ସୁଶାନ୍ତଙ୍କ କେଶ ଏବେ CBI ହାତରେ, ଜାଣନ୍ତୁ ଆଗକୁ କଣ ହେବାକୁ ଯାଉଛି ?

ସୁପ୍ରିମକୋର୍ଟ ବୁଧବାର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ତଦନ୍ତ ସିବିଆଇକୁ ଦେଇଛନ୍ତି । କୁହାଯାଉଛି ଯେ ଏହି ରାୟ ପୂର୍ବରୁ ହିଁ ତଦନ୍ତକାରୀ ସଂସ୍ଥା ପ୍ରାଥମିକ ପ୍ରସ୍ତୁତି କରି ସାରିଛି । ବର୍ତ୍ତମାନ ସିବିଆଇର ଏକ ଟିମ୍ ଗୁରୁବାର କିମ୍ବା ଶୁକ୍ରବାର ମୁମ୍ବାଇରେ ପହଞ୍ଚି ଏହି ଘଟଣାର ତଦନ୍ତ କରିପାରେ । ଏହି ଟିମ ହତ୍ୟାକାଣ୍ଡର ଅଧିକ ଅନୁସନ୍ଧାନ କରିବ।

CBI ଏହି ମାମଲାରେ ଗୁଜୁରାଟ କ୍ୟାଡର ଆଇପିଏସ୍ ମନୋଜ ଶଶିଧରଙ୍କ ନେତୃତ୍ୱରେ ଏସଆଇଟି ଗଠନ କରିଛି । ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ କାର୍ଯ୍ୟ କରୁଥିବା ଗୁଜୁରାଟର କ୍ୟାଡର ଲେଡି ଆଇପିଏସ୍ ଅଧିକାରୀ ଗଗନଦୀପ ଗମ୍ଭୀର ମଧ୍ୟ ଏହି ଦଳର ଏକ ଅଂଶ ରହିଛନ୍ତି ।

ଏବେ ଆଗକୁ କଣ ହେବ ?

  • ସିବିଆଇ ପ୍ରଥମେ ମୁମ୍ବାଇ ଏବଂ ବିହାର ପୋଲିସ ଠାରୁ ଏପର୍ଯ୍ୟନ୍ତ କରାଯାଇଥିବା ଯାଞ୍ଚର ରିପୋର୍ଟ ଗ୍ରହଣ କରିବ।
  • ସିବିଆଇ ମୁମ୍ବାଇ ପୋଲିସର କେସ୍ ଡାଏରୀ, ଏପର୍ଯ୍ୟନ୍ତ ନିଆଯାଇଥିବା 56 ଜଣଙ୍କ ବୟାନ, ପୋଷ୍ଟ ମର୍ଟମ ଏବଂ ଫରେନସିକ୍ ଯାଞ୍ଚ ରିପୋର୍ଟର କପି ମଧ୍ୟ ଗ୍ରହଣ କରିବ ।
  • ସୁଶାନ୍ତଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କ ବୟାନକୁ ମଧ୍ୟ ରେକର୍ଡ କରିପାରେ । ଏହାସହିତ ମୁମ୍ବାଇର କିଛି ପୋଲିସ ଅଧିକାରୀଙ୍କ ସହ କଥା ହେବ।
  • ଏହି ମାମଲାରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ପିତା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ, ମାତା ସାନ୍ଧ୍ୟା ଚକ୍ରବର୍ତ୍ତୀ, ଭାଇ ଶୋଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା ଏବଂ ଶ୍ରୁତି ମୋଦୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସେମାନଙ୍କୁ ମଧ୍ୟ ପଚରାଉଚୁରା କରାଯିବ ।
  • ସିବିଆଇ ସୁଶାନ୍ତଙ୍କ ଫ୍ଲାଟକୁ ପୁଣିଥରେ ଯାଞ୍ଚ କରିପାରେ । ସେହି ଦିନର ଘଟଣାକୁ ରିକ୍ରିଏସନ ମଧ୍ୟ କରିପାରେ ।
  • ଯଦି ଆବଶ୍ୟକ ହୁଏ ତେବେ ସିବିଆଇ ମହେଶ ଭଟ୍ଟ, ଆଦିତ୍ୟ ଚୋପ୍ରା, ଶେଖର କପୁର, କଙ୍ଗନା ରଣାୱତ, ଅଙ୍କିତା ଲୋଖଣ୍ଡେ, ସଞ୍ଜୟ ଲୀଲା ଭନସାଲୀଙ୍କ ସମେତ 56 ଜଣଙ୍କୁ ପଚରାଉଚରା କରିପାରେ । ଯଦିଓ ମୁମ୍ବାଇ ପୋଲିସ ପୂର୍ବରୁ ସେମାନଙ୍କ ବୟାନ ରେକର୍ଡ କରିସାରିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.