ଅନଲାଇନ୍ ସପିଂ ସାଇଟକୁ ଝଟକା ! ନୂଆ ବର୍ଷରେ ସରକାର ଲାଗୁ କଲେ ନୂଆ ନିୟମ

ନୂଆଦିଲ୍ଲୀ : ଆମାଜନ୍ ଓ ଫ୍ଲିପ୍କାର୍ଟ ଭଳି ଇ-କମର୍ସ ସଂସ୍ଥାଗୁଡ଼ିକ ପାଇଁ ବଢ଼ିଛି ଅସୁବିଧା। ଏନେକ ନିୟମକୁ କଡ଼ାକଡ଼ି କରିଛନ୍ତି ସରକାର। ଏବେ ଆଉ ଅନଲାଇନ ସାଇଟ ଗୁଡ଼ିକର ଚାଲିବନି ମନମାନି। ସରକାରଙ୍କର ସମସ୍ତ ନିୟମକୁ ପାଳନ କରି କରିବାକୁ ପଡ଼ିବ କାରବାର। ଆସନ୍ତୁ ଜାଣିବା କଣ ରହିଛି ନିୟମ ଏବଂ କେବେଠାରୁ ହେବ ଲାଗୁ ।

ଅନଲାଇନ ସାଇଟ ପାଇଁ ଲାଗୁ ହୋଇଥିବା ନିୟମ ଆସନ୍ତା ବର୍ଷ ଫେବ୍ରୁଆରି ଆରମ୍ଭରୁ ଲାଗୁ କରାଯିବ। ଏନେଇ ଅନଲାଇନରେ ଉତ୍ପାଦ ବିକ୍ରି କରୁଥିବା ଏହି ସଂସ୍ଥା କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ସହିତ ବିକ୍ରି ପାଇଁ ସ୍ବୟଂ ବୁଝାମଣା କରିପାରିବେ ନାହିଁ। ଇକମର୍ସ ସାଇଟରେ କେବଳ ସେହି ଜିନିଷ ହିଁ ବିକ୍ରି କରିପାରିବେ ଯେଉଁ ବ୍ରାଣ୍ଡ ବା କମ୍ପାନିରେ ତାଙ୍କର ଅଂଶ ରହିଛି।

-କିଛି ବ୍ରାଣ୍ଡ୍ ଫ୍ଲିପକାର୍ଟ କିମ୍ବା ଆମାଜନ୍ ସହିତ ସ୍ବତନ୍ତ୍ର ବୁଝାମଣା (ଏକ୍ସକ୍ଲୁସିଭ୍ ଡିଲ୍) କରି ଲୋକପ୍ରିୟ ଉତ୍ପାଦ ବିକ୍ରି କରୁଛନ୍ତି। ଯାହା ଫଳରେ ଗ୍ରାହକମାନେ ସେହି ଉତ୍ପାଦକୁ ସେହି ନିର୍ଦିଷ୍ଟ ଇ-କମର୍ସ ସଂସ୍ଥାଠୁ କିଣିବାକୁ ବାଧ୍ୟ ହେଉଛନ୍ତି। ସେହିଭଳି ଏକ୍ସକ୍ଲୁସିଭ୍ ଡିଲ୍ ଉପରେ କଟକଣା ଜାରି କରାଯାଇଛି।

-ଏହାଛଡ଼ା କ୍ୟାସବ୍ୟାକରେ ରହୁଥିବା ନିୟମକୁ ପରିବର୍ତ୍ତନ କରିବାକୁ ମଧ୍ୟ ନିୟମ କଡ଼ାକଡ଼ି କରିଛନ୍ତି ସରକାର। କେବଳ ସଂପୂର୍ଣ୍ଣ ସତ୍ୟତା ଭିତ୍ତିକ ମାମଲାରେ କ୍ୟାସବ୍ୟାକ୍ ପ୍ରଦାନ କରାଯିବ।

-ଏହା ବ୍ୟତୀତ, ଇ-କମର୍ସ ସଂସ୍ଥାଗୁଡ଼ିକୁ ପ୍ରତିବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରେ ଏକ ପୂର୍ବ ଆର୍ଥିକ ବର୍ଷର ଏକ ବୈଧାନିକ ଅଡିଟର୍ ରିପୋର୍ଟ ଓ ସାର୍ଟିଫିକେଟ୍ ଦାଖଲ କରିବାକୁ ହେବ।

ଯଦି ଇ-କମର୍ସ ସାଇଟି ଏହି ସମସ୍ତ ନିୟମ ପାଳନ କରୁ ନାହାନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାରବାର କରାଯିବ। ଏପରି ନିୟମର କାରଣ ହେଉଛି, ଇ-କମର୍ସ ସଂସ୍ଥାଗୁଡ଼ିକ ବିରୋଧରେ ଦୀର୍ଘ ଦିନ ହେବ ସ୍ଥାନୀୟ ଖୁଚୁରା ବ୍ୟବସାୟୀମାନେ ଅଭିଯୋଗ କରୁଥିଲେ। ଏଣୁ ଶେଷରେ ଏବେ ଏହି କଡ଼ା ନିୟମ ଲାଗୁ କରାଯାଇଛି।

KNews Bureau

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

14 mins ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

36 mins ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

53 mins ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

3 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

3 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

4 hours ago