Categories: କ୍ରୀଡା

ମେଲବର୍ଣ୍ଣ ଟେଷ୍ଟ : ୪୪୩ ରନ୍‌ରେ ପାଳି ଘୋଷଣା କଲା ଭାରତ

ମେଲବର୍ଣ୍ଣ : ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍‌ରେ ୪୪୩ ରନ୍‌ କରି ପ୍ରଥମ ଇନିଂସ୍‌ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରି ବିନା ଓ୍ଵିକେଟ୍‌ରେ କରିଛି୮ ରନ୍‌ ।
ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଆଜି ଭାରତ ୪୦୦ ରନ୍‌ ଟପି ଯାଇଥିଲା । ପୂଜାରା ୩୧୯ ବଲ୍‌ ଖେଳି ୧୦୬ । ଇଏ ହେଉଛି ପୂଜାରାଙ୍କର ୧୭ତମ ଯେଷ୍ଟ ଶତକ । କୋହଲି ୮୨, ରୋହିତ ଅପରାଜିତ ୬୩ ଅଜିଙ୍କ୍ୟ ରାହାଣେ ୩୪ ଏବଂ ୠଷଭ ପନ୍ତ ୩୯ ରନ୍‌ କରିଥିଲେ । ରବୀନ୍ଦ୍ର ଜାଡେଜା ୪ ରନ୍‌ କରି ଆଉଟ୍‌ ହେବା ପରେ କୋହଲି ପାଳି ସମାପ୍ତି ଘୋଷଣା କରି ଦେଇଥିଲେ ।

କୋହଲିଙ୍କ ଆଉ ଏକ ରେକର୍ଡ଼

କୋହଲି ଓ ପୂଜାରା ତୃତୀୟ ଓ୍ଵିକେଟ୍‌ରେ ୧୭୦ ରନ୍‌ ଯୋଡ଼ି ଭାରତର ସ୍ଥିତିକୁ ପୂରା ମଜଭୁତ କରି ଦେଇଥିଲେ । ତାଙ୍କର ୮୨ ରନ୍‌ ଇନିଂସ୍‌ ବେଳେ ଆଉ ଏକ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ବିରାଟ ଏକ ନୂଆ ରେକର୍ଡ଼ କରିଛନ୍ତି । ରାହୁଲ ଦ୍ରାବିଡ଼ଙ୍କ ପରେ ସେ ବିଦେଶ ମାଟିରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ ରନ୍‌ ସ୍କୋର୍‌ କରିଛନ୍ତି । ପୂର୍ବରୁ ଦ୍ରାବିଡ଼ ସର୍ବାଧିକ ୧୧୩୭ ରନ୍‌ କରିଥିଲେ । ଯାହାକୁ ଏବେ ଟପି ଯାଇଛନ୍ତି ବିରାଟ ।

କୋହଲିଙ୍କ ଆଉ ଏକ ରେକର୍ଡ଼

ସ୍କୋର : ଭାରତ ପ୍ରଥମ ଇନିଂସ୍‌-୪୪୩/୭, ୧୬୯.୪ ଓଭର, ପାଳି ଘୋଷଣା । (ମୟଙ୍କ ୭୬, ପୂଜାରା ୧୦୬, କୋହଲି ୮୨, ରାହାଣେ ୩୪, ରୋହିତ ଅପରାଜିତ ୬୩, ପନ୍ତ ୩୯ । ପ୍ୟାଟ୍‌ କମିନ୍ସ ୩୪-୧୦-୭୨-୩, ଷ୍ଟାର୍କ ୨୮-୭-୮୭-୨) ।

ମେଲବର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଭାରତୀୟ ଦର୍ଶକଙ୍କ ଭିଡ଼
KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago