Below header

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ନେଇ ଟ୍ୱିଟରରେ ଏମିତି ମତ ରଖିଲେ ସେଲିବ୍ରିଟି

ଶେଷରେ ବହୁ ପ୍ରତିକ୍ଷାର ଅନ୍ତ ଘଟିଲା । ଶେଷରେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ଯାଇଛି । ଆଜି ମାନ୍ୟବର ସୁପ୍ରିମ କୋର୍ଟ ସିବିଆଇ ହାତକୁ କେଶ ହସ୍ତାନ୍ତର କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । କହିରଖିବା ଉଚିତ ହେବକି, ପୂର୍ବରୁ ବିହାର ସରକାର ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କୁ ଏନେଇ ଅପିଲ କରିଥିଲେ । ଏହି ମାମଲାର ତଦନ୍ତ ଭରା ସୁଶାନ୍ତ ନିଶ୍ଚିତ ରୂପେ ସିବିଆଇ ମୃତ୍ୟୁ ପଛର ପ୍ରକୃତ ରହସ୍ୟ ଖୋଜି ବାହାର କରିବ ବୋଲି ଆଶା କରାଯାଉଛି । ଖାଲି ସେତିକି ନୁହେଁ ସୁଶାନ୍ତଙ୍କ ପରିବାର ତରଫରୁ ବି ଧନ୍ୟବାଦ ଜଣାଇ ଏକ ଚିଠି ଟ୍ୱିଟରରେ ସେୟାର କରାଯାଇଛି ।

ଏହି ଖବର ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କୁ ନ୍ୟାୟ ଦେବା ଦାବିରେ ଦୀର୍ଘ ଦିନ ହେବ ସ୍ୱର ଉତ୍ତୋଳନ କରି ଆସୁଥିବା ବ୍ୟକ୍ତି ମାନଙ୍କ ମୁହଁରେ ହସ ଫୁଟିଛି । ଏବେ ପ୍ରକୃତ ଦୋଷୀ ନିଶ୍ଚିତ ରୂପେ ଦଣ୍ଡ ପାଇବ ବୋଲି ସୁଶାନ୍ତଙ୍କ ଫ୍ୟାନ ମାନେ ବି ଉତ୍କଣ୍ଠାର ସହ ଅନେଇ ବସିଛନ୍ତି ।

ତେବେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ସାମ୍ନାକୁ ଆସିବା ପରେ ସୁଶାନ୍ତଙ୍କ ନ୍ୟାୟ ଦାବିରେ ଥିବା ସେଲିବ୍ରିଟି ମାନେ ନିଜ ନିଜ ଟ୍ୱିଟର ହ୍ୟାଣ୍ଡଲରେ ନିଜ ମତ ପୋଷ୍ଟ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କଣ ଲେଖିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.