କାମ ପୂର୍ବରୁ ଛିଙ୍କିବା ହୋଇଥାଏ ଆପଣଙ୍କ ପାଇଁ ଲାଭ, ଜାଣନ୍ତୁ ଶୁଭ ଏବଂ ଅଶୁଭକୁ ନେଇ ଏହି ୫ ଖାସ କଥା

ସବୁ ମଣିଷଙ୍କୁ ଜୀବନରେ ବହୁତ ପ୍ରକାର ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। କିନ୍ତୁ ଅନେକ ସମସ୍ୟା ଏବଂ କଠିନତାକୁ ପୂର୍ବରୁ ସୁଧୁରି ହେବ। ଜ୍ୟେତିଷ ଶାସ୍ତ୍ରରେ ଏମିତି ବହୁତ ସଂକେତ ରହିଛି, ଯାହା ପୂର୍ବରୁ ଶୁଭ ଏବଂ ଅଶୁଭ ଘଟଣା ବିଷୟରେ ଜଣାଇଥାଏ। ଏମିତି ଘଟଣାକୁ ଶୁଭ ଏବଂ ଅଶୁଭ କୁହାଯାଏ। ଅନେକ ଲୋକ ଭାବନ୍ତି ଯେ ରାସ୍ତାରେ ଗଲାବେଳେ ବିଲେଇ ଆଗରେ ଚାଲିଗଲେ କିମ୍ବା କାମ ଆରମ୍ଭ ପୂର୍ବରୁ କିଏ ଛିଙ୍କି ଦେଲେ ଅଶୁଭ ହୋଇଥାଏ। ଏହାକୁ ଅଶୁଭ ଏବଂ ହେଉଥିବା କାମ ବିଗିଡି ଯାଏ ବୋଲି ଧରାଯାଏ। ଆସନ୍ତୁ ଆମେ ଆପଣଙ୍କୁ ଏମିତି କିଛି ଶୁଭ ଏବଂ ଅଶୁଭ ସମ୍ପର୍କରେ ଜଣାଇବୁ ଯାହା ଦ୍ବାରା ଆପଣ ହେବାକୁ ଥିବା ଶୁଭ ଘଟଣାକୁ ଅନୁଭବ କରିପାରିବେ ଏବଂ ଅଶୁଭ ଘଟଣାରୁ ରକ୍ଷା ପାଇପାରିବେ।
ଶୁଭ ଏବଂ ଅଶୁଭ

-କାମ ପୂର୍ବରୁ ଛିଙ୍କିବାକୁ ଅଶୁଭ ସଂକେତ ବୋଲି ଧରାଯାଏ। କିନ୍ତୁ ଅନେକ ଥର ଏହା ଶୁଭ ମଧ୍ୟ ହୋଇଥାଏ। ଯଦି ଆପଣ ବଜାରରେ କିଣାବିକା କରୁଛନ୍ତି ଏବଂ ଏହି ସମୟରେ କେହି ଛିଙ୍କିଦେଲେ ଏହାକୁ ଶୁଭ ବୋଲି ଧରାଯାଏ। ସେହିଭଳି ଘରୁ ବାହାରିଲା ସମୟରେ କୌଣସି କାମ ଆରମ୍ଭ କରିବା ପୂର୍ବରୁ କେବଳ ଡାହାଣ ପାର୍ଶ୍ବରେ ଛିଙ୍କିଲେ ତାହାକୁ ଅଶୁଭ ବୋଲି ଧରାଯାଏ। ଏମିତିରେ ଆପଣ କିଛି ସମୟ ପାଇଁ ଅଟକି ଯାଇ ପୁଣି କାମ ଆରମ୍ଭ କରନ୍ତୁ।

-ଅନେକ ଥର ଆପଣ ଗାଈର ରମ୍ଭା ରଡିର ଶବ୍ଦ ଶୁଣିଥିବେ,ଜ୍ୟେତିଷ ଶାସ୍ତ୍ରରେ ଏହି ଶବ୍ଦକୁ ଶୁଭ ଏବଂ ଅଶୁଭ ସଂକେତ ଭାବେ ଧରାଯାଏ। ଯଦି ସକାଳୁ ଘରୁ ବାହାରିବା ସମୟରେ ଗାଈର ରମ୍ଭା ରଡି ଶୁଣନ୍ତି ତେବେ ଏହାକୁ ଶୁଭ ବୋଲି କୁହଯାଏ। ଏହାକୁ ଲାଭ ବୋଲି ମଧ୍ୟ ଧରାଯାଏ। ସେହିଭଳି ସନ୍ଧ୍ୟା ସମୟରେ ଏହି ଶବ୍ଦ ଶୁଣାଗଲେ ଏହାକୁ ଅଶୁଭ ବୋଲି ଧରାଯାଏ।

-ଯଦି ଆପଣ କୌଣସି ଜରୁରୀ କାମ ପାଇଁ ଯାଉଛନ୍ତି, ସେହି ସମୟରେ ଆପଣଙ୍କ ସାମ୍ନାରେ ସଧବା ସ୍ତ୍ରୀ କିମ୍ବା ଗାଈ ଚାଲିଯାଆନ୍ତି, ତେବେ କାମରେ ସଫଳତା ମିଳିବାର ସମ୍ଭାବନା ବଢ଼ିଯାଇଥାଏ। ସେହଭଳି ଯଦି ବିଲେଇ ରାସ୍ତା କାଟିଲେ କାମରେ ଅସଫତାର ଅଶଙ୍କା ରହିଥାଏ। ଆପଣ ଘରକୁ ଫେରି କିଛି ସମୟ ବିଶ୍ରାମ କରି ଗଲେ ଭଲ ହୋଇଥାଏ।

-ଶୁଭ ଏବଂ ଅଶୁଭର ବହୁତ ସଂକେତ ସ୍ବପ୍ନରୁ ମଧ୍ୟ ମିଳିଥାଏ। ଯଥା ବିଲେଇକୁ ମୂଷା ଧରିଥାଏ, ନିଜର ଅପରେସନ ହେଉଥିବା ବା ଅନ୍ୟ ଲୋକ ଖୁସି ହେଉଥିବାର ଦେଖନ୍ତି, ତେବେ ଏହି ସ୍ବପ୍ନ ଆପଣଙ୍କ ପାଇଁ ଶୁଭ ବୋଲି ଇସାରା କରିଥାଏ। ସେହିଭଳି ସ୍ବପ୍ନରେ କାଗଜର ଲେଣଦେଣ କରିବା ଆପଣଙ୍କ ପାଇଁ ଅଶୁଭ ବୋଲି ଧରାଯାଏ।

-ଯଦି ଦିନ ଭିତରେ ଆପଣଙ୍କ ସାକ୍ଷାତ କୌଣସି ଏମିତି ବ୍ୟକ୍ତିଙ୍କ ସହିତ ହୁଏ ଯାହାଙ୍କର କାନରେ ବହୁତ କେଶ ଥାଏ, ତେବେ ଏହା ଆପଣଙ୍କ ପାଇଁ ଶୁଭ ହୋଇଥାଏ। ଜ୍ୟେତିଷ ଶାସ୍ତ୍ରରେ ମଧ୍ୟ ଏହାକୁ ଶୁଭ ବୋଲି ଧରାଯାଇଛି। ସେହିଭଳି ଆକାଶରେ ତାରା ଛିଡିବା ଭଳି ସଂକେତ ଦେଖାଗଲେ ଏହା ସ୍ବାସ୍ଥ୍ୟ ଖରାପ ହେବାର ସୂଚନା ଦେଇଥାଏ। ଏହାଦ୍ବାରା ଚାକିରୀରେ ସମସ୍ୟା ଏବଂ ଆର୍ଥିକ ସମସ୍ୟା ଆସିଥାଏ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago