Categories: ସ୍ପେଶାଲ

ପୁଅକୁ ଦେଖି ଶୁଖୁନି ମା ଆଖିରୁ ଲୁହ, କ୍ୟାନ୍ସର ସାମ୍ନାରେ ହାର ମାନିଛି ମେଧାବୀ ଛାତ୍ର

ସେ ଜଣେ ମେଧାବୀ ଛାତ୍ର । ଅଷ୍ଟମ ଶ୍ରେଣୀ ଉତିର୍ଣ୍ଣ କରିବା ପରେ ନବମ ଶ୍ରେଣୀରେ ନାମ ଲେଖାଇଥିଲା । ଆଶା ଥିଲା ପାଠ ପଢି ଚାକିରି କରି ଘରର ଆର୍ଥିକ ଅବସ୍ଥାକୁ ଦୂର କରିବ । ହେଲେ ବିଧିର ବିଧାନ ଥିଲା ଆଉ କିଛି । ନବମ ଶ୍ରେଣୀରେ ଆଡମିସନ ତ କଲା ହେଲେ ସ୍କୁଲ ଯାଇପାରିଲା ନାହିଁ ୧୪ ବର୍ଷର ପିଲା ଚିତ୍ରସେନ। ପାଠ ପଢିବା ବଦଳରେ ସେ ଏବେ ଘରେ ପଡିରହିଛି । ଆସନ୍ତୁ ନଜର ପକାଇବା, ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗୋପବନ୍ଧୁଗରର ଚିତ୍ରସେନ ସେଠୀଙ୍କ ଦୁଃଖଭରା କାହାଣୀ ଉପରେ।

ମାତ୍ର ୧୪ ବର୍ଷର ଚିତ୍ରସେନ। ଗୋଟିଏ ଛୋଟିଆ ବଥରୁ ଆରମ୍ଭ ହୋଇଥିବା ରୋଗ ଏବେ କ୍ୟାନସର ଆଡକୁ ଗତି କରୁଛି । ପୁଅ ମୁହଁରେ ଅସ୍ୱଭାବିକ ଭାବେ ବଢୁଥିବା ମାଂସ ପିଣ୍ଡୁଳା ନେଇ ବାପାମାଆ ଏବେ ଚିନ୍ତାରେ। ସେପଟେ ଚିତ୍ରସେନର ଏପରି ଅବସ୍ଥା ଦେଖି ସାଙ୍ଗ ସାଥି ଓ ସ୍କୁଲର ଶିକ୍ଷକ, ଦୁଃଖ ପ୍ରକାଶ କରିବା ସହ ଆରୋଗ୍ୟ କାମନା କରିଛନ୍ତି ।

ପୁଅକୁ ଏବେ କ୍ୟାନ୍ସର ହୋଇଥିଲେ ହେଁ ଗରିବ ପରିବାର ପାଖରେ ଚିକିତ୍ସା କରିବାକୁ ଟଙ୍କା ନାହିଁ । ମୋ ପୁଅକୁ ଭଲ କରିଦିଅ, ମୋତେ ଟିକେ ସାହାଯ୍ୟ କର । ଏନେଇ ମାଆର ନେହୁରା ହେଉଛି ସମସ୍ତଙ୍କ ପାଖେ। ଗଞ୍ଜାମ ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗୋପବନ୍ଧୁଗରର ପ୍ରକାଶ ଓ ନମିତା ସେଠୀଙ୍କ ସାନ ପୁଅ ଚିତ୍ରସେନ । ଚିତ୍ରସେନ ଏବେ କ୍ୟାନ୍ସର ଜାଲରେ । ବାପାମାଆ ଧାରକରଜ କରି ପୁଅକୁ ଅନେକ ଡାକ୍ତରଖାନାରେ ଦେଖାଇସାରିଲେଣି । ହେଲେ କିଛି ଲାଭ ହୋଇନାହିଁ । ଅଧିକ ଚିକିତ୍ସା ପାଇଁ ଦରକାର ଲକ୍ଷାଧିକ ଟଙ୍କା ।

ପ୍ରଥମେ ଚିତ୍ରସେନର କପାଳରେ ଏକ ଛୋଟିଆ ଘା’ ବାହାରିଲା । ବହୁତ କଷ୍ଟ ହେବାରୁ ପୁଅକୁ ପାଖରେ ଥିବା ଡାକ୍ତରଖାନାରେ ଦେଖାଇଲେ । ସେଠାରେ ଅପରେସନ ପରେ ମଧ୍ୟ ରୋଗ ଭଲ ହେଲା ନାହିଁ । ଜଣାପଡିଲା ଏହା ଧିରେ ଧିରେ କ୍ୟାନସରରେ ପରିଣତ ହେଉଛି । କଟକ ଆଚାର‌୍ୟ୍ୟ ହରିହର କେନ୍ଦ୍ରକୁ ନେଇ ପୁଅର ଅପରେସନ,କେମୋ ଦିଆଗଲା କିନ୍ତୁ ଘରକୁ ଫେରିବା ପରେ ମଧ୍ୟ ପୁଅ ସୁସ୍ଥ ହେଲା ନାହିଁ । ମୁହଁର ଅନେକ ସ୍ଥାନରେ ମାଂସ ବଢିବା ଆରମ୍ଭ ହେଲା । ଆଖି ପତା, ନାକ, ଗାଲ ଓ ଦାନ୍ତରେ ମାଂସ ବାହାରିଲା । ବାଧ୍ୟ ହୋଇ ଡାକ୍ତର ଚିତ୍ରସେନର ଦାନ୍ତ ସବୁ କାଟିଦେଲେ । ଏବେ ଖାଇବା ପିଇବାରେ ଅନେକ କଷ୍ଟ ଭୋଗୁଛି ପିଲାଟି । ଅସହ୍ୟ ଯନ୍ତ୍ରଣାରେ ସେ କଲବଲ ହେଉଛି । ପୁଅର କଷ୍ଟକୁ ଦେଖିପାରୁନାହାନ୍ତି ବାପାମାଆ ।

ଗୋପବନ୍ଧୁନଗର ପ୍ରାଥମିକ ବିଦ୍ୟାଳୟରେ ସେ ନବମ ଶ୍ରେଣୀରେ ପାଠ ପଢୁଥିଲା । ରୋଗ ଯନ୍ତ୍ରଣା ଯୋଗୁ ଚିତ୍ରସେନର ପାଠ ପଢାରେ ଏବେ ଡୋରି ବନ୍ଧା ହୋଇଛି । ବାପା ପ୍ରକାଶ ଜଣେ ଦିନ ମଜୁରିଆ । ସ୍ତ୍ରୀ ନମିତା, ଦୁଇ ଝିଅ ଓ ଦୁଇ ପୁଅକୁ ନେଇ ତାଙ୍କ ପରିବାର । ଦୁଇ ଝିଅଙ୍କୁ ବାହା ଦେଇଛନ୍ତି । ବଡପୁଅ କଲେଜରେ ପଢୁଛି । ଅଭାବ ଓ ଦୁଃଖ କଷ୍ଟ ମଧ୍ୟରେ ଚାଲିଛି ପ୍ରକାଶଙ୍କ ସଂସାର । ସରକାରୀ ଓ ବେସରକାରୀ ସ୍ତରରେ ସାହଯ୍ୟ ଟିକେ ମିଳିଲେ ପୁଅର ଚିକିତ୍ସା କରାଇବେ ବୋଲି ସେ ଆଶା ବାନ୍ଧିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago