣ ପାରମ୍ପରିକ ଯୁଗରୁ ରହିଆସିଛି ସାପର ଶତୃ ହେଉଛି ନେଉଳ। ଯେତେ ବିଷାକ୍ତ ଆଉ ଶକ୍ତିଶାଳୀ ସାପ ହେଉ ହୋଇଥାଉ ନା କାହିଁକି ନେଉଳ ପାଖରେ ହାରିଯାଏ। ଆମେ ଏସବୁ କହିବାର କାରଣ ହେଉଛି ଏବେ ସୋସିଆଲ ମିଡିଆରେ ସାପ ଓ ନେଉଳର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି।

neulaଭିଡିଓରେ ଆପଣ ଦେଖିପାରୁଥିବେ ପ୍ରଥମେ ସାପ ନେଉଳକୁ ଆକ୍ରମଣ କରୁଛି। ଆଉ ପାଲଟା ଜବାବରେ ନେଉଳ ମଧ୍ୟ ତାକୁ ଆକ୍ରମଣ କରିବା ଆରମ୍ଭ କରିଦେଉଛି। ପ୍ରଥମେ ନେଉଳଟି ସାପର ଲାଞ୍ଜକୁ ଆକ୍ରମଣ କରୁଛି। ଆଉ ତାପରେ ମୁହଁରେ ଜାବଡି ଧରୁଛି। ଆଉ ଏହାପରେ ସାପଟି ଲଢ଼େଇକୁ ଛାଡି ଜୀବନ ବଞ୍ଚାଇବା ପାଇଁ ଚାଲିଯିବାକୁ ଚେଷ୍ଟା କରୁଛି। କିନ୍ତୁ ନେଉଳଟି ତାକୁ ଛାଡିବା ଅବସ୍ଥାରେ ଥିଲେ ତ! ଯେମିତି ହିଁ ସାପ ଦୌଡି ପଳାଇ ଯିବାକୁ ଚେଷ୍ଟା କରୁଛି ନେଉଳଟି ସାପ ପଛରେ ଦୌଡି ଯାଇ ତାକୁ ନିଜ ମୁହଁରେ ବଢ଼ିଆ ଟେକିନିରେ ଦବାଇ ଧରି ଚାଲି ଯାଉଛି। ଆଉ ପ୍ରମାଣିତ ହୋଇଯାଉଛି ସସ୍କୃତରେ ଥିବା ସେହି ଶ୍ଳୋକଟି ‘ସର୍ପାତ ନକୁଳାତ ବିଭେତି’।

ଏହି ଭିଡିଓଟିକୁ ଆଇଏଏଫ ଅଫିସର ଡାକ୍ତର ଖୟୁମ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଯାହା ପରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.