ମେଲବର୍ଣ୍ଣ ଟେଷ୍ଟ : ୪୪୩ ରନ୍ରେ ପାଳି ଘୋଷଣା କଲା ଭାରତ

ମେଲବର୍ଣ୍ଣ : ତୃତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନରେ ଭାରତୀୟ ଦଳ ୭ ଓ୍ଵିକେଟ୍ରେ ୪୪୩ ରନ୍ କରି ପ୍ରଥମ ଇନିଂସ୍ ସମାପ୍ତି ଘୋଷଣା କରିଛି । ଏହା ପରେ ଘରୋଇ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳି ବ୍ୟାଟିଂ ଆରମ୍ଭ କରି ବିନା ଓ୍ଵିକେଟ୍ରେ କରିଛି୮ ରନ୍ ।
ଚେତେଶ୍ୱର ପୂଜାରାଙ୍କ ଶତକ ଏବଂ ଅଧିନାୟକ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ବଳରେ ଆଜି ଭାରତ ୪୦୦ ରନ୍ ଟପି ଯାଇଥିଲା । ପୂଜାରା ୩୧୯ ବଲ୍ ଖେଳି ୧୦୬ । ଇଏ ହେଉଛି ପୂଜାରାଙ୍କର ୧୭ତମ ଯେଷ୍ଟ ଶତକ । କୋହଲି ୮୨, ରୋହିତ ଅପରାଜିତ ୬୩ ଅଜିଙ୍କ୍ୟ ରାହାଣେ ୩୪ ଏବଂ ୠଷଭ ପନ୍ତ ୩୯ ରନ୍ କରିଥିଲେ । ରବୀନ୍ଦ୍ର ଜାଡେଜା ୪ ରନ୍ କରି ଆଉଟ୍ ହେବା ପରେ କୋହଲି ପାଳି ସମାପ୍ତି ଘୋଷଣା କରି ଦେଇଥିଲେ ।
କୋହଲିଙ୍କ ଆଉ ଏକ ରେକର୍ଡ଼
କୋହଲି ଓ ପୂଜାରା ତୃତୀୟ ଓ୍ଵିକେଟ୍ରେ ୧୭୦ ରନ୍ ଯୋଡ଼ି ଭାରତର ସ୍ଥିତିକୁ ପୂରା ମଜଭୁତ କରି ଦେଇଥିଲେ । ତାଙ୍କର ୮୨ ରନ୍ ଇନିଂସ୍ ବେଳେ ଆଉ ଏକ ଶତକରୁ ବଞ୍ଚିତ ହୋଇଥିଲେ ମଧ୍ୟ ବିରାଟ ଏକ ନୂଆ ରେକର୍ଡ଼ କରିଛନ୍ତି । ରାହୁଲ ଦ୍ରାବିଡ଼ଙ୍କ ପରେ ସେ ବିଦେଶ ମାଟିରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟେଷ୍ଟ ରନ୍ ସ୍କୋର୍ କରିଛନ୍ତି । ପୂର୍ବରୁ ଦ୍ରାବିଡ଼ ସର୍ବାଧିକ ୧୧୩୭ ରନ୍ କରିଥିଲେ । ଯାହାକୁ ଏବେ ଟପି ଯାଇଛନ୍ତି ବିରାଟ ।

ସ୍କୋର : ଭାରତ ପ୍ରଥମ ଇନିଂସ୍-୪୪୩/୭, ୧୬୯.୪ ଓଭର, ପାଳି ଘୋଷଣା । (ମୟଙ୍କ ୭୬, ପୂଜାରା ୧୦୬, କୋହଲି ୮୨, ରାହାଣେ ୩୪, ରୋହିତ ଅପରାଜିତ ୬୩, ପନ୍ତ ୩୯ । ପ୍ୟାଟ୍ କମିନ୍ସ ୩୪-୧୦-୭୨-୩, ଷ୍ଟାର୍କ ୨୮-୭-୮୭-୨) ।
