ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ ପୁଣି ଥରେ ଇତିହାସ ସୃଷ୍ଟି କରିବାକୁ ଯାଉଛି। ସ୍ପେସ୍ ଏକ୍ସ ଆସନ୍ତା ମାସ ଅର୍ଥାତ୍ ମାର୍ଚ୍ଚରେ ଷ୍ଟାରସିପ୍ ରକେଟ୍ ଲଞ୍ଚ୍ କରିବ। ଏଲନ୍ ମସ୍କ ନିଜ ଟ୍ୱିଟରେ ଏହା ଆଡ଼କୁ ଈଶାରା କରିଛନ୍ତି। ସେ ଶନିବାର ଏ ନେଇ ଟ୍ଵିଟ୍ କରିଥିଲେ।
ବାସ୍ତବରେ, ଟ୍ୱିଟରରେ ଜଣେ ୟୁଜର ଷ୍ଟାରସିପ୍କୁ ନେଇ ଏକ ପ୍ରଶ୍ନ ପଚାରିଥିଲେ। ମସ୍କ ନିଜ ଉତ୍ତରରେ କହିଥିଲେ କି, ‘ଯଦି ବାକି ପରୀକ୍ଷଣ ଭଲ ରୁହେ, ତା’ ହେଲେ ଆମେ ଆସନ୍ତା ମାସରେ ଏକ ଷ୍ଟାରସିପ୍ ଲଞ୍ଚ କରିବାକୁ ଚେଷ୍ଟା କରିବୁ’।
ଏହାପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ମସ୍କ ଷ୍ଟାରସିପ୍କୁ ଜଲ୍ଦି ଲଞ୍ଚ କରିବାର ସମ୍ଭାବନା ପ୍ରକାଶ କରିଥିଲେ। ସେତେବେଳେ ସେ କହିଥିଲେ ଯେ ଏହାକୁ ଫେବୃଆରୀ ଶେଷ ସୁଦ୍ଧା ଲଞ୍ଚ କରାଯାଇ ପାରେ। ପୂର୍ବରୁ ସ୍ପେସ୍ ଏକ୍ସ ଏହି ପ୍ରକଳ୍ପକୁ ଗତବର୍ଷ ଆରମ୍ଭ କରିବାକୁ ଚାହୁଁଥିଲା। ଷ୍ଟାରସିପ୍ର ସଫଳ ଳଞ୍ଚିଂ ପରେ କମ୍ପାନୀ ମଙ୍ଗଳ ଏବଂ ଚନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବାର ଲକ୍ଷ୍ୟ ରଖିଛି।
ସ୍ପେସ୍ ଏକ୍ସ ମହାକାଶଚାରୀ ଏବଂ କାର୍ଗୋଗୁଡ଼ିକୁ ଚନ୍ଦ୍ର ଓ ମଙ୍ଗଳ ପର୍ଯ୍ୟନ୍ତ ନେଇଯିବା ପାଇଁ ଷ୍ଟାରସିପ୍ ବିକଶିତ କରୁଛି। ମାର୍ଚ୍ଚରେ ଏହା ପ୍ରଥମ ଥର ହେବାକୁ ଯାଉଛି, ଯେତେବେଳେ ସ୍ପେସ୍ ଏକ୍ସ ଥରେ ପୃଥିବୀ ଚାରିପଟେ ବୁଲିବ ଏବଂ ପୁଣି ହାୱାଇ ଦ୍ୱୀପଠାରୁ ଦୂର ପ୍ରଶାନ୍ତ ମହାସାଗର ଉପରେ ଉଡ଼ାଣ ଭରିବ। କହି ରଖୁଛୁ, ସ୍ପେସ୍ସିପ୍ ଏକ ଶକ୍ତିଶାଳୀ ଲଞ୍ଚ୍ ଯାନ, ଯାହା ୧୦୦ ଟନ୍ କାର୍ଗୋ ଉଠାଇବାରେ ସକ୍ଷମ।
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…