Below header

ଆଜି କଟକରୁ ୧୬୨ ନୂଆ ପଜିଟିଭ ଚିହ୍ନଟ, ୨୬୭୮ ଛୁଇଁଲା ମୋଟ ଆକ୍ରାନ୍ତ ସଂଖ୍ୟା

କଟକ: ରୌପ୍ୟ ନଗରୀରେ ଦିନ କୁ ଦିନ କାୟା ମେଲିବାରେ ଲାଗିଛି ମାରାତ୍ମକ କରୋନା । ଆଜି କଟକ ସହରରୁ ୧୬୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ସକାଳ ସମୟରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ କଟକ ଜିଲ୍ଲାରୁ ୨୨୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମଧ୍ୟରୁ କଟକ ସହରରୁ ୧୬୨ ଜଣ ଅଛନ୍ତି । ଯେବେକି ଆଜି ୬୫ ଜଣ ସୁସ୍ଥତା ଲାଭ କରିଥିବା ଜଣାଯାଇଛି ।

ଆଜିର ଚିହ୍ନଟଙ୍କ ମଧ୍ୟରୁ ୩୧ ଜଣ ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ଥିବା ବେଳେ ୬୨ ଜଣ ଲୋକାଲ କଣ୍ଟକଟରୁ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ସହରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୭୮କୁ ବୃଦ୍ଧି ପାଇଥିବା ବେଳେ ସେମଧ୍ୟରୁ ୧୦୧୮ ଟି ଆକ୍ଟିଭ କେଶ ରହିଛି । ଅନ୍ୟପକ୍ଷରେ ୧୬୪୭ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.