ରାଜଧାନୀ ଭୁବନେଶ୍ବରରେ ସର୍ବାକାଳୀନ ରେକର୍ଡ ଭାଙ୍ଗିଲା କରୋନା, ଆଜି ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ୟୁଜ୍(ବ୍ୟୁରୋ): କରୋନା କବଳରେ ରାଜଧାନୀ ଭୁବନେଶ୍ବର। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବା କାରଣରୁ ବିଏମସିର ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ରତିଦିନ ବଢୁଥିବା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟରେ ଆଜିର ସଂକ୍ରମିତଙ୍କ ସଂଖ୍ୟା ସର୍ବାକାଳୀନ ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ବରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି। ଏଥିମଧ୍ୟରୁ କ୍ବାରେଣ୍ଟାଇନ କେସ୍ ୨୦୪ ରହିଥିବା  ବେଳେ ଲୋକାଲ  କେସ ରହିଛି ୧୬୬।

ଏହି  ଆକ୍ରାନ୍ତ ମାନଙ୍କୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୦୭୭ରେ ପହଞ୍ଚିଛି। ଏଥିରୁ ୩୮୪୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୦ ଜଣଙ୍କ ମୁଣ୍ଡ ନେଇଛି ଏହି କରୋନା ଭାଇରସ। ବର୍ତ୍ତମାନ ରାଜଧାନୀ ଭୁବନେଶ୍ବରରେ ଆକ୍ଟିଭ କେସ୍ ରହିଛି ୨୨୦୧।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.