Categories: ସ୍ପେଶାଲ

ଆଜି ହେଉଛି ରାଜୀବ ଗାନ୍ଧୀଙ୍କର ୭୫ତମ ଜୟନ୍ତୀ, ଜାଣନ୍ତୁ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀଙ୍କ ବିଷୟରେ କିଛି ଅଭୁଲା କଥା

ଇନ୍ଦିରା ଗାନ୍ଧୀଙ୍କ ପୁତ୍ର ଏବଂ ଜବାହାରଲାଲ ନେହେରୁଙ୍କ ନାତି ତଥା ଭାରତର ଷଷ୍ଠ ପ୍ରଧାନମନ୍ତ୍ରୀ ଭାବେ ନିଜର ଏକ ସ୍ବତନ୍ତ୍ର ପରିଚୟ ସ୍ରୁଷ୍ଟି କରିଥିଲେ। ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ପୁତ୍ର ଭାବେ ରାଜୀବ ଭାରି ବହୁମତ ସହିତ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ୧୯୮୯ରେ ସାଧାରଣ ନିର୍ବାଚନରେ ପରାଜୟର ସ୍ବାଦ ଚାଖିଥିଲା କଂଗ୍ରେସ । ଏହାପରେ ୧୯୯୧ର ସାଧାରଣ ନିର୍ବାଚନର ପ୍ରଚାର ସମୟରେ ତାମିଲନାଡୁର ଶ୍ରୀପେରେମବୁଡୁର ରେ ଏକ ଭୟଙ୍କର ବମ ବିସ୍ଫୋରଣରେ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା ।

ରାଜୀବ ଗାନ୍ଧୀଙ୍କ ବିବାହ ଆଣ୍ଟୋନିଆ ମାଇନୋଙ୍କ ସହିତ ହୋଇଥିଲା । ଯିଏକି ଇଟାଲୀର ନାଗରିକ ଥିଲେ । ଏହାପରେ ତାଙ୍କ ପତ୍ନୀ ନାମ ପରିବର୍ତ୍ତନ କରି ସୋନିଆ ଗାନ୍ଧୀ ରଖିଥିଲେ । କୁହାଯାଏ କି ରାଜୀବ ଗାନ୍ଧୀଙ୍କ ସହିତ ତାଙ୍କର ସେତେବେଳେ ଦେଖା ହୋଇଥିଲା ଯେତେବେଳେ ରାଜୀବ ପାଠପଢା ପାଇଁ କେମ୍ବ୍ରିଜ୍ ଯାଇଥିଲେ । ରାଜୀବ ଏବଂ ସୋନିଆଙ୍କର ବିବାହ ୧୯୬୮ରେ ହୋଇଥିଲା । ଏହାପରେ ସେମାନେ ଭାରତରେ ରହିଥିଲେ । ଉଭୟଙ୍କ ଦୁଇଟି ସନ୍ତାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ।

ରାଜୀବ ଗାନ୍ଧୀଙ୍କର ରାଜନୀତିରେ ପ୍ରାରମ୍ଭରୁ ରୁଚି ନଥିଲା । ସେ ଜଣେ ଏୟାରଲାଇନ୍ ପାଇଲଟ୍ ଭାବେ ଚାକିରୀ କରୁଥିଲେ । ଆପାତକାଳରେ ଇନ୍ଦିରା ଗାନ୍ଧୀଙ୍କୁ ନିଜର ପଦ ଛାଡିବାକୁ ପଡିଥିଲା । ୧୯୭୦ରେ ତାଙ୍କର ସାନ ଭାଇ ସଞ୍ଜୟ ଗାନ୍ଧୀଙ୍କର ଏକ ବିମାନ ଦୁର୍ଘଟଣାରେ ଅକାଳ ମୃତ୍ୟୁ ପରେ ମା ଇନ୍ଦିରା ଗାନ୍ଧୀଙ୍କୁ ସହଯୋଗ କରିବା ପାଇଁ ୧୯୮୨ ମସିହାରେ ରାଜୀବ ରାଜନୀତିରେ ପ୍ରବେଶ କରିଥିଲେ । ସେ ଆମେଠି ର ଲୋକସଭା ନିର୍ବାଚନ ଜିତି ସାଂସଦ ହୋଇଥିଲେ । ଏହାସହିତ ୩୧ ଅକ୍ଟୋବର ୧୯୯୮ମସିହାରେ ଅଙ୍ଗରକ୍ଷକଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ହେବା ପରେ ରାଜୀବ ଗାନ୍ଧୀ ଭାତରର ପ୍ରଧାନମନ୍ତ୍ରୀ ହୋଇଥିଲେ ।

ରାଜୀବ ଗାନ୍ଧୀ ଭାରତର ସୂଚନା କ୍ରାନ୍ତିର ଜନକ ଭାବେ ପରିଚିତ । ଦେଶର କମ୍ପ୍ୟୁଟରାଇଜେସନ୍ ଏବଂ ଟେଲିକମ୍ୟୁନିକେସନ୍ କ୍ରାନ୍ତିର ଶ୍ରେୟ ତାଙ୍କୁ ଯାଏ । ସ୍ଥାନୀୟ ସ୍ବରାଜ୍ୟ ସଂସ୍ଥାମାନଙ୍କରେ ମହିଳା ମାନଙ୍କ ପାଇଁ ୩୩% ସଂରକ୍ଷଣ କାମ ସେ କରିଥିଲେ । ଏହା ବ୍ୟତିତ ମତଦାନ ପାଇଁ ୨୧ ବଷୟ ବୟସକୁ କମ୍ କରି ୧୮ ବର୍ଷରେ ଭୋଟ ଦେବାର ଅଧିକାର ରାଜୀବ ଗାନ୍ଧୀ ଦେଇଥିଲେ ।

ଏହାସହ ପଢନ୍ତୁ : ୯ ବର୍ଷର ବାଳିକା ହେଲେ ଗ୍ରିନ୍ ମଣିପୁର ମିସନର ବ୍ରାଣ୍ଡ ଆମ୍ବାସଡର, ଏହା ପଛରେ ରହିଛି ଏହି ରୋଚକ ଘଟଣା

କିନ୍ତୁ ବିରୋଧୀଙ୍କ ଦ୍ବାରା ରାଜୀବ ଗାନ୍ଧୀଙ୍କ ଉପରେ ୬୪ କୋଟିର ଘୋଟାଇ କରିଥିବା ନେଇ ଅଭିଯୋଗ ଆସିଲା ଯେଉଁ କାରଣ ପାଇଁ କଂଗ୍ରେସ ଦଳକୁ ପୂର୍ଣ୍ଣ ବହୁମତ ମିଳିନଥିଲା । ସବୁଠାରୁ ଅଧିକ ସିଟ୍ ଜିତିବାପରେ ମଧ୍ୟ ରାଜୀବ ଗାନ୍ଧୀ ନିଜ ସରକାର କରିଥିଲେ ଏବଂ ନିଜ ପଦରୁ ଇସ୍ତଫା ଦେଇଥିଲେ । ଏହି ସମୟରେ ବିଜେପି ଦଳର ବିପି ସିଂଙ୍କୁ ସମର୍ଥନ ମିଳିଲା ଏବଂ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହାପୂର୍ବରୁ ୧୯୮୪ରେ ଶ୍ରୀମତି ଗାନ୍ଧୀଙ୍କ ହତ୍ୟା ହୋଇସାରିଥିଲା ଏବଂ ପୁରା ଗାନ୍ଧୀ ପରିବାର ଆତଙ୍କବାଦୀଙ୍କ ନଜରରେ ରହିଥିଲା । ଏହାପରେ ଶ୍ରୀଲଙ୍କାର ଉଗ୍ରବାଦୀଙ୍କ ଦ୍ବାରା ରାଜୀବ ଗାନ୍ଧଙ୍କୁ ୨୧ ମଇ ୧୯୯୧ରେ ହତ୍ୟା କରିଦିଆଯାଇଥିଲା ।

ଆଜି ହେଉଛି ରାଜୀବ ଗାନ୍ଧୀଙ୍କର ୭୫ତମ ଜୟନ୍ତୀ । ୨୦ ଅଗଷ୍ଟ ୧୯୪୪ରେ ଜନ୍ମ ହୋଇଥିଲେ ରାଜୀବ ଗାନ୍ଧୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ୍ କରି ଶ୍ରନ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହିତ ସୋନିଆ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ,ରାହୁଲ ଗାନ୍ଧୀ,ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ କଂଗ୍ରେସର ନେତା ରାଜୀବ ଗାନ୍ଧୀଙ୍କ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀ ଟ୍ବିଟ୍ କରି କରିଛନ୍ତି କି, ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେରେ ପୁରା ସପ୍ତାହରେ ବିଭିନ୍ନ ସ୍ଥାନରେ ସ୍ମ୍ରୁତି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାସହିତ ଦେଶରେ ଆଇଟି କ୍ଷେତ୍ରରେ ରାଜୀବଙ୍କର ଅବଦାନକୁ ନେଇ ସେ ଏକ ଭିଡିଓ ସେୟାର କରି ଲେଖିଛନ୍ତି କି, ପିତାଙ୍କ ସମ୍ମାନରେ ଏହି ସପ୍ତାହର ପ୍ରତିଦିନ ତାଙ୍କର ଏକ ଉଲ୍ଲେଖନୀୟ ଉପଲବ୍ଧୀ ଉପରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିବେ ।

Sonalisa

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

2 hours ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

3 hours ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

4 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

5 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

6 hours ago